0
Your Cart
0
Your Cart
2,535

ପଞ୍ଚତୀର୍ଥ ଓ ଶ୍ରୀକ୍ଷେତ୍ର ପରିକ୍ରମା

ପଞ୍ଚତୀର୍ଥ ଓ ଶ୍ରୀକ୍ଷେତ୍ର ପରିକ୍ରମା

ମାର୍ଗଶିର ଶୁକ୍ଲ ପଞ୍ଚମୀ ଶ୍ରୀକ୍ଷେତ୍ରରେ ପାଳିତ ହୁଏ ପଞ୍ଚତୀର୍ଥ ଓ ଶ୍ରୀକ୍ଷେତ୍ର ପରିକ୍ରମା । ଶ୍ରୀକ୍ଷେତ୍ର ପରିକ୍ରମା ତଥା ପଞ୍ଚତୀର୍ଥ ପରିକ୍ରମା ଶ୍ରୀଚୈତନ୍ୟଙ୍କ ସମୟରୁ ଆରମ୍ଭ ହୋଇଛି । ମହାକାର୍ତିକମାସ ପରେ ଶ୍ରଦ୍ଧାଳୁମାନେ ଶ୍ରୀକ୍ଷେତ୍ରର – ବିଭିନ୍ନ ଦେବଦେବୀ ମନ୍ଦିର ଦର୍ଶନ କରିବା ସହ – ତୀର୍ଥପୁଷ୍କରିଣୀରେ ସ୍ନାନ କରିବାର ପରମ୍ପରା ରହିଛି । ଗୌଡୀୟ ବୈଷ୍ଣବଙ୍କ ଦ୍ବାରା ଆରମ୍ଭ ହୋଇଥିବା ବ୍ୟବସ୍ଥା ଓଡ଼ିଶା ସମେତ ରାଜ୍ୟ ବାହାରେ ପ୍ରସିଦ୍ଧି ଅର୍ଜନ କରିଛି । ସିଂହଦ୍ଵାରଠାରୁ ପରିକ୍ରମା ଆରମ୍ଭ ହୁଏ । ହରିନାମ ସଂକୀର୍ତ୍ତନ ସହ ସାଧୁ ସନ୍ଥ, ବୈଷ୍ଣବ ଓ ଶ୍ରଦ୍ଧାଳୁ ମାନେ ପଦଯାତ୍ରାରେ ସାମିଲ ହୋଇ ଶ୍ରୀକ୍ଷେତ୍ର ପରିକ୍ରମା କରନ୍ତି । ପଞ୍ଚତୀର୍ଥ ପାଇଁ ସିଦ୍ଧମହାବୀରଙ୍କ ମନ୍ଦିରରେ ବଜରଙ୍ଗବାଲିଙ୍କ ଦର୍ଶନପାଇଁ ଶ୍ରଦ୍ଧାଳୁମାନଙ୍କର ଭିଡ଼ ଜମେ। ହଜାର ହଜାର ଶ୍ରଦ୍ଧାଳୁ ମହାବୀରଙ୍କୁ ଦର୍ଶନ କରିବା ସହ ପ୍ରିୟ ରସଗୋଲା ଭୋଗ କରନ୍ତି । ପଞ୍ଚତୀର୍ଥ ପାଇଁ ସମଗ୍ର ସିଦ୍ଧ ମହାବୀର ଅଞ୍ଚଳ ଲୋକାରଣ୍ୟ ହୋଇ ଉଠେ । ବର୍ଷକରେ ଗୋଟିଏ ଦିନ ଶ୍ରଦ୍ଧାଳୁମାନେ ମହାବୀରଙ୍କୁ ସ୍ପର୍ଶ କରିବା ସହ ଆଶିଷ କାମନା କରିଥାଆନ୍ତି । ପ୍ରତ୍ୟଷରୁ ସିଦ୍ଧମହାବୀରଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗି ରହେ । ଏହି ଅବସରରେ ସିଦ୍ଧ ମହାବୀରଙ୍କୁ ନାଗାବେଶରେ ସଜିତ କରାଯାଏ । ପଞ୍ଚତୀର୍ଥ ପାଇଁ ପୁର୍ବ ରାତିରୁ ସିଦ୍ଧମହାବୀରଙ୍କ ମନ୍ଦିର ଦ୍ୱାର ଖୋଲାଯାଇ ମଙ୍ଗଳଆଳତି କରାଯିବା ପରେ ସ୍ନାନ, ଭୋଗ କରାଯାଇ ରାତ୍ରିରୁ ମହାବୀରଙ୍କୁ ନାଗାବେଶରେ ସଜ୍ଜିତ କରାଯାଏ । ଭୋରରୁ ସର୍ବ ସାଧାରଣ ଦର୍ଶନ ଆରମ୍ଭ ହୁଏ। ଶ୍ରଦ୍ଧାଳୁ ମାନେ ଧାଡ଼ିରେ ମହାବୀରଙ୍କ ଦର୍ଶନ କରିବା ସହ ରସଗୋଲା । ଭୋଗ କରିନ୍ତି । ପଞ୍ଚତୀର୍ଥ ପାଇଁ ମହାବୀର ମନ୍ଦିର ଟ୍ରଷ୍ଟବୋର୍ଡ଼ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଏ । ଏହି ଅବସରରେ ମନ୍ଦିର ସମ୍ମୁଖ ମଣ୍ଡପରେ ଭଜନ ସମାରୋହ ଏବଂ ସୁନ୍ଦରାକାଣ୍ଡ ପାଠ ଅନୁଷ୍ଠିତ ହୁଏ ।

[wc_row] [wc_column size=”one-half” position=”first”]

[/wc_column] [wc_column size=”one-half” position=”last”]

[/wc_column] [/wc_row]
error: Content is protected !!