feature-article >> ଶ୍ରୀ ଚୈତନ୍ୟ ଚିନ୍ତାକଳ୍ପ

Last Update: 31st Mar 2017   VIEWS: 136

ଥରେ ଜଣେ ବାଦଶାହ ଜନୈକ ମହାତ୍ମାଙ୍କୁ ପଚାରିଲେ-‘ମୋ କଥା ଆପଣ ମନେପକାନ୍ତି କି ? ଏକ ବିଚିତ୍ର ଉତ୍ତର ଦେଇ ମହାତ୍ମା ଜଣକ କହିଲେ- ‘ହଁ, ଯେବେ ଈଶ୍ୱରଙ୍କୁ ଭୁଲିଯାଏ.’ ରାଜା ଏ କଥାର ତାତ୍ପର୍ଯ୍ୟ ବୁଝିପାରିଲେ ନାହିଁ. ମହାତ୍ମା ଜଣକ ତାଙ୍କୁ ବୁଝାଇବାକୁ ଯାଇ ଗୋଟିଏ ସୁନ୍ଦର କଥାର ଅବତାରଣା କଲେ – ଯେତେବେଳେ ମୁଁ ପରମାତ୍ମାଙ୍କର ମୋ ପ୍ରତି ଥିବା ଅଶେଷ କୃପା, ତାଙ୍କର ଅବଦାନ ଉପରେ ଅବିଶ୍ୱାସ କରି ତାଙ୍କର ଚିନ୍ତା ଛିଡିଦିଅ,ସେହି ସମୟରେ ମୋତେ ମାନବୀୟ କୃପା ଉପରେ,ନ ଆର୍ଥାତ ବ୍ୟକ୍ତିବିଶେଷଙ୍କ ଅନୁକମ୍ପା ଉପରେନିର୍ଭର କରିବା ଆବଶ୍ୟକ ପଡିଥାଏ । ଏ ପର୍ଯ୍ୟନ୍ତ ମୁଁ ସେଭଳି ପରିସ୍ଥିତିର ସମ୍ମୁଖୀନ ହୋଇନାହିଁ.’ ବାସ୍ତବରେ ଯଦି ମନୁଷ୍ୟ ସେହି ପରମଶକ୍ତି ଉପରେ ଦୃଢ ଆସ୍ଥା,ବିଶ୍ୱାସ ରଖିଥାଏ, ତେବେ ନଶ୍ୱର ମାନବୀୟ ଶକ୍ତି ଉପରେ ଆସ୍ଥା,ବିଶ୍ୱାସ ସ୍ଥାପନ କରିବାରେ ବା କି ଆବଶ୍ୟକ? ଧର୍ମଜଗତରେ ବିଭିନ୍ନ ସମୟରେ ମହାପୁରୁଷମାନେ ଈଶ୍ୱରଙ୍କୁ ଭୁଲିଯାଏ.’ ରାଜା ଏ କଥାର ତାତ୍ପର୍ଯ୍ୟ ବୁଝିପାରିଲେ ନାହିଁ. ମହାତ୍ମା ଜଣକ ତାଙ୍କୁ ବୁଝାଇବାକୁ ଯାଇ ଗୋଟିଏ ସୁନ୍ଦର କଥାର ଅବତାରଣା କଲେ-ଯେତେବେଳେ ମୁଁ ପରମାତ୍ମାଙ୍କର ମୋ ପ୍ରତି ଥିବା ଅଶେଷ କୃପା, ତାଙ୍କର ଅବଦାନ ଉପରେ ଅବିଶ୍ୱାସ କରି ତାଙ୍କର ଚିନ୍ତା ଛିଡିଦିଅ,ସେହି ସମୟରେ ମୋତେ ମାନବୀୟ କୃପା ଉପରେ, ଅର୍ଥାତ ବ୍ୟକ୍ତିବିଶେଷଙ୍କ ଅନୁକମ୍ପା ଉପରେ ନିର୍ଭର କରିବା ଆବଶ୍ୟକ ପଡିଥାଏ.ଏ ପର୍ଯ୍ୟନ୍ତ ମୁଁ ସେଭଳି ପରିସ୍ଥିତିର ସମ୍ମୁଖୀନ ହୋଇନାହିଁ ।’ ବାସ୍ତବରେ ଯଦି ମନୁଷ୍ୟ ସେହି ପରମଶକ୍ତି ଉପରେ ଦୃଢ ଆସ୍ଥା,ବିଶ୍ୱାସ ରଖିଥାଏ, ତେବେ ନଶ୍ୱର ମାନବୀୟ ଶକ୍ତି ଉପରେ ଆସ୍ଥା, ବିଶ୍ୱାସ ସ୍ଥାପନ କରିବାରେ ବା କି ଆବଶ୍ୟକ ? ଧର୍ମଜଗତରେ ବିଭିନ୍ନ ସମୟରେ ମହାପୁରୁଷମାନେ ଆବିର୍ଭୂତ ହୋଇ ଈଶ୍ୱରପ୍ରେମର ଆଧ୍ୟାତ୍ମ ଆଲୋକରେ ଜଗତବାସୀଙ୍କୁଆଲୋକିତ କରିଥାନ୍ତି, ଭକ୍ତି ଓ ପ୍ରେମର ପ୍ଲାବନରେ ପ୍ଲାବିତ କରିଥାନ୍ତି, ଆଧ୍ୟାତ୍ମିକଜଗତରେ ଏହିଭଳି ଜଣେ ଆଲୋଡନ ସୃଷ୍ଟିକାରି ପ୍ରତିଭା ଥିଲେ ନିମାଇଁ ମହାପ୍ରଭୁ. ବହୁତ କମ ଲୋକ ଜାଣିଛନ୍ତି ଯେ ଶ୍ରୀଚୈତନ୍ୟ ମହାପ୍ରଭୁ ଗୌରବର୍ଣ ହୋଇଥିବାରୁ ତାଙ୍କୁ ଗୌରାଙ୍ଗ କୁହାଯାଏ. ଗୌରାଙ୍ଗ କଳିଯୁଗର ସଂକୀର୍ତ୍ତନର ପ୍ରବର୍ତ୍ତକାଚାର୍ଯ୍ୟ ରୂପରେ ମାନ୍ୟ ପାଇଥାନ୍ତି । ସେ ନବଦ୍ୱୀପରେପଣ୍ଡିତ ଶ୍ରୀଜଗନ୍ନାଥ ମିଶ୍ର ଓ ସଚ୍ଚିଦେବୀଗଙ୍କ ଔରସରେ ଜନ୍ମଗ୍ରହଣ କରିଥିଲେ. ଚୈତନ୍ୟ ମହାପ୍ରଭୁଙ୍କ ଆବିର୍ଭାବ ବିଶ୍ୱବନ୍ଧୁତ୍ୱର ଦ୍ୟୋତକ ଥିଲା, ସେ କହୁଥିଲେ ଯେଉଁ ନାମ ଆମର ପ୍ରିୟ ହୋଇଥିବ, ଆମେ ଯେଉଁ ଧର୍ମସମ୍ପ୍ରଦାୟର ସେଥିରେ ରହି ପ୍ରେମପୂର୍ବକ ଭଗବାନଙ୍କ ନାମ ସଂକୀର୍ତ୍ତନ କରିବା ଉଚିତ୍. ଶୁଦ୍ଧ ମନରେ କୀର୍ତ୍ତନ ପରମ ମଙ୍ଗଳମୟ ଅଟେ. କୁହାଯାଏ ଶ୍ରୀଚୈତନ୍ୟ ଅରଣ୍ୟବାସୀ ହିଂସ୍ର ପଶୁଙ୍କୁ ମଧ୍ୟ ଶ୍ରୀକୃଷ୍ଣ ପ୍ରେମରେ ଉନ୍ନତ କରୁଥଲେ ।

ଦାସ୍ୟପ୍ରେମ ଭକ୍ତିର ମହତ୍ତ୍ୱ ବର୍ଣ୍ଣନା ତାଙ୍କର ଏହିପ୍ରକାରେ ବର୍ଣ୍ଣିତା ଦାସ୍ୟଭକ୍ତି ସମାନ କୌଣସି ସୁଖ ନାହିଁ, ଏହା ତୁଳନାରେ ଅନ୍ୟସୁଖବ୍ୟର୍ଥ,ଦାସ୍ୟଭାବଜନିତସୁଖ ତୁଳନାରେ ଅନ୍ୟ ସବୁ ସୁଖ ତୁଛ୍ଛ ଅଟେ. ନାରଦ, ଶୁକ ପ୍ରମୁଖ ସମସ୍ତେ ଦାସ୍ୟପ୍ରେମରେ ବିଭୋର ଥିଲେ. ରାଧା, ରୁକ୍ମୁଣୀ ଆଦି ସର୍ବଦା ଦାସ୍ୟପ୍ରେମର ଯାଚନା କରିଥାନ୍ତି.ଚୈତନ୍ୟ ମହାପ୍ରଭୁଙ୍କ ସଂକୀର୍ତ୍ତନ ଲୀଳା ଆଜି ମଧ୍ୟ ସର୍ବତ୍ର ପରିବ୍ୟାପ୍ତ, ତାଙ୍କ ଭଳି ଜଣେ ପରମ ଭକ୍ତଙ୍କ ମହିମା ଅପ୍ରମେୟ ଅଟେ । ହରିନାମ କୀର୍ତନକୁ ଜୀବନ୍ମୁକ୍ତିର ଲକ୍ଷ୍ୟ ଭାବରେଗ୍ରହଣ କରିନେଇଥିଲେ ସେ. ଏହା ହିଁ ବ୍ୟକ୍ତିକୁ ନୈତିକ ଅବକ୍ଷୟରୁ, ଚରୁତ୍ର ଭ୍ରଷ୍ଟ ହୋଇ ପତିତ ହେବାରୁ ରକ୍ଷା କରିଥାଏ. ତାଙ୍କର ପାବନ ଚରିତ୍ର ପତିତ ମାନବକୁ କଲ୍ୟାଣ ମାର୍ଗରେନେଇଯିବା ପାଇଁ ଉଦ୍ଧିଷ୍ଟ ଥିଲା. ଶ୍ରୀ ଚୈତନ୍ୟ ଯର୍ଥାଥରେ ଧର୍ମଜଗତର ଏକ ଉଜ୍ଜ୍ୱଳ ଆଲୋକ ସ୍ତମ୍ଭ ଥିଲେ ।

shri chaitanya ଶ୍ରୀଚୈତନ୍ୟ