0
Your Cart
0
Your Cart
3,822

ଭାଲୁକୁଣୀ ଓଷା – ଖୁଦୁରୁକୁଣୀ ଓଷା

ସାଧାରଣତଃ ଓଡିଆ ହିନ୍ଦୁ ଘର କୁଆଁରୀ ମାନେ ଏହି ଖୁଦୁରୁକୁଣୀ ଓଷା କରିଥାନ୍ତି। ଏହି ଓଷା ଭାଲୁକୁଣୀ ଓଷା ଭାବରେ ପରିଚିତ। ଏହି ଓଷାରେ ମଙ୍ଗଳା ମା’ଙ୍କର ପୂଜା କରାଯାଇଥାଏ। ଅତୀତରେ ସାଧବ ଘରର ପୁଅ ମାନେ ବାଣିଜ କରିବାକୁ ଦୁର ଦେଶବିଦେଶକୁ ଯାଉଥିଲେ। ଭାଇ ମାନଙ୍କର ଶୁଭ ମନାସି କୁଆଁରୀ ଝିଅ ମାନେ ଏହି ଓଷା କରିଥାନ୍ତି।ଏହି ଓଷା ଭାଦ୍ରବ ମାସ ପ୍ରତ୍ୟେକ ରବିବାରରେ ପୂଜା କରାଯାଏ। କୀମ୍ବଦନ୍ତି ଅନୁଯାଇ ଅତୀତରେ ସାଧବପୁଅ ସାତଭାଇ ଥିଲେ।ସେମାନଙ୍କର ଏକ ଅଲିଅଳ ଭଉଣୀ ଥିଲା ତଅପୋଇ। ଭାଇ ମାନେ ବାଣିଜ୍ୟ ପାଇଁ ବିଦେଶକୁ ଯାତ୍ରା କରିଥିବା ସମୟରେ ତଅପୋଇର ଭାଉଜ ମାନେ ତାକୁ ବହୁତ କଷ୍ଟ ଦେଇଛନ୍ତି।ବଣକୁ ଛେଳି ଜଗାଇବା ପାଇଁ ପଠାଇଛନ୍ତି। ସେହି ସମୟରେ ତଅପୋଇ ଭାଇ ମାନଙ୍କର ଶୁଭ ମନାସି ଏହି ବ୍ରତ ପାଳନ କରିଥିଲା,ତେଣୁ ସେହି ଦିନରୁ ଏହା ଖୁଦୁରୁକୁଣୀ ଓଷା ଭାବରେ ବିଖ୍ୟାତ। କୁଆଁରୀ ମାନେ ସକାଳୁ ଉଠି ଖୁଦ ଭଜା,ଲିଆ ଅଦି ଭୋଗ ରୂପରେ ଅର୍ପଣ କରିଥାନ୍ତି। ଖୁଦ ଭଜା ହେଉଛି ଏହାର ମୁଖ୍ୟ ଭୋଗ,ଏହା ଠାକୁରାଣୀଙ୍କର ପ୍ରିୟ ।ଏହି ପୂଜା ସନ୍ଧ୍ୟା ସମୟରେ ମଧ୍ୟ ହୋଇଥାଏ।କୁଆଁରୀ ଝିଅମାନେ ତଅପୋଇ ଗୀତ ଗାଇଥାନ୍ତି।ସେଥିରେ ତଅପୋଇର ଦୁଃଖ କାହାଣୀ ବର୍ଣ୍ଣିତ ଅଛି।ମାସର ଶେଷ ରବିବାର ପୂଜା ପରେ ଖୁଦୁରୁକୁଣି ବା ଭାଲୁକୁଣୀଙ୍କ ମୁର୍ତ୍ତିକୁ ବିସର୍ଜନ କରାଯାଇଥାଏ।

error: Content is protected !!