ଘୋଷଯାତ୍ରାରେ ଦଶାବତାର ଲୀଳା

feature-article

PAGE VIEWS: 734

 


ଘୋଷଯାତ୍ରାରେ ଦଶାବତାର ଲୀଳା-ପୁରାଣରେ ଲିପିବଦ୍ଧ ହୋଇଛି ଯେ ଦିନେ ବାୟୁଦେବ,ସୂର୍ଯ୍ୟଦେବ ଓ ଜଳଦେବଙ୍କ ମଧ୍ୟରେ ଝଗଡା ଆରମ୍ଭ ହେଲା। ସେମାନେ ନିଜ ନିଜର ଶକ୍ତି ଦେଖାଇବାକୁ ଯାଇ ପ୍ରଥମେ ସୂର୍ଯ୍ୟଦେବ ପ୍ରଚଣ୍ଡ ତେଜ ବିକିରଣ କଲେ।ତା ପରେ ବାୟୁଦେବ ପ୍ରବଳ ବେଗରେ ବାୟୁ ପ୍ରବାହିତ କଲେ ଏବଂ ଜଳଦେବ ସମଗ୍ର ବିଶ୍ଵ ଜଳାର୍ଣ୍ଣବ କରିଦେଲେ। ସୂର୍ଯ୍ୟଦେବ ଏବଂ ବାୟୁଦେବଙ୍କ ପ୍ରକୋପ ଠାରୁ ଜଳଦେବଙ୍କ ପ୍ରକୋପ ଅଧିକ ହେବାରୁ ସୃଷ୍ଟି ଧ୍ଵଂସ ପାଇଗଲା।କେବଳ କଳ୍ପବଟ ରହିଗଲା।ସ୍ଵୟଂ ନାରାୟଣ ତାଙ୍କର ମହାପ୍ରଳୟ ଲୀଳା କଳ୍ପବଟର ଏକ ପତ୍ର ଉପରେ ଅବ୍ୟାହତ ରଖିଲେ। ପ୍ରଭୁ ଶ୍ରୀନାରାୟଣ ସପ୍ତନାଗ ଉପରେ ଶୟନକରି ନିଜ ଲୀଳା ଅତୁଟ ରଖିଲେ।ବହୁ ବର୍ଷପରେ ନୂତନ ସୃଷ୍ଟି ସର୍ଜନା କଥା ଚିନ୍ତା କଲେ।ନାଭି କମଳରୁ ସୃଷ୍ଟିକଲେ ଦେବ ବ୍ରହ୍ମା,ବିଷ୍ଣୁ ଏବଂ ମହେଶ୍ଵରଙ୍କୁ। ପ୍ରଭୁ ଶ୍ରୀନାରାୟଣଙ୍କ ନିର୍ଦ୍ଧେଶରେ ଭଗବାନ ବ୍ରହ୍ମା ନୂତନ ସୃଷ୍ଟି ସଂରଚନା କଲେ।ଏଇଠୁ ପ୍ରଭୁ ତାଙ୍କର ଦଶାବତାର ଲୀଳା ଆରମ୍ଭ କଲେ -ମତ୍ସ୍ୟ,କଛ୍ଚପ,ବରାହ,ନୃସିଂହ,ବାମନ,ପର୍ଶୁରାମ,ରାମ,ବଳରାମ,ବୈାଦ୍ଧ ଏବଂ କଳ୍କୀ। ଏହି ଦଶାବତାର ଲୀଳା ନୀଳାଚଳ ଧାମରେ ପ୍ରଭୁ ଶ୍ରୀଜଗନ୍ନାଥ କରନ୍ତି।ତେଣୁ ରଥଯାତ୍ରାକୁ ସୃଷ୍ଟି ସର୍ଜନା ତତ୍ତ୍ଵ ଯାତ୍ରା ବା ଘୋଷଯାତ୍ରା ବୋଲି ମଧ୍ୟ କୁହାଯାଏ।ଘୋଷଯାତ୍ରାରେ ପ୍ରଭୁ ଶ୍ରୀନାରାୟଣ ଦଶାବତାର ଲୀଳା କରିଥାନ୍ତି। ପ୍ରଥମ ଅବତାର ହେଉଛି ମତ୍ସ୍ୟବତାର। ତିନି ଦିଅଁ ରତ୍ନ ସିଂହାସନରୁ ପୋଖରୀଆକୁ ମୀନ ଭଳି ସିଧା ଲମ୍ଫ ଦେଇଥାନ୍ତି,ତେଣୁ ତାହା ମୀନ ଅବତାର ଲୀଳା।ଜଗମୋହନଠାରୁ ସାତ ପାହାଚ ପର୍ଯ୍ୟନ୍ତ ହୁଏ କଛପ ଅବତାର ଲୀଳା। ଏହି ଲୀଳା ଯେଉଁଠି ସରେ ତାକୁ କୁର୍ମବେଢା କୁହାଯାଏ।ବରାହ ଅବତାର କୀର୍ତ୍ତନ ଚକଡାଠାରୁ ଆନନ୍ଦବଜାର ମଧ୍ୟରେ ହୁଏ।ନୃସିଂହ ଅବତାର ଲୀଳା ବାଇଶି ପାହାଚରେ ହୁଏ। ବାମନ ଅବତାର ସିଂହଦ୍ଵାରରୁ ରଥାରୂଢ ହେବା ପର୍ଯ୍ୟନ୍ତ।ଏଥିପାଇଁ କୁହାଯାଉଛି-“ରଥେ ତୁ ବାମନଂ ଦୃଷ୍ଟା ପୁନର୍ଜନ୍ମ ନ ବିଦ୍ୟତେ”। ପର୍ଶୁରାମ ଅବତାର ଲୀଳା ରଥ ଗଡିବା ସମୟରେ ହୋଇଥାଏ। ଶ୍ରୀଗୁଣ୍ଡିଚା ଆଡପ ମଣ୍ଡପରେ ରାମ ଅବତାର ଲୀଳା ହୋଇଥାଏ। ଏହି ସମୟରେ ବିଭୀଷଣ ଶ୍ରୀଜଗନ୍ନଥଙ୍କୁ ଦର୍ଶନ କରିଥାନ୍ତି।ବଳରାମ ଅବତାର ଗୁଣ୍ଡିଚା ବାଡି ଜନକ କ୍ଷେତ୍ରରେ ହୋଇଥାଏ।ଏଠାରେ ହଳ କରିବା ସମୟରେ ଦେବୀ ଜାନକୀ ମିଲିଥିଲେ।ଶ୍ରୀଗୁଣ୍ଡିଚା ପ୍ରଭୁଙ୍କର ଜନ୍ମସ୍ଥାନ ହୋଇଥିବାରୁ ବୈାଦ୍ଧବତାର ଲୀଳା ହୋଇଥାଏ। ଶ୍ରୀଗୁଣ୍ଡିଚା ବାଡିରୁ ଶ୍ରୀମନ୍ଦିର ପ୍ରତ୍ୟାବର୍ତ୍ତନ ବା ବାହୁଡା ଯାତ୍ରାକୁ କଳ୍କୀ ଅବତାର ଲୀଳା କୁହାଯାଏ।ତାଣୁ ଦଶାବତାର ଲୀଳା ଯାତ୍ରା ହେଉଛି ପ୍ରଭୁଙ୍କର ଘୋଷଯାତ୍ରା।ଶ୍ରୀଜଗନ୍ନାଥ ସଂସ୍କୃତି ହେଉଛି ଉପାସନାର ସଂସ୍କୃତି। ଆଷାଢ ଶୁକ୍ଲ ଦ୍ଵିତୀୟାରେ ଘୋଷଯାତ୍ରାଠାରୁ ଚତୁର୍ଦ୍ଦଶୀରେ ମଣିମାଙ୍କ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ଶ୍ରୀକ୍ଷେତ୍ରରେ ଚାଲିଥାଏ ମହାପ୍ରଭୁଙ୍କ ରଥୋତ୍ସବ ଲୀଳା।ବାହୁଡା ନଅଦିନ ସମୟ ଅତୀବ ପବିତ୍ର।ଏହି ନଅଦିନ ଶ୍ରୀକ୍ଷେତ୍ରରେ ଅବସ୍ଥାନ କରି ନବଦିନ ବ୍ରତ ପାଳନ କଲେ ଅଶ୍ଵମେଧ ଯଜ୍ଞର ଫଳଲାଭ ହୁଏ ବୋଲି ସାଧାରଣରେ ବିଶ୍ଵାସ ରହିଛି। ବାହାର ଯାତ୍ରୀଙ୍କ ବ୍ୟତୀତ ଶ୍ରୀକ୍ଷେତ୍ରରେ ପଚୁଂକୋଶୀ ଯାତ୍ରୀମାନେ ଏହି ବ୍ରତ ପାଳନ କରନ୍ତି। ଏ ବ୍ରତରେ କ୍ଷେତ୍ରବାସ ସହିତ ପ୍ରତ୍ୟହ ପ୍ରାତଃ କାଳରୁ ପବିତ୍ର ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀରେ ସ୍ନାନ,ସୂର୍ଯ୍ୟଦର୍ଶନ,ପିତୃପୁରୁଷ ଉଦ୍ଦେଶ୍ୟରେ ଜଳତିଳ ଦାନ କରି ପ୍ରଭୁ ନୀଳକଣ୍ଠେଶ୍ଵରଙ୍କ ଦର୍ଶନ କରିବାକୁ ହୋଇଥାଏ।ଏହାପରେ ଗୁଣ୍ଡିଚା ମନ୍ଦିର ଯାଇ ଆଡପ ମଣ୍ଡପରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦିବ୍ୟଦର୍ଶନ କରି ବ୍ରାହ୍ମଣ ଭୋଜନ କରାଇ ଭକ୍ତମାନେ ମହାପ୍ରସାଦ ସେବନ କରନ୍ତି।ଏହି ବ୍ରତର ମହାତ୍ମ୍ୟ ସମ୍ପର୍କରେ ସ୍କନ୍ଦ ପୁରାଣ ପୁରୁଷୋତ୍ତମ ମହାତ୍ନ୍ୟରେ ବିଷଦ ବର୍ଣ୍ଣନା ରହିଛି।

Save

ଦଶାବତାର ଲୀଳା


Weather Puri  Thu, 14 Dec 2017 11:30 PM IST
Temperature:23°C
Partly Cloudy
Wind: 4km/h
Humidity: 91%



    LOOKING AHEAD Puri Weather
  • 16 Dec 2017
    Mostly Sunny
    High:26°C Low:21°C
  • 17 Dec 2017
    Sunny
    High:26°C Low:21°C
  • 18 Dec 2017
    Sunny
    High:24°C Low:21°C
  • 19 Dec 2017
    Sunny
    High:24°C Low:19°C

When one is attached nei..

When one is attached neither to sense-objects nor to actions and has given up all desires, then he is said to be Y… https://t.co/eD50xNO0GB

Srijagannath Sena, a cul..

Srijagannath Sena, a cultural outfit from the Holy City, Tuesday applied for Geographical Indication (GI) tag for… https://t.co/F5Nrge7MQK

Your own Self-Realizatio..

Your own Self-Realization is the greatest service you can render the world — Raman Maharshi #WednesdayWisdom… https://t.co/hIY4lCfpzI

Katha Safala Ekdashi