0
Your Cart
0
Your Cart
1,859

ହରିଙ୍କ ମନ୍ଦିରରେ ହରିସହଦେବ

ବ୍ରହ୍ମଗିରିର ସୁନାମୁହିଁ ଠାରୁ ଦକ୍ଷିଣ ଦିଗକୁ ରହିଛି ଏକ ପ୍ରସିଦ୍ଧ ଶିବ ପୀଠ । ଏଇ ପୀଠରେ ଶ୍ରୀହରିସହଦେବ ଉପାସିତ ହେଉଛନ୍ତି । ବହୁ ପ୍ରାଚୀନ ସମୟରୁ ପାଣ୍ଡବ । ପାଞ୍ଚଭାଇ ଶିବ ରୁପେ ବ୍ରହ୍ମଗିରି ଅଞ୍ଚଳରେ ପୂଜା ପାଉଛନ୍ତି । ସଂସ୍କୃତ ମହାଭାରତର ବନପର୍ବର ଅଜ୍ଞାତବାସ ବଣ୍ଠନା ପ୍ରସଙ୍ଗରେ ପାଞ୍ଚ ଭାଇ, ମାଆ ଓ ଗୁରୁ ଲୋମଶ ମହର୍ଷି ବୈତରଣୀ ନଦୀପଥରେ ଯାତ୍ରା କରି ପୁରୁଷୋତ୍ତମ ଧାମର ପୁରୁଷ ମଣ୍ଡପ ଦେଇ ମହୋଦଧୀରେ ତିଳତର୍ପଣ ଦେଇ ଭଗବାନ ଶ୍ରୀପର୍ଶୁରାମଙ୍କ ଦର୍ଶନ ପାଇଁ ମହେନ୍ଦ୍ରଗିରି ଯାତ୍ରା କରିଥିଲେ । ଐତିହ୍ୟ ରହିଛି ବ୍ରହ୍ମଗିରିର ଘଞ୍ଚଅରଣ୍ୟ ଦେଇ ସେମାନେ ଚିଲିକା ଦାଢ଼ରେ ଥିବା ଚଲାପଥରେ ଦକ୍ଷିଣ ଦିଗକୁ ଯାଇଥିଲେ । ତାହାରି ସ୍ମତିରେ ଯେଉଁଠି ଯେଉଁଠି ଜଙ୍ଗଲ ଭିତରେ ସେମାନେ ଅବସ୍ଥାନ କରିଥିଲେ ସେଇଠି ସେଇଠି ଗୋଟିଏ ଗୋଟିଏ ଶୈବପୀଠ ତାଙ୍କରି ନାମରେ ଗଢ଼ିଉଠିଛି ବୋଲି ଜନଶ୍ରୁତି । ସେଇ କାଳରୁ ପ୍ରଚଳିତ ଅଛି,  ଜଙ୍ଗଲର ପ୍ରଥମ ପୀଠରେ ଶ୍ରୀନକୁଳେଶ୍ବର ବିଜେ କରିଥିବା ବେଳେ ଶେଷରେ ଶ୍ରୀସହଦେବ ବିଜେ କରିଛନ୍ତି । ପୀଠ ମଧ୍ୟରୁ ହରିହର ଉପାସନାର ସମୀକରଣ । ଶ୍ରୀହରି ସହଦେବଙ୍କ ପୀଠରେ ଦେଖାଯାଏ । ଏଠାରେ ମନ୍ଦିର ସାମନାରେ ବୃଷଭ ବାହନ ସହିତ ପ୍ରାଚୀନ କାଳରୁ ଗରୁଡ଼ ବିଜେ କରିଛନ୍ତି । ଓଡ଼ିଶାର ହାତଗଣତି କେତେକ ଶିବ ମନ୍ଦିରରେ ଉଭୟ ବାହନ ଥିବାର ଜଣାଯାଏ । ଅନୁଶୀଳନରୁ ଜଣାଯାଉଛି ଭାରତରେ ହରିହର ଉପାସନାର ସମୀକରଣ ହୋଇ ଉପାସନା ମାଧ୍ୟମରେ ଯେଉଁ ଜାତୀୟ ସଂହତିର ମୂଳଦୁଆ ପଡ଼ିଥିଲା, ଉଭୟ ବାହନ ରହିଥିବା ପୀଠ ଗୁଡ଼ିକ,ତାହାର ଗୋଟିଏ ଗୋଟିଏ ଉଦାହରଣ । ଶ୍ରୀହରିସହଦେବ ମନ୍ଦିରର ବିଜେସ୍ଥଳୀ ୫୪ ଏକର ୫୬ ଡିସିମିଲ ହୋଇଥିବା । ବେଳେ ରୋଡ଼ଙ୍ଗ ଗଡ଼ର ବକ୍ତି ଗୋମୁଣ୍ଡି ମଉଜାରେ ଦଶମାଣ ଚାଷ ଜମି ଖଜା ଦେଇଥିଲେ । ଏହା ବାଦେ ରାମେଶ୍ଵର ମଉଜାରେ ଏକ ଏକର ଜମି ଏବଂ ଦେ। ନଦୀ ମୁହାଁଣରେ ଦୁଇମାଣ ଜମି ରହିଛି । କୃଷ୍ଣ ପ୍ରସାଦ ମଣ୍ଡଳରେ ବିଜେ ଶ୍ରୀହରିସହଦେବ ଗୋ-ସୁରକ୍ଷାର ଈଶ୍ଵର ଭାବରେ ପ୍ରସିଦ୍ଧ । ଏଇଠି ରହିଥିଲା ପ୍ରାଚୀନ, କାଳରେ ଏକ ଚଟିଘର । ଦକ୍ଷିଣ ଭାରତର ତୀର୍ଥଯାତ୍ରୀମାନେ ଚିଲିକାରେ ଆସି ଚବିଶିକୁଦ ପ୍ରଗଣାର ଅନ୍ୟତମ ଅରକୁଦ ଘାଟରେ ଓହ୍ଲାଇ ଚଟିଘରେ ବିଶ୍ରାମ ନେଉଥିଲେ । ଚଟିଘରଟି ଭାଜି ଯିବାପରେ ସେ ସବୁ ଏବେ ଜନଶୁତିରେ ବଞ୍ଚିରହିଛି । ବୋଧହୁଏ ଶ୍ରୀମହାପ୍ରଭୁଙ୍କ ନିକଟକୁ ଧାଇଁ ଆସୁଥିବା ତୀର୍ଥଯାତ୍ରୀଙ୍କର ପ୍ରାଚୀନ ରହଣି ସ୍ଥାନ ଶ୍ରୀହରି ସହଦେବ ପୀଠ ହୋଇଥିବାରୁ ହରିଙ୍କ ମନ୍ଦିରରେ( ଶ୍ରୀମନ୍ଦିର), ହରିସହଦେବଙ୍କର ପ୍ରତିଷ୍ଠା କଳପବଟର ପୂର୍ବ ଦିଗରେ ସମ୍ଭବ ହୋଇଥିଲା । ହରି ଶବଦ ଉଭୟଙ୍କଠାରେ ସାର୍ଥକ ହୋଇଛି । ଦାରୁବ୍ରହ୍ମ ଦୁଃଖ ଦାରଣ (ହରଣ) କରି, ହରି, ଶ୍ରୀସହଦେବ ମଧ୍ୟ ଦୁଃଖ ହରଣ କରି ଶ୍ରୀହରିସହଦେବ ।

 

Hari Sahadeba temple - Brhmagiri, sunamuhin, Puri
Hari Sahadeba temple – Brhmagiri, sunamuhin, Puri – Under construction

ଡଃ.ସୁରେନ୍ଦ୍ର କୁମାର ମିଶ୍ର, ସଦସ୍ୟ, ଓଡ଼ିଶା ସାହିତ୍ୟ ଏକାଡ଼େମୀ

error: Content is protected !!