ଜଳାଧାରେ ପ୍ରିୟ ଶିବ

feature-article

PAGE VIEWS: 499

 

ଆଶୁତୋଷ ଭଗବାନ ଶିବ। ଅକାଳ ମୃତ୍ୟୁ ହାରକ,ଅକର୍ମ କର୍ମଦାୟକ,ଦେବଦେବ ମହାଦେବ। କୋପରେ ହେଉ ବା ତପରେ ହେଉ ମହାଦେବଙ୍କ ଅଶୀଷ ପ୍ରାପ୍ତ ହେଲେ ସମସ୍ତ ବିପତ୍ତି ଖଣ୍ଡନ ହୋଇ ଭାଗ୍ୟୋଦୟ ଘଟେ। ସକଳ ଦେବଗଣ ତେଣୁ ଭକ୍ତିଚିତ୍ତରେ ଶଙ୍କର ଭଗବାନଙ୍କୁ ଉପାସନା କରନ୍ତି। ରୁଦ୍ର କୁପିତ ବା କ୍ରୋଧିତ ହେଲେ ତାଙ୍କ ତୃତୀୟ ନେତ୍ରର କ୍ରୋଧାନଳରେ ସୃଷ୍ଟି ଜଳିପୋଡି ଛାରଖାର ହୋଇଯାଏ। ସାଗର ମନ୍ଥନରୁ ଜାତ ଉତ୍କଟ ବିଷର ଜ୍ଵାଳାରେ ଜର୍ଜରିତ ମହାଦେବଙ୍କ ତୃପ୍ତି ପାଇଁ ଶାସ୍ତ୍ର ମତରେ ଏକମାତ୍ର ଉପାୟ ହେଉଛି ଜଳାଭିଷେକ। ଶିବ ହେଉଛନ୍ତି ପରମ ପୁରୁଷ। ପ୍ରକୃତିସ୍ଵରୂପା ଦେବୀ ହେଉଛନ୍ତି ତାଙ୍କର ଶକ୍ତି। ଉଭୟଙ୍କ ମିଳନରେ ସୃଷ୍ଟିର ବିକାଶ।

ପ୍ରଚଣ୍ଡ ଗ୍ରୀଷ୍ମରେ ସନ୍ତପ୍ତ ହୋଇପଡିଥିଲା ଜନ ଜୀବନ। ବର୍ଷାର ଆଗମନରେ ଏ କଷ୍ଟରୁ ନିବୃତ୍ତି ମିଳିଛି। ଏହି ପବିତ୍ର ସନ୍ଦିକ୍ଷଣରେ ଚାଲିଛି ଶିବଶମ୍ଭୁଙ୍କ ଶ୍ରାବଣୀ ଉତ୍ସବ। ରାଜପଥରେ ପିମ୍ପୁଡି ଧାର ପରି ଲମ୍ବିଛି ଗୈରିକ ବସନ ପିନ୍ଧା ଶିବ ଭକ୍ତଙ୍କ ଧାଡି। ମହାଦେବଙ୍କ ମସ୍ତକରେ ସୁଶୀତଳ ଶ୍ରାବଣ ଜଳ ଲାଗି ପାଇଁ ବିଭିନ୍ନ ଶୈବପୀଠକୁ ଛୁଟିଛି ଭକ୍ତଙ୍କ ସୁଅ। ଧର୍ମଶାସ୍ତ୍ର ମତରେ’ ନମସ୍କାରେ ପ୍ରିୟଭାନୁ,ଜଳାଧାରେ ପ୍ରିୟ ଶିବ। ‘ଅର୍ଥାତ ଅନ୍ୟାନ୍ୟ ପୂଜାର୍ଚ୍ଚନା କରିବା ବଦଳରେ ଶିବଙ୍କ ମସ୍ତକରେ ଜଳାଭିଷେକ କରାଇ ସେ ତୃପ୍ତ ହୁଅନ୍ତି। କଥାରେ ବି କୁହାଯାଏ ଅଗ୍ନିକୁଣ୍ଡେମ ,ଶିବେ ମୁଣ୍ଡେ,ବ୍ରାହ୍ମଣ ତୁଣ୍ଡେ;ଏ ତିନି ସ୍ଥାନରେ ଯାହା ଅର୍ପଣ କରାଯାଏ, ତାହା ବିଫଳ ହୋଇଯାଏ ନାହିଁ। ଶିବଙ୍କ ମସ୍ତକରେ ଜଳଲାଗି କରାଯିବାର ପ୍ରଥା ବୈଦିକ ଯୁଗରୁ ହିଁ ପ୍ରଚଳିତ ଥିବା ପଣ୍ଡିତମାନେ ମତ ଦିଅନ୍ତି।ତେଣୁ ଶିବ ପୂଜା ବିଧିରେ ରୁଦ୍ର ଦେବଙ୍କ ଅଭିଷେକ ପାଇଁ ସ୍ଵତନ୍ତ୍ର ମନ୍ତ୍ର ରହିଥିବା ପରିଦୃଷ୍ଟ ହୁଏ। ତେବେ ଦେବ ଦେବ ମହାଦେବଙ୍କ ମସ୍ତକରେ ଜଳାଭିଷେକ କରିବା ଲାଗି ନିର୍ଦ୍ଦିଷ୍ଟ ନିୟମ ରହିଛି। ଏଗୁଡିକୁ ପାଳନ କରିବା ଅତ୍ୟନ୍ତ ବାଛଂନୀୟ। ଶଙ୍କର ଭଗବାନଙ୍କ ଅର୍ଚ୍ଚନା ପାଇଁ ଏହା ପୂର୍ବରୁ ପ୍ରଥମେ ମନ୍ତ୍ର ବା ଜଳସ୍ନାନ କରି ଶୁଦ୍ଧ ବସ୍ତ୍ର ପିନ୍ଧିବାକୁ ହୋଇଥାଏ। ଆଦ୍ର ବସନରେ ଶିବ ପୂଜନ ଶାସ୍ତ୍ର ନିଷିଦ୍ଧ। କାୟା ଓ ବସ୍ତ୍ରକୁ ପବିତ୍ର କରି ନୂତନ ଯଜ୍ଞୋପବୀତ ଧାରଣପୂର୍ବକ ପ୍ରଥମେ ଦ୍ଵାରପାଳଙ୍କୁ ପୂଜା କରିବାକୁ ହୁଏ। ରୁଦ୍ରଙ୍କ ଅଭିଷେକ ଲାଗି ଗାଇ କ୍ଷୀର,ଶୁଦ୍ଧ ସୁବାସିତ ଜଳ ଓ ପଇଡ ପାଣି ଆବଶ୍ୟକ ହୁଏ। ଦୂଷିତ ଜଳରେ ରୁଦ୍ରଙ୍କୁ ଅଭିଷେକ କରିବା ଉଚିତ ନୁହେଁ।ପୁଣି ରୁଦ୍ରାଭିଷେକ ପଦ୍ଧତି ଅନୁଯାୟୀ ଶିବଙ୍କ ମସ୍ତକରେ ଷଡ ଆଙ୍ଗୁଳ ଉଚ୍ଚତାରୁ ଜଳ ଲାଗି କରାଯାଏ। ଅଧିକ ଉଚ୍ଚରୁ ଲାଗି କଲେ ଜଳଧାର ଅଖଣ୍ଡ ରହେନା,ପୁଣି ପ୍ରଭୁଙ୍କ ମସ୍ତକରେ ତାହା ଜୋରରେ ପଡିବାରୁ ପ୍ରଭୁଙ୍କୁ ତୃପ୍ତ କରିବା ବଦଳରେ କୁପିତ କରେ ବୋଲି ଶିବ ପୂଜକମାନେ ମତ ଦିଅନ୍ତି।

ଏବେ ବର୍ଷା ଋତୁରେ ଶିବଙ୍କ ମସ୍ତକରେ ଶ୍ରାବଣୀ ଜଳ ଲାଗି ପାଇଁ ରାଜ୍ୟର ତଥା ଦେଶର ପ୍ରମୁଖ ଶୈବ ପୀଠଗୁଡିକରେ ଭକ୍ତଙ୍କ ଭିଡ ଦେଖିବାକୁ ମିଳୁଛି। ଏହି ଭକ୍ତମାନଙ୍କ ମଧ୍ୟରେ ଅନେକ ଯୁବତୀ ଓ ମହିଳା ଥିବା ଦେଖାଯାଉଛି। ଶ୍ରାବଣ ମାସରେ ଶିବଙ୍କୁ ଜଳାଭିଷେକ କରିବାର ସେପରି କୈାଣସି ନିୟମ ନଥିଲେ ବି ଗତ ଏକ ଦଶନ୍ଧି ମଧ୍ୟରେ ଏହା ବେଶ୍ ଲୋକପ୍ରିୟତା ଅର୍ଜନ କରିଛି। ଆବାଳ ବୃଦ୍ଧ ବନିତା ସମସ୍ତେ ପ୍ରଭୁଙ୍କ ମସ୍ତକରେ ଜଳ ଲାଗି କରୁଛନ୍ତି। କିନ୍ତୁ ଶିବଙ୍କୁ ସ୍ପର୍ଶ କରିବାର ମହିଳାମାନଙ୍କ ପକ୍ଷରେ ନିଷିଦ୍ଧ ବୋଲି କର୍ମକାଣ୍ଡରେ କୁହାଯାଇଛି। କାଉଡିଆମାନେ ବୈଦିକ ଆଚରଣ ବଦଳରେ ଭିନ୍ନ ଧରଣର ଶୈାଚାଚାର ପାଳନ କରନ୍ତି। ତେବେ ଏତେ ବାଟ ଚାଲି ଚାଲି ପାଣି ନେଇ ଆସିବା ପରେ ଠାକୁରଙ୍କ ମସ୍ତକରେ ଯେଭଳି ଭାବେ ଲାଗି କରନ୍ତି,ତାହା ଆଦୈା କରଣୀୟ ନୁହେଁ ବୋଲି ଶାସ୍ତ୍ରଜ୍ଞମାନେ କହନ୍ତି ।

Shrabana Masa shrabani utsav


Weather Puri  Fri, 22 Sep 2017 09:30 PM IST
Temperature:29°C
Breezy
Wind: 25km/h South West
Humidity: 85%



    LOOKING AHEAD Puri Weather
  • 23 Sep 2017
    Thunderstorms
    High:29°C Low:29°C
  • 24 Sep 2017
    Thunderstorms
    High:29°C Low:29°C
  • 25 Sep 2017
    Thunderstorms
    High:29°C Low:28°C
  • 26 Sep 2017
    Thunderstorms
    High:29°C Low:27°C

Bhaja Govindam – immor..

Bhaja Govindam – immortal composition of Adi Sankaracharya https://t.co/GxdDrBpqkh

Gupta Gundicha In Srikhe..

Gupta Gundicha In Srikhetra – Durga Madhab worshiping https://t.co/BAyYojsAlQ https://t.co/BAyYojsAlQ https://t.co/BAyYojsAlQ

https://t.co/J7rdwzZ0jV Goddess Chandraghanta is the third among the nine forms of Durga is worshipped on the third day of Navratri.

Story of Lord Rama is ..

Story of Lord Rama is “source book” of India’s Spiritual & cultural heritage. Read Sankhipta Ramayan #DurgaPuja… https://t.co/lDtqB7x3sy