0
Your Cart
0
Your Cart
8,037

Jay Jay Guru Nanak

ଶ୍ରୀଜଗନ୍ନାଥ କୋଟି କୋଟି ହ୍ରୁଦୟ କୁ ଜୟ କରିଥିବା ଠାକୁର, ଜାତି ଅଜାତି ଧର୍ମର ଉପରେ ରହି ପ୍ରେମ-ଭକ୍ତିର ଗାଥା ଗାଉଥିବ ଠାକୁର | ଜଗନ୍ନାଥଙ୍କ ଚେତନାର ପ୍ରଭାବରେ ଏଠି ( ପୁରୀ ) ବହୁ ସାଧୁ ସନ୍ଥ ଆଗମନ୍ କରିଛନ୍ତି | ଐକତା ର ପରିଚୟ ଦେଉଥିବା ଜଗନ୍ନାଥ ଚେତନା ହୋଇଥାଏ ସନାତନି ଧର୍ମ, ଯେଉଂଥିରେ ଅଛି ସବୁ ଧର୍ମର ସାର ମରମ୍ | ଆଦିଗୁରୁ ଶଙ୍କାରାଚାର୍ଯ୍ୟ, ରାମାନୁଜ, ନିମ୍ବାର୍କ, ନାନକ, କବୀର, ବଲ୍ଲଭାଚାର୍ଯ୍ୟ, ଶ୍ରୀ ଚୈତନ୍ୟ ଦେବ ଏବଂ ବହୁ ପରି ସାଧୁ ମଣ୍ଡଳି, ଶ୍ରୀ ଜଗନ୍ନାଥ ସଂସ୍କ୍ରୁତିରେ ନିଜର ଆତ୍ମିୟତା ଅନୁଭବ କରଛନ୍ତି | ତତ୍ତକାଳିନ ପୁରୀ ର ମାଜିସ୍ଟ୍ରେଟ David Smith (1868) ଲେଖିଥିଲେ “The city of Puri is anything but a heaven upon the earth.” ଜଗନ୍ନାଥ ପୁରୀ ଧାମ ଏବେବି ରହି ଆସୁଛି ମୁକ୍ତିର ପଥ, ସଂସାରର ଦୁଖ କଷ୍ଟରୁ ମୁକ୍ତି, ଛୁଟି ଆସନ୍ତି ପୁରି କେବଳ ପ୍ରଭୁଙ୍କ ଦର୍ଶନ ପାଇଂ |.

୧୫୦୬ ମସିହାରେ ଶିଖ ଧର୍ମ ମହାନ ଗୁରୁ, ଗୁରୁ ନାନକ ଚରଣ କମଳ ଶ୍ରୀକ୍ଷେତ୍ର ରେ ପ୍ରଭୁ ଦର୍ଶନ ପାଈଂ ପଡିଥିଲା | ବାବାଙ୍କ ପ୍ରିୟ ଶିଷ୍ୟ ‘ମର୍ଦନା’ ଙ୍କୁ ନେଇ ସନ୍ଧ୍ୟା ସମୟରେ ପୁରି ସ୍ଵର୍ଗଦ୍ଵାର ପାଖରେ ପହଞ୍ଚିଥିଲେ | ମର୍ଦନା ସେହି ସମୟରେ ବହୁତ୍ ଭୋକିଲା ଥିଲେ, ସେ ଯେହେତୁ ମୁସଲିମ୍ ଥିଲେ ଜଗନ୍ନାଥ ମନ୍ଦିରରେ ପ୍ରବେଶ ଅନୁମତି ନଥିଲା | ମର୍ଦନା ବାବାଙ୍କୁ ଏହି କ୍ଷେତ୍ର କାହିଂକି ଆସିଥିଲେ ବୋଲି ଭସ୍ଚନା କରିଥିଲେ, ଯେଉଂଥିପାଇଂ ତାଙ୍କୁ ରାତ୍ରିରେ ଉପବାସ ରହିବାକୁ ପଡୁଚି | ସେହି ମୁହୁର୍ତରେ କେହି ଜଣେ ବ୍ୟକ୍ତି ସୁବର୍ଣ ଥାଳି ରେ ମହାପ୍ରସାଦ ଅର୍ପଣ କରିଥିଲା | ତାପରଦିନ ଜଗନ୍ନାଥ ମନ୍ଦିରରୁ ସୁବର୍ଣ ଥାଳି ଚୋରି ଖବର ମାହରାଜଙ୍କ ପାଖକୁ ଆସିଯାଇଥିଲା, ପୁର୍ବ ରାତ୍ରିରେ ଶ୍ରୀ ଜଗନ୍ନାଥ ଙ୍କ ନିର୍ଦେଷ ତାଙ୍କୁ ସ୍ଵପ୍ନରେ ମିଳି ସାରିଥିଲା | ପ୍ରଭୁଙ୍କ ନିର୍ଦେଷ କ୍ରମେ, ମାହରାଜ ପାରିଷଦ ବର୍ଗଙ୍କୁ ନେଇ ସ୍ଵର୍ଗଦ୍ଵାର ଅଭିମୁଖେ ଯାତ୍ରା କରିଥିଲେ, ସେଠି ନାନକ ଧ୍ୟାନରେ ଥିଲେ, ବାଲି ଉପରେ ପଡି ରହିଥିଲା ସୁବର୍ଣ ଥାଳି | ଗୁରୁ ନାନକଙ୍କୁ ଦିଆଯାଇଥିଲା ଭବ୍ୟ ସମର୍ଧନା, ଜଗନ୍ନାଥ ମନ୍ଦିର ପ୍ରବେଶ ଅନୁମତି ମିଲିଜାଈଥିଲା |.

ପୁରୀ ରେ ଅବସ୍ଥିତ ଗୁରୁଦ୍ଵାର ‘ବଉଳି ସାହେବ୍‘ ପାଖରେ ଗୋଟେ କୁଅ ଅଛି, କଥିତ ଅଛି ଗୁରୁ ନାନକ୍ ଖୋଳିଥିବା ଏହି ଗର୍ତରୁ ମିଲିଥିଲା ମଧୁର ଜଳ, ସେହି ସ୍ଥାନ ସମୁଦ୍ରର ବହୁ ପାଖ ରେ ଅବସ୍ଥିତ ଥିବା ସତ୍ଵେ, ସେହି ସ୍ତାନ ଏବେ ‘ବଉଳି ମଠ’ ନମରେ ଖ୍ୟାତ, ଶିଖ ଧର୍ମାବଲମ୍ବିଙ୍କ ପୁଣ୍ୟ ତିର୍ଥସ୍ଥାନ | ଶ୍ରୀଜଗନ୍ନାଥଙ୍କ ଆରତି ସମୟରେ, ଗୁରୁ ନାନକ ବୁଝାଇଥିଲେ, ପ୍ରଭୁ ସର୍ବବ୍ୟାପି କୌଣଷି ଧର୍ମ, ସ୍ଥାନ ତାଙ୍କୁ ବାନ୍ଧି ରଖି ପାରିବ ନାହିଂ |
error: Content is protected !!