ଶ୍ରୀକ୍ଷେତ୍ରର ପଞ୍ଚତିର୍ଥ

destinations

PAGE VIEWS: 173

 


ପରଂବ୍ରହ୍ମ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ନିତ୍ୟ ଅବସ୍ଥିତି ହେତୁ କ୍ଷେତ୍ର ରାଜ ଶ୍ରୀକ୍ଷେତ୍ର ରେ ଅଖିଳତୀର୍ଥର ସମାବେଶ ଘଟି ଥିଲେ ମଧ୍ୟ ପଞ୍ଚତୀର୍ଥ ର ବିଶେଷ ମହତ୍ତ୍ୱ ରହିଛି । ପଞ୍ଚତୀର୍ଥର ବର୍ଣ୍ଣନା ପ୍ରସଙ୍ଗରେ ବ୍ରହ୍ମାଣ୍ଡପୁରାଣର ଉକ୍ତିକୁ ଉଦ୍ଧାରକରି ଗଜପତି ଶ୍ରୀପୁରୁଷୋତ୍ତମଦେବ ସ୍ଵରଚିତ “ମୁକ୍ତି ଚିନ୍ତାମଣି ଗ୍ରନ୍ଥରେ ଉଲ୍ଲେଖ କରିଛନ୍ତି।

ମାର୍କଣ୍ଡେୟାବଟେକୃଷେ ରୋହିଣୀ ଚ ମହୋଦଧୌ ।।
ଇନ୍ଦ୍ରଦ୍ୟୁମ୍ନସର ସ୍ନାତ୍ମା ପୁନର୍ଜନ୍ମ ନ ଲଭ୍ୟତେ ||

ଶ୍ରୀକ୍ଷେତ୍ରରେ ଥିବା ପ୍ରସିଦ୍ଧ ପଞ୍ଚତୀର୍ଥ ଗୁଡ଼ିକ ହେଲେ- (୧) ମାର୍କଣ୍ଡେୟ । ପୁଷ୍କରିଣୀ, (୨) ଶ୍ୱେତଗଙ୍ଗା ପୁଷ୍କରିଣୀ, (୩) ରୋହିଣୀକୁଣ୍ଡ, (୪) ମହୋଦଧୁ ଓ (୫) ଇନ୍ଦ୍ରଦ୍ୟୁମ୍ନ ସରୋବର । ଏହି ମାର୍କଣ୍ଡେୟ ପୁଷ୍ଟ ତୀର୍ଥ ଗୁଡ଼ିକର ପବିତ୍ର ଜଳରେ ସ୍ନାନ କରି ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କଲେ ମୁକ୍ତି ଲାଭ ହୋଇଥାଏ ।

ମାର୍କଣ୍ଡେୟ ତୀର୍ଥ : ସୃଷ୍ଟିର ମହାପ୍ରଳୟକାଳରେ ଭଗବାନ୍ ବିଷ୍ଣୁ ବାଳମୁକୁନ୍ଦ ବିଗ୍ରହ ଧାରଣ ପୂର୍ବକ କଳ୍ପବଟର ଉର୍ଦ୍ଧ୍ବ ଦେଶରେ ପତ୍ରପୁଟକ ମଧ୍ୟରେ ଶୟନ କରିଥିବା ସମୟରେ ସପ୍ତକଳ୍ପଜୀବୀ ମହର୍ଷି ମାର୍କଣ୍ଡେୟ ତାହାଙ୍କୁ ଦର୍ଶନ କରି ଧନ୍ୟ ହୋଇଥିଲେ । ସେ ପ୍ରଭୁଙ୍କର ମୁଖ ଗହ୍ବର ମଧ୍ୟରେ ପ୍ରବେଶ କରି ତହିଁରେ ଚତୁର୍ଦ୍ଦଶ ଭୁବନ, ବ୍ରହ୍ମାଦି ଦିଗପାଳ, ଦେବ, ଗନ୍ଧର୍ବ, ସିଦ୍ଧ, ଋଷି, ନାନାତୀର୍ଥ, ନଦୀ, ପର୍ବତ, କାନନ, ନଗର, ପୁର, ଗ୍ରାମ, ସପ୍ତ ପାତାଳ ପ୍ରଭୃତିକୁ ଦର୍ଶନକରି ବିସ୍ମିତ ହେଲେ । ସେ ବାଳମୁକୁନ୍ଦଙ୍କର ମହୋଦର ମଧ୍ୟରେ ଇତସ୍ତତଃ ଭ୍ରମଣ କରି ମଧ୍ୟ ଅନ୍ତ ପାଇଲେ ନାହିଁ । କିଛି କାଳପରେ କୁକ୍ଷିରୁ ନିର୍ଗତ ହୋଇ ଶ୍ରୀମାର୍କଣ୍ଡେୟ ମହାମୁନି ଶ୍ରୀପୁରୁଷୋତ୍ତମଙ୍କୁ ପୂର୍ବବତ୍ ଦର୍ଶନ କଲେ । ମୁନି ବିସ୍ମୟ ବିସ୍ପାରିତ ନେତ୍ରରେ ପ୍ରଣିପାତ କରି କହିଲେ, ହେ ମହାପ୍ରଭୁ ! ଅନୁଗ୍ରହ କରି ମୋତେ ଏହି ପୁରୁଷୋତ୍ତମ କ୍ଷେତ୍ରରେ ବାସ କରିବାର ସୌଭାଗ୍ୟ ପ୍ରଦାନ କରନ୍ତି, ଯାହା ଫଳରେ ମୁଁ ମୃତ୍ୟୁର ବଶବର୍ତ୍ତୀ ହେବି ନାହିଁ । ପ୍ରଭୁ କୃପାକରି କହିଲେ, ହେ । ମୁନିବର ! ବଟବୃକ୍ଷର ବାୟୁ କୋଣରେ ଗର୍ଭ ପ୍ରସ୍ତୁତ କରି, ସେହି ଗର୍ଭକୁ ଆଶ୍ରୟ ପୂର୍ବକ ମହାଦେବଙ୍କୁ ଆରାଧନା କରି ବାସ କର, ଅଚିରେ ମୃତ୍ୟୁକୁ ଜୟ କରିପାରିବ । ଉକ୍ତ ଗର୍ଭଟି ସେହି ମୁନିଙ୍କ ନାମରେ ମାର୍କଣ୍ଡେୟ ଖାତ ବୋଲି ବିଖ୍ୟାତ ହୋଇଅଛି । ତହିଁରେ ସ୍ନାନ କରି ଦେବଦେବ ମହାଦେବଙ୍କୁ ଦର୍ଶନ କଲେ, ଅଶ୍ଵମେଧ ଯଜ୍ଞର ଫଳ ଲାଭ ହୋଇଥାଏ । ଏହି ତୀର୍ଥ ନିକଟରେ ମହାପ୍ରଭୁଙ୍କର ଅନେକ ନୀତିକାନ୍ତି ମଧ୍ୟ ଅନୁଷ୍ଠିତ ହୋଇଥାଏ ।

ଶ୍ୱେତଗଙ୍ଗା ତୀର୍ଥ : ପୁରୀର ବାଲିସାହିରେ ଶ୍ୱେତଗଙ୍ଗା ! : ତୀର୍ଥ ଅବସ୍ଥିତ । କିମ୍ବଦନ୍ତୀରୁ ଜଣାଯାଏ, ସତ୍ୟଯୁଗରେ
ଶ୍ଵତନାମକ ଜଣେ ରାଜା ଏହି ସ୍ଥାନରେ ବିରାଟି ଯଜ୍ଞ କରିଥିଲେ । ଯଜ୍ଞାନ୍ତେ ସ୍ବୟଂ ଗଙ୍ଗାଦେବୀ ସେହି ଯଜ୍ଞ କୁଣ୍ଡରେ ଆବିର୍ଭୂତ ହୋଇଥିଲେ । ମହାରାଜା ଶ୍ୱେତଙ୍କ ଦ୍ଵାରା ପରମପାବନୀ ଗଙ୍ଗାଦେବୀ ପ୍ରକଟିତ ହୋଇଥିବାରୁ ଏହାର ନାମ ‘ଶ୍ୱେତଗଙ୍ଗା’ । ମଠକର୍ମାଙ୍ଗୀ ନାମକ ଗ୍ରନ୍ଥରେ ଉଲ୍ଲେଖ ରହିଛି, ନୃପକେଶରୀଙ୍କ ସମୟରେ ବଟ ଓ ସାଗର ମଧ୍ୟବର୍ତ୍ତୀ ସ୍ଥାନରେ ରହୁଥିବା ଗଙ୍ଗାନାମୀ ମାତା ଗଙ୍ଗାସ୍ନାନ ପାଇଁ ମନ ବଳାଇଥିଲେ ମଧ୍ୟ ତାହା କରି ନପାରିବାରୁ
ଦୁଃଖିତା ହୋଇଥିଲେ । ଏକଦା ଚଉରା ନିକଟରେ ଧ୍ୟାନସ୍ଥ ହେବାରୁ ମହାପ୍ରଭୁଙ୍କ କୃପାରୁ ମକରାରୁଢ଼। ଗଙ୍ଗାଦେବୀ ସେଠାରେ ଆବିର୍ଭୂତ ହୋଇଥିଲେ । ଶ୍ଵେତରୁପଧାରିଣୀ ଗଙ୍ଗାଦେବୀ ବି ’ଶ୍ୱେତଗଙ୍ଗା’ ନାମରେ ପ୍ରଖ୍ୟାତ ହେଲେ । ଗଙ୍ଗାଦେବୀ ମାତାଙ୍କୁ କହିଥିଲେ ଯେ ଶ୍ରୀମନ୍ଦିରରେ ପଡୁଥିବା ମହାପ୍ରସାଦକୁ ପାଦରେ କୁଦିବା ଦ୍ଵାରା ଅଶେଷ ପାପ ହୋଇଥାଏ । ଏହି ଶ୍ୱେତଗଙ୍ଗା ତୀର୍ଥ ଜଳରେ ପାଦ ଧୌତ କଲେ ସେହି ପାପ କ୍ଷାଳିତ ହୋଇଥାଏ । ଶ୍ୱେତଗଙ୍ଗାରେ ସ୍ନାନ କରି ତଟଦେଶରେ ବିରାଜିତ ଶ୍ଵତମାଧବ ଓ ମତ୍ସ୍ୟମାଧବଙ୍କୁ ଦର୍ଶନ କଲେ, ବ୍ରହ୍ମହତ୍ୟା, ଗୋହତ୍ୟାଦି ମହାପାପରୁ ମୁକ୍ତି ମିଳିଥାଏ ବୋଲି କପିଳ ସଂହିତାରେ ଉଲ୍ଲେଖ ରହିଛି । ଏଠାରେ ଏକ ମୁକ୍ତିଶିଳା ମଧ୍ୟ ରହିଛି ।

ରୋହିଣୀକୁଣ୍ଡ : ଶ୍ରୀକ୍ଷେତ୍ରର ପଞ୍ଚତୀର୍ଥମାନଙ୍କ ମଧ୍ୟରୁ ଚାରିଗୋଟି ତୀର୍ଥ ଶ୍ରୀମନ୍ଦିରର ବହିର୍ଦ୍ଦେଶରେ ଥିବାବେଳେ ଗୋଟିଏ ତୀର୍ଥ ଭିତରବେଢ଼ାରେ ରହିଛନ୍ତି । ସେହି ତୀର୍ଥର ନାମ ରୋହିଣୀ ତୀର୍ଥ । ଏହି ତୀର୍ଥର ସ୍ଥିତି ସମ୍ପର୍କରେ ବ୍ରହ୍ମପୁରାଣ, ସ୍କନ୍ଦପୁରାଣ, କପିଳସଂହିତା ପ୍ରଭୃତି ଗ୍ରନ୍ଥଗୁଡ଼ିକରେ ଉଲ୍ଲେଖ ରହିଛି । ସ୍କନ୍ଦପୁରାଣରେ ବର୍ଣ୍ଣିତ ହୋଇଛି, ଶବରରାଜ ବିଶ୍ଵାବସୁ ବିଦ୍ୟାପତିଙ୍କୁ ନୀଳମାଧବ ଦର୍ଶନ କରାଇବାକୁ ନେବା ସମୟରେ ରୋହିଣୀ ନାମକ କୁଣ୍ଡକୁ ଦେଖାଇ କହିଛନ୍ତି, ହେ ଦ୍ବିଜୋତ୍ତମ ! ଏହି ମହାତୀର୍ଥଙ୍କ ନାମ ରୋହିଣୀ । କାରଣବାରି ପରିପୂର୍ଣ୍ଣ ଏଥିରେ ସ୍ନାନକଲେ ମାନବଗଣ ବୈକୁଣ୍ଡଧାମକୁ ଗମନ କରନ୍ତି । ଶ୍ରୀମନ୍ଦିରସ୍ତ କ୍ଷେତ୍ରାଧୀଶ୍ବରୀ ମା’ ବିମଳାଙ୍କ ମନ୍ଦିର ସମ୍ମୁଖବର୍ତ୍ତୀ ସ୍ଥାନରେ ସଂପ୍ରତି ଏହି ତୀର୍ଥଟି ଗୋଟିଏ କୁଣ୍ଡ ଆକାରରେ ବିରାଜିତ । ଏହି କୁଣ୍ଡ ମଧ୍ୟରେ ପ୍ରସ୍ତର ନିର୍ମିତ ଚତୁର୍ଭୁଜ କାକ ଓ ଏକ ଚକ୍ର ଅଙ୍କିତ ହୋଇଥିବା ଦେଖାଯାଏ ।

ମହୋଦଧି : ଶ୍ରୀକ୍ଷେତ୍ର ସଂଲଗ୍ନ ସମୁଦ୍ର ମହୋଦଧୁ ନାମରେ ଖ୍ୟାତ । ଶଙ୍ଖକ୍ଷେତ୍ର ଚୁମ୍ବିତ ଏହି ମହୋଦରେ ଭଗବାନ୍ ମତ୍ସ୍ୟରୂପରେ ଅବତୀର୍ଣ୍ଣ ହୋଇଥିଲେ । ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ଶ୍ବଶୁରାଳୟ ହୋଇଥିବାରୁ ଶ୍ୱେତଗଙ୍ଗା ପୁଷ୍କରିଣୀ ପ୍ରତି ଅମାବାସ୍ୟା ତିଥିରେ ଶ୍ରୀମନ୍ଦିରରୁ ଶ୍ରୀନାରାୟଣ ବିଗ୍ରହ ମହୋଦଧୂ ତଟକୁ ବିଜେ କରି ଥାନ୍ତି । ମହୋଦଧୁରେ ସକଳ ତୀର୍ଥର ସମାବେଶ ହୋଇଥିବାରୁ ଏହା ଏକ ମହାତୀର୍ଥର ମାନ୍ୟତା ଲାଭ କରିଛି । ଏହାରି କୂଳରେ ସ୍ଵର୍ଗଦ୍ଵାର ଅବସ୍ଥିତ । ସ୍କନ୍ଦପୁରାଣ, ବ୍ରହ୍ମପୁରାଣାଦିରେ ମହୋଦଧି ସ୍ନାନର ଅନନ୍ତଫଳ ସମ୍ପର୍କରେ ବିଶଦ ବର୍ଣ୍ଣନା ରହିଛି । ଶ୍ରୀକ୍ଷେତ୍ରରେ ଥିବା ପଞ୍ଚତୀର୍ଥମାନଙ୍କ ମଧ୍ୟରେ ।ମହୋଦଧୁ ତୀର୍ଥର ବିଶେଷ ମହତ୍ତ୍ୱ ରହିଛି । ଏଠାରେ ପିଣ୍ଡଦାନ କଲେ ପିତୃପୁରୁଷ ସନ୍ତୁଷ୍ଟ ହୋଇଥାନ୍ତି ।

ଇନ୍ଦ୍ରଦ୍ୟୁମ୍ନ ସରୋବର : ଶ୍ରୀନୀଳକଣ୍ଠ ମହାଦେବଙ୍କ ନିକଟରେ ଅବସ୍ଥିତ ପବିତ୍ର ତୀର୍ଥ ଇନ୍ଦ୍ରଦ୍ୟୁମ୍ନ ସରୋବରର ମାହାମ୍ତ୍ୟ ଅନେକ ପୁରାଣରେ ଦେଖିବାକୁ ମିଳେ । ସ୍କନ୍ଦପୁରାଣ ମତରେ, ସତ୍ୟଯୁଗରେ ମହାରାଜ ଇନ୍ଦ୍ରଦ୍ୟୁମ୍ନ ସହସ୍ର ଅଶ୍ଵମେଧ ଯଜ୍ଞ କରିବା ସମୟରେ କୋଟି କୋଟି : ଗୋସମୁହକୁ ନାନାଅଳଙ୍କାରରେ ଅଳକୃତ କରି ପ୍ରଚୁର ଦକ୍ଷିଣା ସହ ଉତ୍ତମ ବ୍ରାହ୍ମଣମାନଙ୍କୁ ଦାନ କରିଥିଲେ । ସେହି ଗୋରୁମାନଙ୍କର ଖୁରାଗ୍ର ଖନନ ଦ୍ବାରା ଯେଉଁ ଗର୍ଭ
ସୃଷ୍ଟି ହେଲା, ସେହି ଗର୍ଭ ଦାନକାଳୀନ ହସ୍ତଚ୍ୟୁତ ଜଳରେ ପରିପୂର୍ଣ୍ଣ ହୋଇ ଏକ ମହାଫଳଜନକ ତୀର୍ଥରେ ପରିଣତ ହେଲା । ଉକ୍ତ ତୀର୍ଥରେ ସ୍ନାନ, ପିତ୍ର ଓ ଦେବତାମାନଙ୍କ ତର୍ପଣ ଯଥାବିଧାନରେ ସମ୍ପନ୍ନ କଲେ, ମନୁଷ୍ୟଗଣ ସହସ୍ର ଅଶ୍ଵମେଧ ଯଜ୍ଞର ଫଳଭାଗୀ ହୁଅନ୍ତି । ଏହି ଶ୍ରେଷ୍ଠତୀର୍ଥଟି ଧର୍ମାତ୍ମା ରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ନାମରେ ନାମିତ ହୋଇଅଛି ।

ଡଃ. ନରେଶ ଚନ୍ଦ୍ର ଦାସ



Weather Puri  Tue, 11 Dec 2018 06:30 PM IST
Temperature:24°C
Clear
Wind: 13km/h East
Humidity: 66%



    LOOKING AHEAD Puri Weather
  • 12 Dec 2018
    Sunny
    High:26°C Low:22°C
  • 13 Dec 2018
    Partly Cloudy
    High:27°C Low:22°C
  • 14 Dec 2018
    Mostly Cloudy
    High:27°C Low:22°C
  • 15 Dec 2018
    Scattered Showers
    High:24°C Low:20°C

ଅତୀତ ପୃଷ୍ଠାରୁ … ଶ୍ରୀଭାବକୁଣ୍ଡଳେଶ୍ୱର: ବିଜେ ମାଣିକପାଟଣା https://t.co/WtODJtxCm2 via #destinations
ଅତୀତ ପୃଷ୍ଠାରୁ … ଶ୍ରୀଭାବକୁଣ୍ଡଳେଶ୍ୱର: ବିଜେ ମାଣିକପାଟଣା https://t.co/QcJ4gP0Mqt https://t.co/QcJ4gP0Mqt
The crisis of AIDS has engulfed the world. In order to save the World from this crisis the man is having conviction… https://t.co/31IMMiutUB