0
Your Cart
0
Your Cart
2,383

ରାମ ନନ୍ଦିଘୋଷ ରଥ

ରାମ ନନ୍ଦିଘୋଷ ରଥ

କଥିତ ଅଛି ଏହି ରଥକୁ ପ୍ରଥମେ ଦେବତା ମାନେ ଶ୍ରୀରାମଙ୍କୁ ପ୍ରଦାନ କରିଥିଲେ । ଏହି ରଥରେ ବସି ଶ୍ରୀରାମ ରାବଣଙ୍କ ସହିତ ଯୁଦ୍ଧ କରିବାକୁ ବାହାରିଥିଲେ । ଏହି ରଥର ବିଶେଷତ୍ବ ହେଉଛି- ଏହି ରଥରେ ସଦାଶିବଙ୍କ ଅନୁଚର ନନ୍ଦୀକେଶ୍ବରଙ୍କ ଉପସ୍ଥିତି।

ରାମ ନନ୍ଦିଘୋଷ ରଥ

ହନୁମାନଯେପରି ଭାବରେ ଶ୍ରୀମନ୍ଦିରରେ ଚାରିଦ୍ବାରରେ ତପସ୍ବୀ ହନୁମାନ,ବୀର ବିକ୍ରମ ହନୁମାନ,ଫତେ ହନୁମାନ,ବେଡି ହନୁମାନ ଆଦି ଭାବରେ ସଂଙ୍କଟ ମୋଚନ ବିରାଜମାନ;ସେହିପରି ଭାବରେ କେଶରୀନନ୍ଦନ ଅଞନେୟ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଧ୍ୟଜା ଓ ପାର୍ଶ୍ବରେ ବିରାଜମାନ । ଏହା ବ୍ୟତୀତ ଶ୍ରୀକ୍ଷେତ୍ରକୁ ଅଷ୍ଟ ମହାବୀର ରକ୍ଷା କରିଥାନ୍ତି |ସେମାନେ ହେଲେ ସିଦ୍ଧ ମହାବିର,କାନପତା ମହାବିର,ବର୍ଗୀ ହନୁମାନ,ମଶାଣୀ ମହାବୀର,ପଞ୍ଚମୁଖି ମହାବୀର,ଫତେ ମହାବୀର ଓ ଶିରୁଳି ମହାବୀର ।

“ଅଶ୍ବତଥମା ବଳିବ୍ୟାସ
ହନୁମାନ ବିଭୀଷଣ
କୃପଃ ପରଶୁରାମଶ୍ଚ
ସପ୍ତୈତେ ଚରିଜୀବିନଃ”

ସପ୍ତଚିରଂଜୀବିମାନଙ୍କ ମଧ୍ୟରେ ହନୁମାନ ଅନ୍ୟତମ । ଶ୍ରୀରାମଙ୍କ ଅନନ୍ୟ ଭକ୍ତ ଭାବରେ ସର୍ବଦା ପରିଚିତ । ଯେପରି ଭାବରେ ଶ୍ରୀମନ୍ଦିରରେ ଚାରିଦ୍ବାରରେ ତପସ୍ବୀ ହନୁମାନ,ବୀର ବିକ୍ରମ ହନୁମାନ,ଫତେ ହନୁମାନ,ବେଡି ହନୁମାନ ଆଦି ଭାବରେ ସଂଙ୍କଟ ମୋଚନ ବିରାଜମାନ; ଯେପରି ଭାବରେ ଶ୍ରୀମନ୍ଦିରରେ ଚାରିଦ୍ବାରରେ ତପସ୍ବୀ ହନୁମାନ,ବୀର ବିକ୍ରମ ହନୁମାନ,ଫତେ ହନୁମାନ,ବେଡି ହନୁମାନ ଆଦି ଭାବରେ ସଂଙ୍କଟ ମୋଚନ ବିରାଜମାନ;ସେହିପରି ଭାବରେ କେଶରୀନନ୍ଦନ ଅଞନେୟ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଧ୍ୟଜା ଓ ପାର୍ଶ୍ବରେ ବିରାଜମାନ । ଏହା ବ୍ୟତୀତ ଶ୍ରୀକ୍ଷେତ୍ରକୁ ଅଷ୍ଟ ମହାବୀର ରକ୍ଷା କରିଥାନ୍ତି । ସେମାନେ ହେଲେ ସିଦ୍ଧ ମହାବିର,କାନପତା ମହାବିର,ବର୍ଗୀ ହନୁମାନ,ମଶାଣୀ ମହାବୀର,ପନଚମୁଖୀ ମହାବୀର,ଫତେ ମହାବୀର ଓ ଶିରୁଳି ମହାବୀର ।

ଏ ମଧ୍ୟରୁ ପଞ୍ଚମୁଖି ମହାବୀର ମହାପ୍ରଭୁଙ୍କ ନିର୍ମାଲ୍ୟଖଳାର ଏକ କ୍ଷୁଦ୍ର ମନ୍ଦିର ମଧ୍ୟରେ ବିଦ୍ୟମାନ। ଲକ୍ଷ୍ମଣ ମହୀରାବଣ ସହିତ ଯୁଦ୍ଧ କରିବା ବେଳେ ହନୁମାନ ହନୁମାନନୄସିଂହ ମୂର୍ତ୍ତି ଧାରଣ କରି ମହୀରାବଣର ସୈନ୍ୟସାମନ୍ତ ହସ୍ତୀ ଅଶ୍ବମାନଙ୍କୁ ବଧ କରିଥିଲେ ।

“ଦେଖି କରି ଲକ୍ଷ୍ମଣ ଯେ ସୁଷେଣକୁ କହି ଆଜ ଦେଖ ହନୁମନ୍ତ ନୃସିଂହ ମୂର୍ତ୍ତି ହୋଇ|”


ଏହି ନୃସିଂହ କୋପମୂର୍ତ୍ତିରେ ହନୁମାନଙ୍କର ପାନଚଟି ମୁଖ ରହିଥିଲା |ସେହି ମୁଖମାନେ ହେଲେ ଅଶ୍ବମୁଖ,ବରାହମୁଖ,ମର୍କଟମୁଖ,ଗରୁଡ ଓ ନୃସିଂହ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥରେ ବିଜେ କରିଥିବାରୁ ରାମରଥ(ନନ୍ଦିଘୋଷ) ଭାବରେ ସେଥିରେ ପନଚମୁଖୀ ହନୁମାନ ଯାତ୍ରା କରୁଥିବା ଅତ୍ୟନ୍ତ ତାତ୍ପର୍ଯ୍ୟପୂର୍ଣ୍ଣ । ଏହି ହନୁମାନ ଦଶଭୂଜ ବିଶିଷ୍ଟ । ଉପର ଦକ୍ଷିଣ ବାହୁରେ ଚକ୍ର ଓ ବାମ ବାହୁରେ ଶଙ୍ଖ ଧାରଣ କରିବା ସହିତ ସମ୍ମୁଖ ବାମ ହାତରେ ଗଦା ଧରିଥାନ୍ତି । । ଅନ୍ୟାନ୍ୟ ହସ୍ତରେ ଖଡଗ,ଖେତକ,ଆଦି ଧାରଣ କଲାବେଳେ ଦକ୍ଷିଣ ହସ୍ତଟି ଅଭୟ ମୁଦ୍ରାରେ ରହିଥାଏ।

error: Content is protected !!