0
Your Cart
0
Your Cart
5,783

ଶ୍ରୀମନ୍ଦିର – ଭୂଷଣ୍ଡକାକ ଓ କୂର୍ମ ଉପାଖ୍ୟାନ

ଜଗନ୍ନାଥ ମନ୍ଦିର ଇନ୍ଦ୍ରଦ୍ୟୁମ୍ନ ନିର୍ମାଣ କରିଥିଲେ, ଏହାର ପ୍ରମାଣ ମିଳିଲା ନାହିଁ । ଯଦିଓ ମନ୍ଦିର ପ୍ରତିଷ୍ଠା ପାଇଁ ସ୍ୱୟଂ ବ୍ରହ୍ମାଙ୍କୁ ନିମନ୍ତ୍ରଣ କରିବାକୁ ଖୋଦ୍ ଇନ୍ଦ୍ରଦ୍ୟୁମ୍ନ ଯାଇଥିଲେ । ଇତିମଧ୍ୟରେ ପୃଥିବୀରେ ଅନେକ ଯୁଗ ବିତିଗଲାଣି । ବାଲି ଭିତରେ ପୋତି ହୋଇଯାଇଥିବା ମନ୍ଦିରକୁ ଗାଲମାଧବ ନାମରେ ଜଣେ ରାଜା ବାଲି ଭିତରୁ ବାହାର କରି ସେଥିରେ ମାଧବ ମୂର୍ତ୍ତି ରଖି ପୂଜା କରୁଥିଲେ । ରାଜା ଇନ୍ଦ୍ରଦ୍ୟୁମ୍ନ ମନ୍ଦିର ତୋଳାଇଛନ୍ତି ବୋଲି କହିବାରୁ ସେ ଏଥିରେ ରାଜି ହୋଇନଥିଲେ । ଫଳରେ ବ୍ରହ୍ମା ମଧ୍ୟସ୍ଥତା କରି ପ୍ରକୃତ ମନ୍ଦିର କିଏ ନିର୍ମାଣ କରିଥିଲେ ତାହା ଜାଣିବା ପାଇଁ ଚେଷ୍ଟା କରିଥିଲେ । ସେତେବେଳକୁ ପୃଥିବୀରେ ରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ସପକ୍ଷରେ କେହି ନଥିଲେ । ଏହି ସମୟରେ ରାଜାଙ୍କ କଳ୍ପବଟରେ ବସିଥିବା ଭୂଷଣ୍ଡ କାକ ଉପରେ ନଜର ପଡିଲା । ଇନ୍ଦ୍ରଦ୍ୟୁମ୍ନ କହିଲେ ଏହି ଭୂଷଣ୍ଡକାକ ହିଁ ମୋର ସାକ୍ଷୀ । ବ୍ରହ୍ମା, ଭୂଷଣ୍ଡକାକକୁ ମନ୍ଦିର ନିର୍ମାଣ ବିଷୟରେ ପଚାରିବାରୁ ସେ କହିଲା, ହଁ, ଏ ମନ୍ଦିରକୁ ରାଜା ଇନ୍ଦ୍ରଦ୍ୟୁମ୍ନ ନିର୍ମାଣ କରିଛନ୍ତି । କିନ୍ତୁ କାକ ଭଳି ଗୋଟିଏ କ୍ଷୁଦ୍ର ପକ୍ଷୀର ସାକ୍ଷୀରେ ରାଜା ଗାଲମାଧବ ସନ୍ତୁଷ୍ଟ ହେଲେ ନାହିଁ । ତେଣୁ ବ୍ରହ୍ମା ଆଉ କିଏ ସାକ୍ଷୀ ଦେଇପାରିବ ବୋଲି ଇନ୍ଦ୍ରଦ୍ୟୁମ୍ନଙ୍କୁ ପଚାରିଲେ । ତାପରେ ଇନ୍ଦ୍ରଦ୍ୟୁମ୍ନଙ୍କ ମନ୍ଦିର ତୋଳାଇଥିବା କୂର୍ମମାନଙ୍କ କଥା ମନେପଡିଲା । ସେଠାରୁ ସେ ବ୍ରହ୍ମା ଓ ଗାଲମାଧବଙ୍କୁ ନେଇ ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀ ନିକଟକୁ ଗଲେ । ସେଠାରେ ଥିବା କୂର୍ମମାନେ କହିଲେ, ‘ହଁ, ଆଜ୍ଞା ଏଇ ରାଜାଙ୍କର ମନ୍ଦିର ତିଆରି କରି ପଥର ବୋହି ମଣିଷ ରୂପରୁ ଆମେ କୂର୍ମ ହୋଇଯାଇଛୁ ।’ ଏଇ ଦୁଇ ସାକ୍ଷୀକୁ ବିଶ୍ୱାସ କରି ବ୍ରହ୍ମା ରାଜା ଇନ୍ଦ୍ରଦ୍ୟୁମ୍ନ ଶ୍ରୀକ୍ଷେତ୍ରରେ ଶ୍ରୀମନ୍ଦିର ନିର୍ମାଣ କରିଥିଲେ ବୋଲି ଗାଲମାଧବଙ୍କୁ କହିଥିଲେ ।

error: Content is protected !!