0
Your Cart
0
Your Cart
2,400

ସାକ୍ଷୀ ଗୋପାଳ ର ଶ୍ରୀରାଧା : ଅଂଳା ନବମୀ

ବ୍ରଜଭୁମି ଉତ୍ତରପ୍ରଦେଶର ଏକ ସାସ୍କୃତିକ ସ୍ଥାନ, ଅବଶ୍ୟ ରାଜନୈତିକ ଭାବେ ସ୍ଥାନ ନିରୂପିତ ହୋଇପାରିନାହିଁ । ଏହି ସ୍ଥାନ ମଥୁରା , ଜଳେଶର,ଆଗ୍ରା,ଆଲିଗଢ ରୁ ଇଟାହା, ଅଉରିୟା ଏବଂ ଫାରୁଖାବାଦ ପର୍ଯ୍ୟନ୍ତ ବିସ୍ତୃତ । ବିଶ୍ବାସ କରାଯାଏ ଶ୍ରୀକୃଷ୍ଣଙ୍କ ସବୁ ବାଲ୍ୟଲିଳା ଏବଂ କିଶୋର ଲିଳା ସବୁ ଏହି ସବୁ ସ୍ଥାନରେ ଘଟିତ । ହିନ୍ଦୁ ସଂସ୍କୃତି ଅନୁଯାୟୀ ଏହି ସ୍ଥାନ ସବୁ ମହତ୍ବପୂର୍ଣ୍ଣ ଅଟେ । ସେହି ବ୍ରଜଭୁମିର ସ୍ଥାପିତ ମୂର୍ତ୍ତି ଶ୍ରୀଗୋପାଳ ହିଁ ହେଉଛନ୍ତି ସାକ୍ଷୀ ଗୋପାଳ ଯାହା ପରବର୍ତ୍ତୀ କାଳରେ ସାକ୍ଷୀ ଗୋପାଳ,ପୁରୀ, ଓଡ଼ିଶାରେ ଅବସ୍ଥିତ ।

ବହୁଦିନ ପର୍ଯ୍ୟନ୍ତ ସାକ୍ଷୀ ଗୋପାଳ ବିନା ସହଚରିରେ ଥିଲେ । ଆଲୋଚନା ହେଲା ଶ୍ରୀରାଧା ମୃର୍ତ୍ତି ସ୍ଥାପିତ୍ତ ହେବ କିନ୍ତୁ କେଉଁ ରୁପରେ । ଗ୍ରାମରେ ଥିଲା ପରାମା ସୁନ୍ଦରୀ ବ୍ରାହ୍ମଣୀ କନ୍ୟା ଲକ୍ଷ୍ମୀ, ସାକ୍ଷୀ ଗୋପାଳଙ୍କ ମୂର୍ତ୍ତିକୁ ବହୁତ୍ ଭଲ ପାଉଥିଲେ । ନିର୍ଦିଷ୍ଟ ହେଲା ମୂର୍ତ୍ତି ରାଧାଙ୍କ ରୂପ ଲକ୍ଷ୍ମୀ ଭଳି ହେବ। ବିଶ୍ବାସ କରାଯାଏ ଲକ୍ଷ୍ମୀ ଲକ୍ଷ୍ମୀଙ୍କ ଅଂଶ ରେ ଜନ୍ମ ନେଇଥିଲା । ଯେଉଁଦିନଠୁ ମୂର୍ତ୍ତି କାମ ଆରମ୍ଭ ହେଲା ଲକ୍ଷ୍ମୀର ଦେହ ଖରାପ ଆରମ୍ଭ ହେଲା । କୁହାଯାଏ ମୂର୍ତ୍ତି ସ୍ଥାପନ ଦିନ ଲକ୍ଷ୍ମୀ ଦେହ ତ୍ୟାଗ କଲା । ବର୍ଷ ସାରା ରାଧାରାଣୀ ଘାଗାରା ଚୋଲି ରେ ପୂଜା ପାଇଥାନ୍ତି କେବଳ ଅଂଳା ନବମୀ ରେ ଓଡିଆଣି ବେଶରେ ନଜର ଆସିଥାନ୍ତି ଫଳରେ ରାଧା ପାଦ ଦର୍ଶନ ସମ୍ଭବ ହୋଇଥାଏ । ରାଧା ପାଦ ଦର୍ଶନ ଓ ସ୍ପର୍ଶ କେବଳ ଏହି ଅଂଳା ନବମୀ ରେ ସମ୍ଭବ ହୋଇଥାଏ ।

error: Content is protected !!