0
Your Cart
0
Your Cart
3,866

ଚତୁର୍ମାସ୍ୟାର ମହିମା

ଆଷାଢ଼ ପୂର୍ଣ୍ଣିମା ପରେ ଚତୁର୍ମାସ୍ୟା ଯେବେ ଆରମ୍ଭ ହୋଇଯାଏ, ଏହା ସାଧାରଣତଃ ଅଶୁଦ୍ଧକାଳ ବୋଲି ବିବେଚନା କରାଯାଏ | ତେଣୁ ଏହି ସମୟରେ ସାଧାରଣତଃ କୌଣସି ଶୁଭ କର୍ମ ଅନୁଷ୍ଠିତ ହୁଏ ନାହିଁ | ଏହି ସମୟରେ ଭଗବାନ ବିଷ୍ଣୁ ଶୟନରେ ଥାଆନ୍ତି ବୋଲି ବିଶ୍ଵାସ କରାଯାଏ | କିନ୍ତୁ ଏହା ଶ୍ରୀହରିଙ୍କୁ ଆରାଧନା କରିବାର ପ୍ରକୃଷ୍ଟ ସମୟ ବୋଲି ଅନେକଙ୍କର ମତ | ବର୍ଷା ଚାରିମାସ ମଧ୍ୟରେ ମନୁଷ୍ୟ ଯେତେଦିନ ଜନାର୍ଦ୍ଦନଙ୍କ ସମୀପରେ ସମୟ ବ୍ୟତୀତ କରେ, ସେ ସମୟ ପର୍ଯ୍ୟନ୍ତ ସେ ଅଶ୍ଵମେଧ ଯଜ୍ଞର ଫଳ ଲାଭ କରେ |

ମହୋଦଧିର ପବିତ୍ର ଜଳରେ ସ୍ନାନ ପୂର୍ବକ ଭଗବାନ ଶ୍ରୀପୁରୁଷୋତ୍ତମଙ୍କର ଦର୍ଶନ କରି ଚତୁର୍ମାସ୍ୟା ବ୍ରତ ପାଳନ କରିବା ଦ୍ଵାରା ମୁକ୍ତିର ସାଧନ ସୁଗମ ହୁଏ | ଏଥିନିମିତ୍ତ ସାଧକମାନେ ଏହି ସମୟରେ ପୁରୁଷୋତ୍ତମ କ୍ଷେତ୍ରରେ ବାସ କରନ୍ତି | କୁହାଯାଏ ଯେ ବର୍ଷର ଆଠମାସ କାଳ ଭଗବାନଙ୍କୁ ଦର୍ଶନ କରି ନର ଯେଉଁ ପୁଣ୍ୟ ଅର୍ଜନ କରିଥାଏ ଚତୁର୍ମାସ୍ୟାର ଗୋଟିଏ ଦିନ ଦର୍ଶନରେ ସେହି ଫଳ ମିଳେ |

ସାଧାରଣତଃ ଶାକାହାର କିମ୍ବା ଫଳାହାର ଦ୍ଵାରା ଏହି ବ୍ରତ ପାଳନ କରାଯାଇଥାଏ | ଯେଉଁମାନେ ଆଧ୍ୟାତ୍ମିକ ସ୍ତରରେ ଉଚ୍ଚତ୍ତର ସୋପାନକୁ ଯିବା ପାଇଁ ଇଚ୍ଛୁକ ଥାଆନ୍ତି ସେମାନେ ଏହି ସମୟରେ କୌଣସି ନିର୍ଜନ ସ୍ଥାନକୁ ଯାଇ ତପସ୍ୟାରେ ନିମଗ୍ନ ହୋଇଯାଆନ୍ତି | ସାଧାରଣ ଗୃହୀ ସାଧକମାନେ ଜପମାଳାଧରି ଏହି ସମୟରେ ଜପାଦି କର୍ମ କରିଥାନ୍ତି |

error: Content is protected !!