0
Your Cart
0
Your Cart
3,986

ଚଳନ୍ତି ପ୍ରତିମା ବିଜେ ଓ ପନ୍ତୀ ଭୋଗ

ଚଳନ୍ତି ପ୍ରତିମା ବିଜେ ଓ ପନ୍ତୀ ଭୋଗ
Chandan Jatra http://bit.ly/chandanjatra
Chandan Jatra

ଚଳନ୍ତି ପ୍ରତିମାମାନେ ବିଜେ କରିବା ସମୟରେ ପୁରୀର ସ୍ଥାନୀୟ ଅଧିବାସୀ ବୈଷ୍ଣବ ସମ୍ପ୍ରଦାୟର ଅଧିକାରୀ, ମହନ୍ତ ଓ ଅନେକ ଭକ୍ତ ପାରମ୍ପରିକ ଚନ୍ଦନ ସଂଗୀତ ଗାନ ପରେ ପଦବ୍ରଜରେ ବିମାନର ଆଗେ ଆଗେ ଚାଲିଥାନ୍ତି । ସିଂହଦ୍ବାର ଠାରୁ ନରେନ୍ଦ୍ର ସରୋବର ପର୍ଯ୍ୟନ ରାସ୍ତାର ବିଭିନ୍ନ ସ୍ଥାନରେ ଉଭୟ ମଠ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ରଥ କାଠ, ବାଉଁଶ ଓ ଚାଞ୍ଚ ନିର୍ମିତ ଛାମୁଣ୍ଡିଆ ମାନ ନିର୍ମିତ ହୋଇଥାଏ । ବିଜେ ସମୟରେ ପୂର୍ବ ପ୍ରଚଳିତ ପରମ୍ପରା ଅନୁଯାୟୀ କେତେକ ମଠ, ଯାଗା ଆଖେଡ଼ା, ଶ୍ରୀନଅର, ବ୍ୟକ୍ତି ବିଶେଷ ତରଫରୁ ତଥା ବଡ଼ଦାଣ୍ଡସ୍ତ ଶ୍ରୀମନ୍ଦିରର ମୁଖ୍ୟ କାର୍ଯ୍ୟାଳୟ ଠାରେ ପନ୍ତୀ ଭୋଗ ହୋଇଥାଏ । ପନ୍ତୀ ଭୋଗ ହେଉଥିବା କେତେକ ନିର୍ଦ୍ଦିଷ୍ଟ ସ୍ଥାନରେ ଛାମୁଣ୍ଡିଆମାନଙ୍କୁ ଆମ୍ବଡ଼ାଳରେ ସୁସଜିତ ପୂର୍ବକ ବିଭିନ୍ନ ଫଳ ଓ ପୁଷରେ ମଣ୍ଡିତ କରାଯାଇଥାଏ । ଏହି ଛାମୁଣିଆ ତଳେ ଠାକୁରମାନଙ୍କ ବିମାନ, ପାଲିଙ୍କି ଇତ୍ୟାଦି ପନ୍ତୀ ଭୋଗ ସମୟରେ ସ୍ବଳ୍ପ ସମୟ ପାଇଁ ରହିଥାଏ । ପନ୍ତୀ ଭୋଗ ମଧ୍ୟରେ ଗଜାମୁଗ, ଆମ, ପଣସ, ଅଙ୍ଗୁରୁ, ଚାଉଳିଆ କାକୁଡି, କ୍ଷୀର, କଦଳୀ, ଖୁଆମଣ୍ଡା, ଚୁଡାଭଜା, ଖଇ, ନଡ଼ିଆ ପାତି, ପଇଡ ଇତ୍ୟାଦି ଭୋଗ ହୋଇଥାଏ ।

ପନ୍ତୀ ଭୋଗ
error: Content is protected !!