ପୌଷ ମାସ ଅମାବାସ୍ୟା – ବକୁଳ ଅମାବାସ୍ୟା

festivals

PAGE VIEWS: 450

 


ଭାରତୀୟ ସଂସ୍କୃତି ଏକ ପ୍ରକୃତିଭିତ୍ତିକ ସଂସ୍କୃତି । ପ୍ରାକୃତିକ ପରିବର୍ତ୍ତନରେ ଧରଣୀରାଣୀ ଅପୂର୍ବ ଶୋଭା ସମ୍ଭାରରେ ମଣ୍ଡିତ ହେଉଥିବା ସମୟରେ ସାଧାରଣ ଜନଜୀବନରେ ଯେଉଁ ଉନ୍ମାଦନା ସୃଷ୍ଟି ହୁଏ, ଆମୋଦ ପ୍ରମୋଦ ମାଧ୍ୟମରେ । ତାହାକୁ ଉପଭୋଗ କରିବା ପାଇଁ ବିଭିନ୍ନ ପର୍ବପର୍ବାଣିର ବ୍ୟବସ୍ଥା କେଉଁ ଆବହମାନକାଳରୁ ଆମ ସମାଜରେ ପ୍ରଚଳିତ ହୋଇଆସୁଛି । ତନ୍ମଧ୍ୟରୁ ବକୁଳ ଅମାବାସ୍ୟା ପର୍ବ ଅନ୍ୟତମ । ପୌଷ ମାସ ଅମାବାସ୍ୟା ‘ବକୁଳ ଅମାବାସ୍ୟା’ନାମରେ ଖ୍ୟାତ । ଏହି ଦିନଟି ଓଡ଼ିଶାର ଘରେ ଘରେ ଏକ ସାମାଜିକ ଉତ୍ସବ ରୂପେ ଆବହମାନକାଳରୁ ପାରମ୍ପରିକ ରୀତିରେ ପାଳିତ ହୋଇଆସୁଛି । ଏହି ପର୍ବ ପାଳନରୁ ଜଣାଯାଏ, ପୌଷମାସରେ ପ୍ରବଳ ଶୀତର ପ୍ରକୋପ ମଧ୍ୟରେ ଆମ୍ର ବୃକ୍ଷଗୁଡ଼ିକ ନବ ବସନ୍ତର ଶୁଭାଗମନର ସୂଚନା ଦେଇ ମୁକୁଳିତ ହୋଇ ଉଠୁଥିବା ସମୟରେ ପ୍ରକୃତି ଯେତେବେଳେ ନୂତନ ପୁଳକରେ ପୁଲକିତ ହୁଏ । ସେହି ଅବସର ରେ ମନରେ ଅନେକ ସମ୍ଭାବନାକୁ ସ୍ଥାନଦେଇ ପ୍ରକୃତିପ୍ରେମୀ ଓଡ଼ିଆ, ବକୁଳ ଅମାବାସ୍ୟା ପର୍ବ ପାଳନ କରି ଆନନ୍ଦରେ ନିଜର ମହାନତାକୁ ବ୍ୟକ୍ତ କରିଥାଏ । ବକୁଳ ଅମାବାସ୍ୟା ଓଡ଼ିଶାର ଏକ ନିଜସ୍ଵ ପର୍ବ ଏହି ଦିନ ଘରେ ଘରେ ଗଇଁଠା ପିଠା ପ୍ରସ୍ତୁତ କରାଯାଏ । ବଉଳ ଧରିଥିବା ଆମ୍ବଗଛ ମୂଳେ ଗଇଁଠା ପିଠା ଭୋଗ କରାଯାଏ । ଆଉ କେଉଁ କେଉଁ ସ୍ଥାନରେ ଘରେ କ୍ଷୀରିପିଠା ଇତ୍ୟାଦି ପ୍ରସ୍ତୁତ କରାଯାଇ ଆମ୍ବଗଛରୁ ନୂଆ ବଉଳ ଆଣି ନିଜ ପରିବାରର ଇଷ୍ଟଦେବୀଙ୍କ ଠାରେ ଭୋଗ ଲଗାଯାଇଥାଏ । କେଉଁ ଆବହମାନକାଳରୁ ଶ୍ରୀମନ୍ଦିରରେ ପାଳିତ ହେଉଥିବା କାରଣରୁ ଏହି ଆମୋଦଦାୟକ ପ୍ରକୃତିଭିତ୍ତିକ ପର୍ବଟି କେତେ ଯେ ପ୍ରାଚୀନ ତାହା ସହଜରେ ଅନୁମେୟ ।

ଶ୍ରୀକ୍ଷେତ୍ର ଭଳି ପରମ ପବିତ୍ର କ୍ଷେତ୍ର ତ୍ରିଭୁବନରେ ବିରଳ । ଏହି ପାବନ କ୍ଷେତ୍ରକୁ ନିଜର ରମଣୀୟ ଲୀଳାକ୍ଷେତ୍ର ରୂପେ ସ୍ଵୟଂ ସ୍ବୀକାର କରି ନିଗୁଣ ବ୍ରହ୍ମ ସଗୁଣ ସାକାର ଦାରୁବ୍ରହ୍ମ ରୂପରେ ପ୍ରତିଭାତ ହୋଇ ନାନାବିଧ ବିଚିତ୍ର ଲୀଳାମାନ ସଂରଚନା କରି ନିଜର ଅନୁରକ୍ତ ଭକ୍ତମାନଙ୍କ ଗହଣରେ ରହି ନିଜେ ନିଜର ଆନନ୍ଦମୟ ସ୍ଥିତିରେ ରହିବା ସହିତ ଜଗତବାସୀଙ୍କୁ ଅପାରଆନନ୍ଦ । ଦାନକରି ଧନ୍ୟ କରୁଅଛନ୍ତି ପରଂବ୍ରହ୍ମ ହେଲେ ମଧ୍ୟ ସାଧାରଣ ମଣିଷ ପରି ଆଚରଣ କରନ୍ତି, ଓଡ଼ିଆମାନଙ୍କର ଚିର ଆରାଧ୍ୟ ଇଷ୍ଟଦେବ ଶ୍ରୀଜଗନ୍ନାଥ ମହାପ୍ରଭୁ । ସେ ନିତ୍ୟ ଉତ୍ସବମୟ ଠାକୁର । ବର୍ଷସାରା ଲାଗି ରହିଥାଏ । ଶ୍ରୀମନ୍ଦିରରେ ବିଭିନ୍ନ ଯାତ୍ରା ଉତ୍ସବ । ବକୁଳ ଅମାବାସ୍ୟାରେ ପୂଜକ ପ୍ରାତଃକାଳୀନ ପୂଜାପରେ ଭକ୍ତିର ସହିତ ନଡ଼ିଆଖଣ୍ଡ ପଡ଼ିଥିବା ସୁଆଦିଆ ପିଠାମାନ ଠାକୁରଙ୍କୁ ସମର୍ପଣ କରିବେ । ଏହି ପୂଜାପରେ ମହାପ୍ରଭୁଙ୍କୁ ଆମ୍ବବଉଳ ଲାଗିକରି ବନ୍ଦାପନା କରିବେ । ନୀଳାଦ୍ରି ମହୋଦୟ ଗ୍ରନ୍ଥରେ ମଧ୍ୟ ପୌଷମାସ ଅମାବାସ୍ୟାରେ ଖଣ୍ଡ ନଡ଼ିଆ ପଡ଼ିଥିବା ସୁସ୍ବାଦୁ ପିଠାମାନ ମହାପ୍ରଭୁଙ୍କୁ ଅର୍ପଣ କରିବା ସହିତ ଆମ୍ବ ବଉଳ ଲାଗି କରିବା ବିଷୟ ଉଲ୍ଲେଖ ରହିଛି ।

ପୌଷ ମାସ ଅମାବାସ୍ୟା ଦିନ ଶ୍ରୀଜୀଉମାନଙ୍କର ଆଳତି ଅବକାଶ ବଢ଼ିବା ପରେ ବେଶ ହେବା ସମୟରେ ମହାପ୍ରଭୁଙ୍କୁ ଆଜ୍ଞାମାଳ ନିମନ୍ତେ ଖଣ୍ଡିଏ ଅଧୁକ ମାଳ ଲାଗି କରାଯାଇଥାଏ । ଗୋପାଳବଲ୍ଲଭ ଭୋଗ ସରି ସକାଳଧୂପ ଉଠିଲେ ରୋଷଘରୁ ଭୋଗ ଛେକ ସଙ୍ଗେ ବଉଳଗଇଁଠା ତାଟ ଛାମୁକୁ ଆସେ । ଏହାପରେ ମୁଦିରସ୍ତ ପ୍ରସାଦ ଲାଗି କରିବା ଉତ୍ତାରେ ପୂଜା ପଣ୍ଡା ଷୋଡ଼ଶ ଉପସ୍ପରରେ ଭୋଗ ଲଗାଇଥାନ୍ତି । ପୂଜାପରେ ଟେରା ଫି ଟି ଲେ ଆଳତି ହୁଏ । ବଉଳଗଇଁଠା ତାଟ ଭିତରେ ଥାଇ ପୂଜାପଣ୍ଡା, ପତିମହାପାତ୍ର ଓ ମୁଦିରସ୍ତ ତିନି ବାଡ଼ରେ ବନ୍ଦାପନା କରନ୍ତି । ଏହାପରେ ମହାପ୍ରସାଦ ବାହାରକୁ ଆସିଥାଏ । ମହାପ୍ରସାଦ କଢ଼ାଯାଇ ପାଣି ପଡ଼ିବା ପରେ ଦକ୍ଷିଣଘରୁ ନାରାୟଣ ସିଂହାସନକୁ ବିଜେ କରନ୍ତି । ପୂଜାପଣ୍ଡା ଶ୍ରୀଜୀଉଙ୍କଠାରୁ ଆଜ୍ଞାମାଳ ଆଣି ନାରାୟଣଙ୍କୁ ପ୍ରଦାନ କରନ୍ତି । ଆଜ୍ଞାମାଳ ପାଇ ନାରାୟଣ ସାଗର ବିଜେ ନିମନ୍ତେ ଝୁଲଣ ମଣ୍ଡପ ନିକଟରେ ଥିବା ପାଲିଙ୍କିରେ ବିଜେ କଲେ ଶ୍ରୀଜୀଉଙ୍କର ଅନ୍ୟାନ୍ୟ ଦୈନନ୍ଦିନ ନୀତି ବି ଅନୁଯାୟୀ ଅନୁଷ୍ଠିତ ହୋଇଥାଏ

। ଡଃ. ନରେଶ ଚନ୍ଦ୍ର ଦାଶ
୦ ଅଧ୍ୟକ୍ଷ, ନୀଳାଚଳ ନାରାୟଣ ସଂସ୍କୃତ ମହାବିଦ୍ୟାଳୟ, ପୁରୀ


Festival in Puri
UPCOMING FESTIVAL



Weather Puri  
Temperature:-18°C

Wind: km/h
Humidity: %



    LOOKING AHEAD Puri Weather


  • High:-18°C Low:-18°C


  • High:-18°C Low:-18°C


  • High:-18°C Low:-18°C


  • High:-18°C Low:-18°C

Srita kamalA – Gita Govinda https://t.co/EtNVTF4ZRl via #gitagovinda
Srita kamalA – Gita Govinda https://t.co/Tp9acTksCi https://t.co/Tp9acTksCi
praLaya payOdhi jalE – Gita Govinda https://t.co/QAeYj31zBR via #gitagovinda