0
Your Cart
0
Your Cart
4,458

ମା ବିମଳା

ସାରା ଭାରତବର୍ଷରେ ଶିବଙ୍କ ସହିତ ଦୁର୍ଗା ଉପାସିତ ହେଲାବେଳେ ପୁରୁଷୋତ୍ତମ କ୍ଷେତ୍ରରେ ବିମଳା ଓ ଜଗନ୍ନାଥଙ୍କୁ କେନ୍ଦ୍ର କରି ଶାକ୍ତ ଜଗତର ପରିକ୍ରମା ଦେଖାଯାଏ। ଜଗନ୍ନାଥଙ୍କ ପତ୍ନୀ ମହାଲକ୍ଷ୍ମୀ ହେଲେ ମଧ୍ୟ ପୀଠେଶ୍ଵରୀ ହେଉଛନ୍ତି ବିମଳା। ସେ ଜଗନ୍ନାଥଙ୍କର ମାୟା ଶକ୍ତି,ବଳଭଦ୍ରଙ୍କର କ୍ରୟାଶକ୍ତି ଓ ସୁଭଦ୍ରାଙ୍କର ଇଛାଶକ୍ତି ରୂପେ ଗ୍ରହଣୀୟ। ଶକ୍ତି ସ୍ଵରୁପିଣୀ ଦେବୀ ପାର୍ବତୀ ଦକ୍ଷଯଜ୍ଞରେ ଆତ୍ମାହୁତି ଦେବାର ସମ୍ବାଦ ଶୁଣି ଦେବଦେବ ମହାଦେବ ବିରହରେ ଉନ୍ନତ୍ତ ହୋଇପଡିଲେ। ସେ ଶକ୍ତିଙ୍କ ଅର୍ଦ୍ଧଦଧ୍ଗ ଶରୀରକୁ ଧରି ପ୍ରଚଣ୍ଡ ବେଗରେ ପୃଥିବୀ ପରିକ୍ରମା କରିବାକୁ ଲାଗିଲେ। ସ୍ଵୟଂ ବିଷ୍ଣୁ ଦେବଦେବଙ୍କର ଚେତନା ଫେରାଇ ଆଣିବାର ପ୍ରଚେଷ୍ଟା କଲେ। ଶିବ ଚେତନା ପାଇ ଯେଉଁ ସ୍ଥାନରେ ପାଦ ରଖିଲେ ତାହା ପରମପାବନ ପାଦପୀଠ ନାମରେ ବିଖ୍ୟାତ। ପରେ ତାହା ଶ୍ରୀକ୍ଷେତ୍ର ହେଲା। ଦେବୀ ଦୈବୀଶକ୍ତି ଭାବରେ ଦଶହରା ଦଶଦିନ ପୂଜିତ ବାକି ସମୟ କୈବଲ୍ୟ ଭୋଜନ କରିଥାନ୍ତି। ମନ୍ଦିର ରେ ଥିବା ପାଚଂଫୁଟ ଉଚ୍ଚତା ବିଶିଷ୍ଟ ଏକ ମଣିବିଗ୍ରହ ପଦ୍ମ ଉପରେ ଦେବୀ ବିରାଜମାନ କରିଥାନ୍ତି।

ଶ୍ରୀ ବିମଳା ଦେବୀଙ୍କ ନିକଟରେ କୋଠ ଭୋଗ ମଧ୍ୟରୁ ଶାରଦୀୟ ମହାପୂଜାର ରୋଷରେ ନିର୍ମିତ ହେଉଥିବା ସ୍ୱତନ୍ତ୍ର ବିମଳାଇ ପିଠା , ଗଜାମଣ୍ଡା , ମୁଆଁ ଓ ଥାଳି ଖେଚଡ଼ି ମଣୋହି ବଢ଼ା ଯାଇ ଷୋଡଶ ଉପଚାର ରେ ପୂଜା କରାଯାଇଥାଏ। ଆଳତି ବନ୍ଦାପନା ପରେ ଉକ୍ତ ମନ୍ଦିରର ଜଗମୋହନ ରେ ପଲଙ୍କ ଉପରେ ଦୁର୍ଗା ମାଧବ ବିଜେ ହୁଅନ୍ତି । ଶୀତଳ ଭୋଗ ମଣୋହି ପରେ ବନ୍ଦାପନା ହୁଏ । ଶ୍ରୀ ବିମାଳା ଙ୍କ ତିନି ଧୂପ ଓ ରାତ୍ର ଚନ୍ଦନ ଲାଗି ପରେ ଦୁର୍ଗା ମାଧବଙ୍କୁ ଭଣ୍ଡାର ଘରେ ବିଜେ କରାଯାଏ। ଏହି ସମୟରେ ୩ ବାଡ଼ରେ ଯାହା ଭୋଗ ଲାଗେ ସବୁ ଦେବୀଙ୍କ ପାଖକୁ ଆସି ବେଲପତ୍ର ପଡି ପୁନଃ ନୈବେଦ୍ୟ ହୋଇଥାଏ।

ଏହି ଦିନମାନଙ୍କରେ ଲାଗି ହେଉଥିବା ଅଧିକ ଭୋଗ ହେଉଛି
ସକାଳ ଧୂପ : କାନ୍ତି (୧ ସରା) , ଖେଚେଡି ଫାଳେ
ମଧ୍ୟାହ୍ନ ଧୂପ : କାକରା (୫ଟି) , ମାଥପୁଳି (୨) , ସାନ ଆରିସା (୧) , ବଡ଼ ଆରିସା (୧)
ସାନ୍ଧ୍ୟ ଧୂପ : ବଡ଼ପଖାଳ (୧) , ମାଠପୁଳି(୧) , ପରିଜାତକ (୯) , ଅମାଲୁ(୨)
ବଡ଼ ସିଂହାର : କ୍ଷୀର (୧) , ଟାକୁଆ (୧)

ଏହି ସମୟରେ ବିମଳାଙ୍କ ହେଉଥିବା ବେଶର ତାଲିକା
ବନଦୁର୍ଗା ବେଶ
ଭୁବନେଶ୍ଵରୀ ବେଶ
ନାରାୟଣୀ ବେଶ
ବଗଲାମୁଖୀ ବେଶ
ଜୟଦୁର୍ଗା ବେଶ
ଉଗ୍ରତାରା ବେଶ
ମାତଙ୍ଗୀ ବେଶ
ଦଶଭୁଜା ବେଶ
ରାଜରାଜେଶ୍ୱରୀ ବେଶ
ହରଚଣ୍ଡୀ ବେଶ
ସିଂହବାହିନୀ ବେଶ

ମାତା ସୁଭଦ୍ରାଙ୍କ ରଥରେ ପାର୍ଶ୍ଵ ଦେବୀ ଭାବରେ ଯେଉଁ ବିମଳା ମୂର୍ତ୍ତି ଅଙ୍କିତ ସେଥିରେ ଶୁଭ୍ରଙ୍ଗୀ ଲୋହିତ ବସନ ପରିଧାନ କରନ୍ତି। ଓଲଟା ପଦ୍ମପୀଠ ଉପରେ ଦଣ୍ଡାୟମାନ।ଉପର ଦକ୍ଷିଣ ହସ୍ତରେ ଏକ ମତ୍ସ୍ୟ ଓ ଏକ ମନୁଷ୍ୟ ଧରିଥିବାବେଳେ ତଳ ଦକ୍ଷିଣ ହସ୍ତ ବରଦ ମୁଦ୍ରାରେ ରହିଛି ଓ ବାମ ହସ୍ତରେ ଅମୃତ କଳସ ଧାରଣ କରିଛନ୍ତ। ଦକ୍ଷିଣ ପାର୍ଶ୍ଵରେ ମାୟା ଓ ବାମ ପାର୍ଶ୍ଵରେ ପ୍ରଣମ୍ୟ ମୁଦ୍ରାରେ ସିଂହ ବିରାଜମାନ।

error: Content is protected !!