0
Your Cart
0
Your Cart
2,961

Meghamala ku ninde kala ku chahan bare mana chakadala ku

[wc_row][wc_column size=”one-third” position=”first”]

ମେଘମାଳାକୁ ନିନ୍ଦେ କଳାକୁ
ଚାହାଁ ବାରେ ମନ ଚକାଡ଼ୋଳାକୁ ।।

ଏ ଭବ ସରିତେ ତରିଗଲେ ଭକ୍ତେ
ଆଶ୍ରେ କରି ଯାର ନାମ ଭେଳାକୁ ।
ସଦାଶିବ ହର ହୋଇଲେ ଅମର
କୋଳେ ଧରିଛନ୍ତି ଗିରିବାଳାକୁ ।
ଗୁନ୍ଥିମାଳାକୁ ପିନ୍ଧି ଗଳାକୁ
ନାମ ଜପୁଛନ୍ତି କଳାଧଳାକୁ ।୧।

ସତ୍ୟରେ ଶ୍ରୀପତି ସମୁଦ୍ରକୁ ମନ୍ଥି
ତହିଁରେ ଜାତ କଲେ କମଳାଙ୍କୁ ।
ଦେବାସୁର ଯୁଦ୍ଧେ ଅମୃତ ବିବାଦେ
ମୋହିନୀ ହୋଇଲେ ଦେବଛଳାକୁ ।
ରାହୁ ଗଳାକୁ ଛେଦି ହେଳାକୁ
ମୋହକଲେ ମହାଦେବ ଭୋଳାକୁ ।୨।

[/wc_column] [wc_column size=”one-third”]
ମେଘ ମାଳାକୁ ନିନ୍ଦେ କଳାକୁ
ମେଘ ମାଳାକୁ ନିନ୍ଦେ କଳାକୁ
[/wc_column] [wc_column size=”one-third” position=”last”]

ତ୍ରେତୟା ଯୁଗରେ ରାମ ଅବତାରେ
ଭଜ ମନ ବାରେ ରଘୁବଳାକୁ ।
ପାଇ ସୀତାଛଳ ଘେନି କପିବଳ
ସିନ୍ଧୁରେ ବାନ୍ଧିଲେ ଶିଳା ଭେଳାକୁ ।
ଜାତଖେଳାକୁ ରଣସ୍ଥଳୀକୁ
ରଣେ ଛେଦିଲେ ବିଶ୍ରବାବଳାକୁ ।୩।

ଦ୍ୱାପର ଯୁଗରେ ଜନ୍ମି ଗୋପପୁରେ
ଓପାଡ଼ି ପକାଇଲେ ଯାମଳାକୁ ।
କାଳିନ୍ଦୀରେ ପଶି କାଳୀଦର୍ପ ଧ୍ୱଂସି
ନିବାରିଲେ ମହା ବିଷଜାଳାକୁ ।
ଯାଇ ମେଳାକୁ ରଙ୍ଗ ସ୍ଥଳୀକୁ
କପଟେ ମାଇଲେ ସେ ମଉଳାକୁ ।୪।

ଏ କଳି ଯୁଗରେ କଳ୍ପବଟ ମୂଳେ
ମାଡ଼ି ବସିଛନ୍ତି ଲକ୍ଷେ ଶିଳାକୁ ।
ବିକାଇଲେ ଅନ୍ନ ନେଲେ ଜାତିଧର୍ମ
କେହି ନ ଖୋଜଇ କାହା ଧର୍ମକୁ ।
କ୍ଷେତ୍ରସ୍ଥଳକୁ ମୁକ୍ତି ଖଳାକୁ
ଭାବେ ହୃଦାନନ୍ଦ ସନ୍ଥମେଳାକୁ ।୫।

[/wc_column][/wc_row]
error: Content is protected !!