ଅତିତର ରଘୁନନ୍ଦନ ଲାଇବ୍ରେରୀ

feature-article

PAGE VIEWS: 1,288

 

ପୁରୀ ଏମାର ମଠର ସବୁଠାରୁ ବଡ଼ କୃତିତ୍ବ ‘ ରଘୁନନ୍ଦନ ଲାଇବ୍ରେରୀ’ । ମହନ୍ତ ଗଦାଧର ରାମାନୁଜ ଦାସ 1921 ମସିହା ଅଗଷ୍ଟ 14 ତାରିଖ ଦିନ ନିଜର ଗୁର ସ୍ବର୍ଗତ ରଘୁନନ୍ଦନ ରାମାନୁଜ ଦାସଙ୍କ ସ୍ମୃତି ଉଦ୍ଦେଶ୍ୟରେ ମଠର ବିଜେସ୍ଥଳୀ ଠାରେ ଏକ ପାଠାଗାର ପ୍ରତିଷ୍ଠା କରିଥିଲେ । ୧୯୩୬ ମସିହା ଅପ୍ରେଲ ୩୦ ତାରିଖ ଦିନ ଏମାର ମଠ ତରଫରୁ ରଘୁନନ୍ଦନ ପାଠାଗାର, ସଂସ୍କୃତ ଟୋଲ, ଦାତବ୍ଯ ଚିକିତ୍ସାଳୟ ଓ ପ୍ରିଣ୍ଟଙ୍ଗ ପ୍ରେସ ପରିଚାଳନା ସଂପର୍କରେ ଏକ ବାର୍ଷିକ ବିବରଣୀ ପ୍ରକାଶ ପାଇଥିଲା ।



ତହିଁରୁ ଜଣାଯାଏ ଯେ, ତତକାଳୀନ ସମୟରେ ଉକ୍ତ ପାଠାଗାରରେ ଦୈନିକ ଷ୍ଟେଟସମ୍ୟାନ, ଅମୃତବଜାର ପତ୍ରିକା, ନିଉ ଓଡିଶା, ଦୈନିକ ବସୁମତୀ, ଉକ୍ତଳ ଦୀପିକା, ସମାଜ, ଆଶା, ବିଶ୍ବାମିତ୍ର ପ୍ରଭୁତି ସମ୍ବାଦପତ୍ର ରହୁଥିଲା । ଏହା ବ୍ୟତୀତ ପ୍ରାୟ ୧୩ଟି ସାପ୍ତାହିକ ଓ ୨୦ଟି ମାସିକ ପତ୍ରିକା ପାଠକଙ୍କ ଉଦ୍ଦେଶ୍ୟରେ ନିୟମିତ ଭାବେ ପାଠାଗାରକୁ ଆସୁଥିଲା । ଭାରତର ବିଭିନ୍ନ ସ୍ଥାନରୁ ବହୁ ଦୃଷ୍ପ୍ରାପ୍ୟ ପୂସ୍ତକ ସଂଗୃହିତ ହୋଇ ରଘୁନନ୍ଦନ ପାଠାଗାରରେ ରଖାଯାଇଥିଲା । ସେହି ସମୟରେ ଦୈନିକ ପ୍ରାୟ ୬୦ ଜଣ ପାଠକ ନିୟମିତ ଭାବେ ପାଠାଗାରକୁ ଆସୁଥିଲେ । ଏହି ପାଠାଗାରକୁ ଏହାର ଦ୍ବିତାଲା ବିଶିଷ୍ଟ ଛାତ ଉପରୁ ଶ୍ରୀମନ୍ଦିରର ଆଭ୍ୟନ୍ତରିଣ ଦୃଶ୍ୟ ଦେଖିବା ନିମନ୍ତେ ତତକାଳିନ ସମୟରେ ଭାରତ ଓ ଇଂଲଣ୍ଡର ବହୁ ବିଶିଷ୍ଟ ଅଣହିନ୍ଦୁ ଅତିଥବର୍ଗମାନେ ବିଭିନ୍ନ ସମୟରେ ଏହି ମଠ ପରିସରକୁ ଆସିଥିଲେ ।



flag Lord Jagannath


Festival in Puri

UPCOMING FESTIVAL



Weather Puri  22-01-2021
Temperature:26°C
Mostly Sunny
Wind: 6.21km/h
East
Humidity: 62%



    LOOKING AHEAD Puri Weather
  • 24-01-2021 [ Sun]
    Mostly Sunny
    High:26°C Low:24°C
  • 25-01-2021[ Mon]
    Mostly Sunny
    High:26°C Low:24°C
  • 26-01-2021[ Tue]
    Mostly Sunny
    High:25°C Low:24°C
  • 27-01-2021[ Wed]
    Sunny
    High:25°C Low:24°C

ଯେତେବେଳେ ଈଶ୍ବରଙ୍କର ନାମ ନେଲେ ଶରୀରରେ ରୋମାଞ୍ଚ ସୃଷ୍ଟି , ଅଶ୍ରୁପାତ ହୁଏ, ସେତେବେଳେ ଆଉ ସନ୍ଧ୍ୟାଦି କର୍ମ କରିବାକୁ ପଡେନା । ସେତେବେ… https://t.co/JC1T9zrU4W
ଲଗାଇଦେଲେ କିନ୍ତୁ ଏବେ କି ନାରଖାର । ନା ଅଛି ସବୁଜିମା ନା ଯତ୍ନ । ନରେନ୍ଦ୍ର ପୁଷ୍କରଣୀ ବହୁ ଆଡମ୍ବର ର ଲଘୁ କ୍ରିୟା । #puri #odisha… https://t.co/xUIHx83uCg
jay jay shri jagannath