ସୂର୍ଯ୍ୟପରାଗ*
ଆସନ୍ତା ୨୬. ୧୨. ୨୦୧୯ ରିଖ ଗୁରୁବାର ପୌଷକୃଷ୍ଣ ଅମାବାସ୍ୟା

photo news

PAGE VIEWS: 482

 

*ସୂର୍ଯ୍ୟପରାଗ*
ଆସନ୍ତା ୨୬. ୧୨. ୨୦୧୯ ରିଖ ଗୁରୁବାର ପୌଷକୃଷ୍ଣ ଅମାବାସ୍ୟାରେ କେତୁଗ୍ରସ୍ତ ଖଣ୍ଡଗ୍ରାସ ସୂର୍ଯ୍ୟପରାଗ ସମ୍ପୂର୍ଣ ଭାରତରେ ଦୃଶ୍ୟମାନ ହେବ ଏହି ପରାଗ କାଳର ଅବଧି (ଘ୦୩/୦୯ମି)ତିନିଘଣ୍ଟା ନଅ


ମିନଟ ରହିବ ,ପରାଗସ୍ପର୍ଶ ଦିବା ଘ୦୮.୨୦ ମିନଟ ରେ ହେବ ପରାଗ ମଧ୍ୟକାଳ ଦିବା ଘ ୦୯/୫୪ ମିନଟ ଏବଂ ପରାଗ ସର୍ବମୋକ୍ଷ ଦିବା ଘ୧୧.୨୯ ମିନଟ ରେ ହେବ । ପରାଗ ସ୍ପର୍ଶର ୧୨ ଘଣ୍ଟା ପୂର୍ବରୁ ଅର୍ଥାତ ପୂର୍ବଦିନ(ବୁଧବାର) ରାତ୍ର ଘ୦୮.୨୦ ମିନଟ ଠାରୁ ପାକତ୍ୟାଗ ,ଦେବନୀତି ଓ ଅନ୍ନଭୋଜନ ନିଷିଦ୍ଧ କରାଯାଇଛି ପରାଗ ସର୍ବମୋକ୍ଷ ପରେ ଅର୍ଥାତ ଦିବା ଘ୧୧.୨୯ମି ପରେ ମହାସ୍ନାନ କରାଇ ଦେବତାଙ୍କର ଦେବନୀତି କରଣୀୟ ।
ପରାଗ ଦର୍ଶନ କର୍କଟ, ସିଂହ,କନ୍ୟା,ତୁଳା, ବିଛା ଓ କୁମ୍ଭରାଶିର ବ୍ୟକ୍ତି ମାନଙ୍କ ପାଇଁ ଶୁଭ ହେବ ।ଏହା ବ୍ୟତୀତ ଅନ୍ୟ ରାଶିମାନଙ୍କର ପରାଗ ଦର୍ଶନେ ଅଶୁଭ ଫଳ ପ୍ରାପ୍ତ ହେବ ।ଏଣୁ ଏହି ବ୍ୟକ୍ତିମାନେ ପରାଗ ଦର୍ଶନ ନକରିବା ଉତ୍ତମ ।


ପରାଗ କାଳରେ ସର୍ବାଧିକ କୁପ୍ରଭାବ ଗର୍ଭବତୀ ମହିଳା ,ଗର୍ଭସ୍ଥଶିଶୁ ମାନଙ୍କ ଉପରେ ପଡିଥାଏ ବୋଲି କୁହାଯାଏ ।ଏଣୁ ପରାଗ ସମୟରେ ଗର୍ଭବତୀ ମହିଳାମାନଙ୍କୁ ବହୁତ ସାବଧାନତା ଅବଲମ୍ବନ କରିବା ଆବଶ୍ୟକ।ଯେପରି ପରାଗ ସମୟରେ ବାହାରକୁ ନବାହାରିବା, ପରାଗକୁ ନଦେଖିବା ,ଧାରୁଆ ଅସ୍ତ୍ରର ବ୍ୟବହାର ନକରିବା ,କବାଟ ଝରକା ବନ୍ଦ କରି ଘରଭିତରେ ରହିବା, ଖାଦ୍ୟ ନଖାଇବା ,ବାହାରେ ମଳମୂତ୍ର ତ୍ୟାଗ ନକରିବା, କୌଣସି ଦ୍ରବ୍ୟକୁ ନକାଟିବା ,ଡାଳପତ୍ର ନଛିଣ୍ଡାଇବା ,ସିଲେଇ ନକରିବା , ଖାଦ୍ୟ ତିଆରି ନକରିବା, ସୂର୍ଯ୍ୟକିରଣ ନିଜ ଉପରେ ପଡ଼ିବାକୁ ନଦେବା ଏହିପରି କିଛି ନିୟମ ପାଳନ କଲେ ସେମାନଙ୍କ ପ୍ରତି କୌଣସି ଅସୁବିଧା ହୋଇନଥାଏ ଓ ଗର୍ଭରେଥିବା ଶିଶୁମାନଙ୍କର ଧଧ୍ୟ କୈ।ଣସି କ୍ଷତି ହୋଇନଥାଏ। ପରାଗ ପ୍ରଭାବରୁ ମୁକ୍ତହୋଇ ଗ୍ରହଣ ଖଣ୍ଡିଆ ଆଦି ବିକଳାଙ୍ଗତାରୁ ରକ୍ଷାପାଇ ପାରିଥାଆନ୍ତି ।


ଏହା ବ୍ୟତୀତ ଗର୍ଭବତୀ ସ୍ତ୍ରୀଲୋକମାନେ ମଧ୍ୟ କେତେ ଗୋଟି ସାମାନ୍ୟ ପ୍ରତିକାର କଲେ ସେମାନଙ୍କ ଗର୍ଭସ୍ଥ ଶିଶୁର ପରାଗ କୁପ୍ରଭାବର ଶିକାର ହୋଇନଥାନ୍ତି ଯଥା –
ପ୍ରଥମଟି ହେଲା ସେମାନେ ଯେତେବେଳେ ଖାଦ୍ୟ ଗ୍ରହଣ କରୁଛନ୍ତି ବା ପାନୀୟ ଗ୍ରହଣ କରୁଛନ୍ତି ସେଥିରେ ଦୁଇ ତିନୋଟି ତୁଳସୀ ପତ୍ର ଛିଣ୍ଡାଇ ପକାନ୍ତୁ ଏବଂ କିଛି ସମୟ ରଖିବା ପରେ ଖାଦ୍ୟ ପାନୀୟ ଗ୍ରହଣ କରିବା ଦ୍ଵାରା କୌଣସି ଅସୁବିଧା ହୋଇନଥାନ୍ତି ।

ଦ୍ୱିତୀୟଟି ହେଲା ପରାଗ ବେଳେ ଶୋଇବା ସମୟରେ ନିଜ ଗୋଡ଼ହାତକୁ ଯାକି ବା ମୋଡି ସୁଅନ୍ତୁ ନାହିଁ ।ସିଧା କରି ସୁଅନ୍ତୁ ଏହା ଦ୍ଵାରା ମଧ୍ୟ କୌଣସି ପରାଗର କୁପ୍ରଭାବ ପଡ଼ିନଥାଏ ।


ତୃତୀୟ ପ୍ରତିକାର ହେଲା ପରାଗ ସମୟରେ ଯେଉଁମାନେ ନସୋଇ ଚାହିଁବାର ଆବଶ୍ୟକତା ଅଛି ।ସେମାନେ ନିଜ ପାଖରେ ଏକ ନଡ଼ିଆ କିମ୍ବା ତୁଳସୀ ପତ୍ର ରଖିପାରିବେ।ଶିବଙ୍କ ମନ୍ତ୍ର ବା ସୂର୍ଯଙ୍କ ଗାୟତ୍ରୀ ଜପ କରିବା ଦ୍ବାରା ସେମାନଙ୍କ ଉପରେ ମଧ୍ୟ କୌଣସି କୁପ୍ରଭାବ ପଡେନାହିଁ।



ଚତୁର୍ଥ ପ୍ରତିକାର ହେଉଛି ପରାଗ ଲାଗିବା ସମୟରେ ପାଦରୁ ମୁଣ୍ଡ ପର୍ଯ୍ୟନ୍ତ ମାପି ନିଜ ଉଚ୍ଚତାର ଏକ ଧଳା ସୁତା କୁ ଛିଣ୍ଡାଇ ଘରର ବାୟୁ କୋଣରେ ବାନ୍ଧିଦିଅନ୍ତୁ ।ପରାଗ ପରେ ଏହାକୁ ଜଳ ରେ ଭସାଇବା ଦ୍ଵାରା ପରାଗଜନିତ କୁପ୍ରଭାଭ ଖଣ୍ଡିତ ହୋଇଥାଏ ।


ଭୁଲ୍ ରେ ପରାଗ ସମୟରେ ଗ୍ରସ୍ତ ସୂର୍ଯ୍ୟକୁ ଦର୍ଶନ କରିଦେଇଥିଲେ ।ଦୁଇପାଦ ଓ ହାତକୁ ଧୋଇ ଗୋଡ ଓ ହାତର କାଣିଆଙ୍ଗୁଠି ନଖରେ ଲହୁଣୀ ଲଗାଇଦେଇ ପରାଗ ପରେରେ ସ୍ନାନ କଲେ କୁପ୍ରଭାବ ପଡିବ ନାହିଁ।


flag Lord Jagannath


Festival in Puri

UPCOMING FESTIVAL



Weather Puri  26-11-2020
Temperature:22°C
Cloudy
Wind: 6.84km/h

Humidity: 78%



    LOOKING AHEAD Puri Weather
  • 28-11-2020 [ Sat]
    Mostly Sunny
    High:28°C Low:22°C
  • 29-11-2020[ Sun]
    Sunny
    High:28°C Low:22°C
  • 30-11-2020[ Mon]
    Sunny
    High:27°C Low:22°C
  • 01-12-2020[ Tue]
    Sunny
    High:27°C Low:21°C

https://t.co/cmUFeTbVPXଶ୍ରୀଜଗନ୍ନାଥ/ନାଗାର୍ଜୁନ-ବେଶ/ “ନାହିଁ ସେ ବେଶର ଉପମା । ବାକ୍ୟେ କେ ବର୍ଣ୍ଣିବ ମହିମା ?” 🌸🌸🌸🌸🌸🌸🌸🏵🌸🌸🌸🌸🌸… https://t.co/cmUFeTbVPXଶ୍ରୀଜଗନ୍ନାଥ/ନାଗାର୍ଜୁନ-ବେଶ/
*🌹🌼👉ଜୟ ଜୟ ଶ୍ରୀ ଜଗନ୍ନାଥ 👈🌼🌹* *✧═════•❁❀❁•═════✧* *ଅଦ୍ୟ ନଭେମ୍ବର ୨୬ ତାରିଖ ୨୦୨୦ ମସିହା(ଗୁରୁବାର)* *କାର୍ତ୍ତିକ-ଶୁକ୍ଳପ… https://t.co/gHrAIG5qws
*🌹🌼👉ଜୟ ଜୟ ଶ୍ରୀ ଜଗନ୍ନାଥ 👈🌼🌹* *✧═════•❁❀❁•═════✧* *ଅଦ୍ୟ ନଭେମ୍ବର ୨୫ ତାରିଖ ୨୦୨୦ ମସିହା(ବୁଧବାର)* *ସମ୍ବତ୍ସର -ଆନନ୍ଦୋ*… https://t.co/A95OQisZfH