ଇତିହାସରୁ ଜଣାଯାଏ ଦକ୍ଷିଣ ଭାରତରୁ ନୀଳାଦ୍ରି କ୍ଷେତ୍ରକୁ ଜଳପଥରେ ହିଁ ସାଧୁ ସନ୍ଥ ଓ ତୀର୍ଥଯାତ୍ରୀମାନେ ଆସୁଥିଲେ । କେହି କେହି ଚିଲିକାରେ ବୋଇତରେ ଆସି ମାଣିକପାଟଣା ବାଟରେ ପହଞ୍ଚୁଥୁଲେ ତ କେହି କେହି ବରକୁଦଘାଟରେ ପହଞ୍ଚୁଥିଲେ । ବର୍ତ୍ତମାନ ସାତପଡ଼ାକୁ ପୁରୀଠାରୁ ଯାଇଥିବା ରାଜପଥର ସୁନାମୁହିଁଠାରୁ ଡାହାଣପଟେ କରିମପୁର ପାଖରେ ରହିଛି ବରକୁଦ ଘାଟ ଦହିଖୁଆଠାରେ ବାମପଟ କୁ ଗଲେ ରହିଥିଲା ମାଣିକପାଟଣା ଘାଟି । ଯେଉଁମାନେ ମହୋଦଧୁ ଓ ଚିଲିକା ମଝି ରେ ଥୁବା ଚଲାପଥରେ ଆସୁଥିଲେ 6ସମା6ନ ମାଣିକପାଟଣା ସିଧାରେ ବୋଇତରେ ଆସି ଚିଲିକା ପାରି ହୋଇ ଘାଟରେ ପହଞ୍ଚିଥିଲେ । ଏହି ଘାଟ ନିକଟରେ ପ୍ରାଚୀନ କାଳରୁ ରହିଥିବା ଶ୍ରୀଭାବକୁଣ୍ଡଳେଶ୍ୱର ମହାଦେବଙ୍କ ମନ୍ଦିର ଆଜି ବି ରହିଛି । ଦସ୍ତାବିଜରେ ଶ୍ରୀ ଭାବକୁଣ୍ଡଳେଶ୍ୱର: ବିଜେ ମାଣିକପାଟଣା ବୋଲି ଲେଖା ରହିଛି । | ମାଣିକପାଟଣା ଗାଁ ଥିଲା ଓଡ଼ିଶା ଐତିହ୍ୟର ଏକ ଗୌରବପୂର୍ଣ୍ଣ ସ୍ମାରକୀ । ଏଇ ଗାଁର ମାଣିକ ଗଉଡୁଣୀ ଜଡ଼ିତ ଥିଲା ଓଡ଼ିଶା ସେନାବାହିନୀର କାଂଚି ଅଭିଯାନ ସହିତ । ଗଜପତି ପୁରୁଷୋତ୍ତମ ଦେବଙ୍କ କାଂଚି ନଗରୀକୁ ୨ୟ ଯୁଦ୍ଧ ଯାତ୍ରା ବେଳର କଥା । ମାଣିକ ଥିଲା ଗଜପତି, ଓଡ଼ିଆ ପାଇକ ବାହିନୀ ଓ ଶ୍ରୀଜଗନ୍ନାଥଙ୍କ ମଧ୍ୟରେ ସେତ୍ର । ଦହି ଖିଆ ଘଟଣା ନିମିତ୍ତ ମାତ୍ର । ମହାପ୍ରଭୁ ଜଣାଇଦେଲେ ମୁଁ ତମ ସାଙ୍ଗରେ ଅଛି; ଅଭିଯାନରେ ଆଗେ ଆଗେ ଯାଉଛି । ବାସ୍, ଏତିକିରେ ଗଜପତି ଯୁଦ୍ଧ ଅଭିଯାନରେ କିପରି ରୋମାଞ୍ଚିତ ହୋଇଥିବେ, ଶତସିଂହର ବଳନେଇ ବୀରଦର୍ପରେ ଆଗେଇ ଯାଇଥିବେ, ତାହା ଅନୁଭବର କଥା । ମହାପ୍ରଭୁ ଆମ ସଙ୍ଗରେ ଅଛନ୍ତି, ମହାପ୍ରଭୁଙ୍କ ଆଶୀର୍ବାଦ ରହିଛି, ଆଜ୍ଞାମାଳ ମିଳିଛି, ଏତିକି ଭାବିଲେ, ଆଜି ବି ଉତ୍ସାହରେ ଆଗେଇବା ବ୍ୟକ୍ତିତ୍ବ ସମାଜରେ କମ୍ ନାହାଁନ୍ତି । ଅନୁଭବ କଥା ଇୟେ । ଅନୁଭବୀ ସେ କଥା ଜାଣନ୍ତି । ଜଳବାହିନୀ ଓ ସୁଳବାହିନୀରେ ପାଇକ ବୀରମାନଙ୍କ ମଧ୍ୟରେ ଏହା ଯେତେବେଳେ ରାଷ୍ଟ୍ର ହୋଇଗଲା- ମହାପ୍ରଭୁ ଆମ ସଂଗରେ ଅଛନ୍ତି। ସେତିକିରେ ସେମାନେ ଅଫୁରନ୍ତ ସାହାସରେ ଆଗେଇ ଯାଇଥିଲେ । ଭାବର ଐତିହ୍ୟ ଗାଥା ଇୟେ । ଭାବର ଠାକୁର ହିଁ ଆମର କାଳେ କାଳେ ପଥପ୍ରଦର୍ଶକ ହୋଇ ରହିଛନ୍ତି ।
ଡଃ.ସୁରେନ୍ଦ୍ର କୁମାର ମିଶ୍ର