ଶ୍ରୀଜଗନ୍ନାଥଙ୍କ ଆବିର୍ଭାବ ତଥା ପ୍ରତିଷ୍ଠା ଓ ମାଦଳା ପାଞ୍ଜି

feature-article

PAGE VIEWS: 347

 


ଇନ୍ଦ୍ରଦ୍ୟୁମ୍ନ ମହାରାଜା ଜଣେ ବଡ ବିଷ୍ଣୁଭକ୍ତ ଥିଲେ ଏବଂ କେଉଁଠାକୁ ଗଲେ ବିଷ୍ଣୁଙ୍କ ସହ ସାକ୍ଷାତ ହେବ ବୋଲି ଚିନ୍ତିତ ଥିଲେ। ଜଣେ ବୈଷ୍ଣବ ଦୈବବଶତଃ ଇନ୍ଦ୍ରଦ୍ୟୁମ୍ନଙ୍କ ରାଜସଭାରେ ପ୍ରବେଶ ହୋଇ ନୀଳମାଧବଙ୍କ କଥା ଜଣାଇଲେ। ରାଜା ଏ ସମ୍ବାଦ ପ୍ରାପ୍ତ ହୋଇ ରାଜପୁରୋହିତ ବିଦ୍ୟାପତିଙ୍କୁ ରାସ୍ତା ପ୍ରଭୃତି ଠିକଣା କରିବା ଲାଗି ପ୍ରେରଣ କଲେ। ବିଦ୍ୟାପତି ବହୁ ଶ୍ରମକରି ବିଶ୍ଵାବସୁ ଶବରଙ୍କ ଘରେ ପ୍ରବେଶ ହେଲେ ଏବଂ ତାଙ୍କ ସହିତ ମିତ୍ରତା ସ୍ଥାପନ କଲେ। ପରବର୍ତ୍ତୀ କାଳରେ ଶବର କନ୍ୟାଙ୍କ ସହିତ ବିଦ୍ୟାପତିଙ୍କର ବିବାହ ହେଲା ଏବଂ ତାଙ୍କ ସାହାଯ୍ୟରେ ନୀଳମାଧବଙ୍କୁ ସେ ଦର୍ଶନ କଲେ। ବିଦ୍ୟାପତି ଦର୍ଶନ ଲାଭ କରି ଫେରି ଆସି ଇନ୍ଦ୍ରଦ୍ୟୁମ୍ନ ମହାରାଜାଙ୍କୁ ଏ ସମ୍ପର୍କରେ ସମ୍ବାଦ ଦେଲେ।

ପୁଜିତ ମାଦଳା ପାଞ୍ଜି

ପୁଜିତ ମାଦଳା ପାଞ୍ଜି

ଇନ୍ଦ୍ରଦ୍ୟୁମ୍ନ ମହାରାଜା ସମ୍ବାଦ ପାଇ କୃତକୃତ୍ୟ ହୋଇ ଦର୍ଶନ ଲାଭ ଆଶାରେ ନୀଳମାଧବଙ୍କ ନିକଟକୁ ଯାତ୍ରା କଲେ। ମାତ୍ର ଇତି ମଧ୍ୟରେ ନୀଳମାଧବ ଅନ୍ତର୍ଦ୍ଧାନ ହେଲେ ଏବଂ ରାସ୍ତାରେ ଏ ସମ୍ବାଦ ନାରଦ ଇନ୍ଦ୍ରଦ୍ୟୁମ୍ନଙ୍କୁ ଜଣାଇଲେ। ରାଜା ସମ୍ବାଦ ପାଇ ଅତି ଦୁଃଖିତ ହେଲେ ଏବଂ ଆପଣାକୁ ଧିକ୍କାର କଲେ; ମାତ୍ର ଆକାଶବାଣୀ ହେଲା – ‘ତୁମେ ଆଉ ଏ ମୂର୍ତ୍ତି ଦେଖିପାରିବ ନାହିଁ। ପାଞ୍ଚଶହ ବର୍ଷ ମଧ୍ୟରେ ଏକହଜାର ଅଶ୍ଵମେଧ୍ୟ ଯଜ୍ଞ କଲେ ଆମ୍ଭେ ଦାରୁବ୍ରହ୍ମ ରୂପରେ ଅବତୀର୍ଣ୍ଣ ହେବୁ। ସେତେବେଳେ ତୁମ୍ଭେ ଦର୍ଶନ ପାଇବ। ଆମ୍ଭେ ଚତୁର୍ଦ୍ଧାମୂର୍ତ୍ତିରେ ଆବିର୍ଭୂତ ହେବୁ; ଯଥା :- ୧-ବଳଭଦ୍ର,ଶଙ୍ଖବର୍ଣ୍ଣ, ଋକ୍ ବେଦରେ ଚିନ୍ତା ଏବଂ ରାଜମନ୍ତ୍ରରେ ପୂଜା କରିବ। ୨-ଜଗନ୍ନାଥ, ନୀଳମେଘ ପରି ବର୍ଣ୍ଣ, ସାମବେଦରେ ଚିନ୍ତା, ଦ୍ଵାଦଶାକ୍ଷର ମନ୍ତ୍ରରେ ପୂଜା । ୩-ସୁଭଦ୍ରା ଅରୁଣ ଓ କୁଙ୍କୁମ ବର୍ଣ୍ଣ ମିଶ୍ରିତ, ଯଜୁର୍ବେଦରେ ଚିନ୍ତା, ଦେବୀ ଶକ୍ତିମନ୍ତ୍ର। ୪-ସୁଦର୍ଶନ ରକ୍ତବର୍ଣ୍ଣ, ଅଥର୍ବ ବେଦରେ ଚିନ୍ତା।’

ରାଜା ଏହି ଆକାଶବାଣୀ ଶୁଣି କ୍ଷେତ୍ର ମଧ୍ୟରେ ଅଶ୍ଵମେଧ ଯଜ୍ଞ ଆରମ୍ଭ କଲେ। ଇନ୍ଦ୍ରଦ୍ୟୁମ୍ନ ପୋଖରୀଠାରେ ଯଜ୍ଞ ହେଲା। ସେଥୁଅନ୍ତେ ଦାରୁବ୍ରହ୍ମ ଆସି ସମୁଦ୍ରରେ ବାଙ୍କୀମୁହାଣ ନିକଟରେ ଲାଗିଲା। ସେଠାରୁ ଦାରୁ ଅଣାଯାଇ ଗୁଣ୍ଡିଚା ମନ୍ଦିରରେ ମୂର୍ତ୍ତି ଗଠିତ ହେଲା। ଇନ୍ଦ୍ରଦ୍ୟୁମ୍ନଙ୍କ ସ୍ତ୍ରୀଙ୍କ ନାମ ଗୁଣ୍ଡିଚା ଥିଲା। ଗୁଣ୍ଡିଚା ମନ୍ଦିର ଓ ଗୁଣ୍ଡିଚା ଯାତ୍ରା ତାଙ୍କ ନାମରେ ନାମିତ। ଇନ୍ଦ୍ରଦ୍ୟୁମ୍ନ ମହାରାଜା ବଡଦେଉଳର ଶୁଭଦେଲେ। ୧୦୦୦ହାତ ଉଚ୍ଚର ଦେଉଳ ପ୍ରସ୍ତୁତ କରାଇଲେ ଏବଂ ଦେବତାମାନଙ୍କୁ ପ୍ରତିଷ୍ଠା କରାଇ ଦେଉଳରେ ବିଜେ କରାଇବା ଲାଗି ବ୍ରହ୍ମାଙ୍କ ନିକଟକୁ ଗଲେ। ବ୍ରହ୍ମାଙ୍କ ସହିତ ସାକ୍ଷାତ କରି ଫେରି ଆସିବା ବେଳକୁ ଦେଖିଲେ ଯେ ଗାଲମାଧବ ରାଜା ଦେଉଳ ଅଧିକାର କରି ଦେବତାଙ୍କୁ ପୂଜା କରୁଛନ୍ତି। ଇନ୍ଦ୍ରଦ୍ୟୁମ୍ନ ଗାଲମାଧବଙ୍କ ସହିତ ଯୁଦ୍ଧକଲେ। ଗାଲମାଧବ ପରାସ୍ତ ହେଲେ। ତତ୍ପଶ୍ଚାତ୍ ଇନ୍ଦ୍ରଦ୍ୟୁମ୍ନ ଦେଉଳ ପ୍ରତିଷ୍ଠା କଲେ। ଠାକୁରମାନେ ଦେଉଳରେ ବିଜେ ହେଲେ। ନୃସିଂହ ମୂର୍ତ୍ତି ଦର୍ଶନ ପରେ ବ୍ରହ୍ମା ଶାନ୍ତିମନ୍ତ୍ର ଜପ କଲେ। ପରେ ଇନ୍ଦ୍ରଦ୍ୟୁମ୍ନଙ୍କ ଭକ୍ତିରେ ସନ୍ତୁଷ୍ଟ ହୋଇ ଜଗନ୍ନାଥ ତାଙ୍କୁ ବର ପ୍ରଦାନ କଲେ। ଇନ୍ଦ୍ରଦ୍ୟୁମ୍ନ ପ୍ରାର୍ଥନା କଲେ – ‘ପ୍ରଭୁ! ମୋ ବଂଶରେ ଏ ଦେଉଳ ମୋର ବୋଲି ଦାବି କରିବାକୁ କେହି ନରହୁ।’

ଜଗନ୍ନାଥ ମହାପ୍ରଭୁ ସେହି କାମନାନୁସାରେ ବର ପ୍ରଦାନ କଲେ, ଫଳରେ ଇନ୍ଦ୍ରଦ୍ୟୁମ୍ନ ନିବଂଶ ହେବାରୁ ଜଗନ୍ନାଥ ମହାପ୍ରଭୁ ସ୍ଵୟଂ ତାଙ୍କ ଲାଗି ଏକ ଦିନ ବାର୍ଷିକ ଶ୍ରାଦ୍ଧ କରନ୍ତି। ଦେଉଳରେ ଏ ପ୍ରଥା ଅଦ୍ୟାବଧି ପ୍ରଚଳିତ ଅଛି। ଇନ୍ଦ୍ରଦ୍ୟୁମ୍ନ ମହାରାଜା ବହୁକାଳ ପୂଜାକରି ବ୍ରହ୍ମଲୋକ ଗମନ କଲେ ଏବଂ ତାହାଙ୍କ ପରେ ଶ୍ଵେତମୁଖ ରାଜା ସେବାକଲେ। କାଳ ଆରମ୍ଭ ପରେ ଅନେକ ରାଜା ପରମେଶ୍ଵରଙ୍କୁ ସେବାକରି କାଳ କଟାଇଲେ। ପ୍ରଥମ ଦେଉଳ ୧୦୦୦ ହାତ ଉଚ୍ଚ ଥିବା କଥା ମାଦଳା ପାଞ୍ଜିରୁ ଜଣାଯାଏ।


flag Lord Jagannath


Festival in Puri

UPCOMING FESTIVAL



Weather Puri  21-08-2019
Temperature:29°C
Thunderstorms
Wind: 5.59km/h
South West
Humidity: 90%



    LOOKING AHEAD Puri Weather
  • 22-08-2019 [ Thu]
    Thunderstorms
    High:29°C Low:28°C
  • 23-08-2019[ Fri]
    Thunderstorms
    High:29°C Low:28°C
  • 24-08-2019[ Sat]
    Thunderstorms
    High:29°C Low:28°C
  • 25-08-2019[ Sun]
    Thunderstorms
    High:29°C Low:28°C

#Mantra for Janmastami https://t.co/LN6pSEi1CX via @puriwaves
#TuesdayThoughts Try to live with those who have mastered the mind.If you cannot live with them,think of them. Min… https://t.co/53WfNZLiY6