0
Your Cart
0
Your Cart
2,389

ନନ୍ଦିଘୋଷ ରଥେ ଚିନ୍ତାମଣି କୃଷ୍ଣ

ଶ୍ରୀକୃଷ୍ଣଙ୍କୁ ସ୍ତୁତି କରିବାକୁ ଯାଇ କବି ‘ବିଦ୍ଗଧ ଚିନ୍ତାମଣି’ରଚୟିତା ଅଭିମନ୍ୟୁ ସାମନ୍ତସିଂହାର ଲେଖିଛନ୍ତି।

“ଈଶ ଶେଷାଦି ସେବକ
ସେବ୍ୟ ଏକା ତୁହି
ଇଷ୍ଟ ଅଭୀଷ୍ଟଦ
ଦୟାନିଧି ଭାବଗ୍ରାହୀ।”

ଅର୍ଥାତ୍ ଈଶ,ଶେଷ ଆଦି ଦେବଗଣମାନଙ୍କ ଦ୍ଵାରା ସେବିତ ଶ୍ରୀକୃଷ୍ଣ ହିଁ ଭକ୍ତର ସମସ୍ତ ମନବାଛ୍ଚା ପୂରଣ କରିଥାନ୍ତି।ସେଥିପାଇଁ ତାଙ୍କର ଅନ୍ୟନାମ ଚିନ୍ତାମଣି।ଚିନ୍ତାମଣି ସେହି ଦୁର୍ଲ୍ଲଭ ରତ୍ନ ଯେ ପ୍ରାଣୀର ସମସ୍ତ କାମନା ପୂର୍ଣ୍ଣ କରିଥାଏ।ସେହିପରି ଯେଉଁ ଭକ୍ତ ଶ୍ରୀକୃଷ୍ଣଙ୍କୁ ଯେପରି ଭାବରେ କାମନା କରିଥାଏ;ତାକୁ ସେ ସେହିପରି ଦର୍ଶନ ଦେଇଥାନ୍ତି ଏବଂ ଭକ୍ତର ଇଛ୍ଚା ଅନୁସାରେ ଫଳ ପ୍ରଦାନ କରିଥାନ୍ତି।ତେଣୁ ତାଙ୍କର ନାମ ଚିନ୍ତାମଣି।’ବ୍ରହ୍ମ ବୈବର୍ତ୍ତ ପୁରାଣ’ଅନୁସାରେ ରାଧା ଦ୍ଵିଭୁଜ କୃଷ୍ଣଙ୍କ ସହିତ ଗୋଲକରେ ନିବାସ କରିବାକୁ ଇଚ୍ଚ୍ଛା କରିଥିଲେ।ତେଣୁ ଗୋପ ଓ ଗୋପୀଙ୍କ ସହିତ କୃଷ୍ଣ ବିହାର କରନ୍ତି।କିନ୍ତୁ ଭକ୍ତ,ରାକ୍ଷସ,ଦୈତମାନେ ନାରାୟଣଙ୍କ ହସ୍ତରେ ମୃତ୍ୟୁବରଣ କରି ମୁକ୍ତି କାମନା କରିଥାନ୍ତି।ଏହି ଇଷ୍ଟ ପୂରଣକାରୀ ନାରାୟଣ ଭକ୍ତ ଇଚ୍ଚା ଅନୁସାରେ ବିଭିନ୍ନ ରୂପଧାରଣ କରିଥାନ୍ତି। ଯେପରି ଭାବରେ ସେ ଉଗ୍ରସେନଙ୍କୁ ଦର୍ଶନ ଦେଇଥିଲେ-

“ଶୁଣି ବୋଇଲ ଉଗ୍ରସେନ
ତୁ ଯେବେ ଦେବ ଭଗବାନ।
ଦେଖାଅ ଶଙ୍ଖ ଚକ୍ର ଚିହ୍ନ
ସଂପ୍ରତେ ଯିବ ମୋର ମନ।
ବେଦ ବଚନେ ଦେବମାନେ
କହନ୍ତି ଶାହାସ୍ର ପୁରାଣେ।
ତୋହର ଚତୁର୍ଭୁଜ କର
ଦେଖାଅ ନିଜ ରୂପ ତୋର।
ଭୃତ୍ୟର ତୋଷେ ଭାବଗ୍ରାହୀ
ଶଙ୍ଖ ଚକ୍ର ଚିହ୍ନ ଦେଖାଇ।”

ସେହିପରି ଅକ୍ରୁରକୁ ମଧ୍ୟ ଜଳ ମଧ୍ୟରେ ଦର୍ଶନ ଦେଇଥିଲେ।ଏହି ବୈଚିତ୍ର୍ୟକୁ ଅନୁଧ୍ୟାନ କରି ଚିନ୍ତାମଣି କୃଷ୍ଣଙ୍କର ପରିକଳ୍ପନା ଏହି ତ୍ରିଭଙ୍ଗୀ ଛନ୍ଦରେ ଦଣ୍ଡାୟମାନ।ଦୁଇ ହାତରେ ବଂଶୀ ଏବଂ ଅନ୍ୟ ଷଡହସ୍ତରେ ଶଙ୍ଖ ଚକ୍ର ଗଦା ପଦ୍ମ ଧନୁଶର ଧାରଣ କରିଛନ୍ତି।ଦୁଇ ପାର୍ଶ୍ଵରେ ଯୋଡହସ୍ତ ମୁଦ୍ରାରେ ଦୁଇଜଣ ସଖୀ ଦଣ୍ଡାୟମାନ।

error: Content is protected !!