907

ଭକ୍ତ ରସିକାନନ୍ଦ

ଭକ୍ତ ରସିକାନନ୍ଦ

ଭକ୍ତ ରସିକାନନ୍ଦ ଗୌଡୀୟ ବୈଷ୍ଣବ ସମ୍ପ୍ରଦାୟର ଜଣେ ସାଧକ ସନ୍ନ୍ୟାସୀ ଥିଲେ ।  ସେ ୧୫୯୭ ମସିହାରେ ବାଲେଶ୍ବର ଉପକଣ୍ଡ ସୁବର୍ଣ୍ଣରେଖା । ନଦୀ ତୀରସ୍ତୁ ରଢନୀ ନଗରୀର ଜମିଦାରଙ୍କ ପୁତ୍ର ଥିଲେ । ମାତ୍ର ୧୮ ବର୍ଷ ବୟସରେ ରାଜପ୍ରାଚୁର୍ଯ୍ୟ ତ୍ୟାଗ କରି ଶ୍ୟାମାନନ୍ଦଙ୍କ ଠାରୁ ଦୀକ୍ଷା ଗ୍ରହଣ କରି ସନ୍ନ୍ୟାସୀ ହୋଇଯାଇଥିଲେ । ରସିକାନନ୍ଦଙ୍କ ଶିଷ୍ୟ ଗୋପୀବଲ୍ଲଭ ଦାସ ଗୁରୁଙ୍କ ଜୀବନୀକୁ ଟିପିରଖୁ ‘ରସିକମଙ୍ଗଳ’ କାବ୍ୟ ରଚନା କରିଥିଲେ । ଏହି କାବ୍ୟ ଓଡ଼ିଶାର ରାଜା ବଳଭଦ୍ରଦେବଙ୍କ ରାଜତ୍ଵର ଶେଷ ବର୍ଷରେ ସମାପ୍ତ ହୋଇଥୁଲା । ରସିକାନନ୍ଦ ଗଜପତି ନରସିଂହଦେବ ୨ୟଙ୍କ ସମୟରୁ ଗୋପୀନାଥ ପୀଠ ଭାବେ ଖ୍ୟାତି ଲାଭ କରିଥିବା ବାଲେଶ୍ବରର ରେମୁଣାକୁ ନିଜ ଧର୍ମ ପ୍ରସ୍ତରର କେନ୍ଦ୍ର ଭାବେ ସ୍ଥିର କରିଥିଲେ । 

Radha Damodar Besha, Costume Of Lord Jagannath

ଶ୍ରୀଚୈତନ୍ୟଙ୍କ ଭକ୍ତି ଭାବର ଶ୍ରେଷ୍ଠ ପ୍ରବକ୍ତା ରସିକାନନ୍ଦ ଥିଲେ ଅନନ୍ୟ  ଶ୍ରୀଜଗନ୍ନାଥଙ୍କ ଭକ୍ତ । ଶ୍ରୀଜଗନ୍ନାଥଙ୍କୁ କୃଷ୍ଣ ଭାବରେ ସେ ନିଜ ଅନ୍ତରରେ ଅନୁଭବ କରୁଥିଲେ । ତାଙ୍କ ଦୃଷ୍ଟିରେ ଶ୍ରୀଜଗନ୍ନାଥ ହିଁ ଏକକ ମୂର୍ତ୍ତି ଭାବରେ ଥଲେ ମଧ୍ୟ ରାଧାକୃଷ୍ଣଙ୍କ ଯୁଗଳ ମୂର୍ତ୍ତି ଅଭିନ୍ନ ଭାବରେ ଅଛନ୍ତି । ସେ ସେହି ଅଭିନ୍ନ ଯୁଗଳ ମୂର୍ତ୍ତିଙ୍କୁ ଶ୍ରୀଜଗନ୍ନାଥ ଭାବରେ ସେ ସଦା ହୃଦୟରେ ରଖୁଥିଲେ । । ତାଙ୍କ ଅନନ୍ୟ ଭକ୍ତିର ପରାକାଷ୍ଠା ସମ୍ପର୍କରେ ରସିକମଙ୍ଗଳ କାବ୍ୟରେ । ଉଲ୍ଲେଖ୍ୟ ଅଛି ଯେ ଭକ୍ତ ବଳରାମ ଦାସ ଓ ଭକ୍ତ ସାଲବେଗଙ୍କ ପରି, ଭକ୍ତ
ରସିକାନନ୍ଦଙ୍କ ପାଇଁ ମଧ୍ୟ ଶ୍ରୀଜଗନ୍ନାଥ ରଥରେ ଅଟକି ଯାଇଥିଲେ ଭକ୍ତକୁ ରଥରେ ଦେଖା ଦେବା ପାଇଁ । ରଥଯାତ୍ରାର ଅବ୍ୟବହିତ ପୂର୍ବରୁ ରସିକାନନ୍ଦ । ଶିଷ୍ୟମାନଙ୍କ ଗହଣରେ ବୈତରଣୀ ନଦୀ ପାରହୋଇ ଚାଲି ଚାଲି ଆସି ରଥ ଯାତ୍ରା ପୂର୍ବ ରାତ୍ରିର ପାହାରି ପହରରେ ମାଳିତୀପାଟପୁର ନିକଟସ୍ଥ ତୁଳସୀଚୋରା ଠାରେ ପହଞ୍ଚି ପଥପ୍ରାନ୍ତ ଯୋଗୁ ନିତ୍ୟ କର୍ମ ସାରି ବିଶ୍ରାମ କରୁ କରୁ ଶୋଇ ପଡ଼ିଲେ ।  ଅପରପକ୍ଷରେ ବଡ଼ଦାଣ୍ଡରେ ରଥରେ ମହାପ୍ରଭୁ ବିଜେ ହୋଇ ବଳଗଣ୍ଡି ଠାରେ ପହଞ୍ଚିବା ପରେ ହଠାତ୍ ବଳଗଣ୍ଡି ଠାରେ ରଥ ଅଟକି ଗଲା । । ରଥଯାତ୍ରାରେ ଉପସ୍ଥିତ ହଜାର ହଜାର ଭକ୍ତଙ୍କ ହରିବୋଲ ହୁଳହୁଳି ଧ୍ବନି । ଆକୁଳ ଆବେଦନ ପରେ ମଧ୍ୟ ଅଚଳ ମହାମେରୁ ସଚଳ ହେଲେନି ।

ସ୍ଵୟଂ ଗଜପତି ରଥ ଟାଣିବା ପରେ ମଧ୍ୟ ସଫଳ ହେଲେନି । । ସେଦିନ ରାତିରେ ମନ ଦୁଃଖରେ ରାଜା ଶୟନ କଲେ । ରଥ ନଚଳିବାର କାରଣ ନଜାଣି ମଧ୍ୟ ଅପରାଧ ପାଇଁ ମହାପ୍ରଭୁଙ୍କ ପାଖରେ କ୍ଷମା ପ୍ରାର୍ଥନା କଲେ । ସକାଳୁ ମୁଦିରସ୍ତ ରାଜାଙ୍କୁ ଜଣାଇଲେ ମହାପ୍ରଭୁ ତାଙ୍କୁ ସ୍ଵପ୍ନରେ କହିଛନ୍ତି, ପ୍ରଭୁଙ୍କ ‘ପ୍ରିୟ ଭକ୍ତ ରସିକାନନ୍ଦ ରଥଯାତ୍ରା ଯୋଗୁଁ ତୁଳସୀ ଚଉରା ଠାରେ ଅଟକି ଯାଇଛି । ସେ ଆସିଲେ ରଥ ଚାଲିବ’ । । ରାଜା ଏ ସମ୍ବାଦ ପାଇ ତୁଳସୀଚଉରାକୁ ଯାତ୍ରା କରିବା ସମୟରେ ଅଠର ନଳାଠାରେ ସେପଟୁ ଆସୁଥିବା ରସିକାନନ୍ଦଙ୍କ ସହ ସାକ୍ଷାତ୍ ହେଲା । ପରସ୍ପର ପରସ୍ପରକୁ କୋଳାଗ୍ରତ ହେଲେ । ଅଠରନଳା ଠାରୁ ରସିକାନନ୍ଦ କୀର୍ତ୍ତନ କରି ଆସି ବଳଗଣ୍ଡି ଠାରେ ଅଟକିଥିବା ରଥ ଉପରେ ମହାପ୍ରଭୁଙ୍କୁ ଦେଖୁ ମଣିମା ମଣିମା କହି ରଥ ଟାଣିବାକୁ ଉଦ୍ୟତ ହେଲେ । ହରିବୋଲ, ହୁଳହୁଳି । ଶବ୍ଦରେ ବଡ଼ଦାଣ୍ଡ ପ୍ରକମ୍ପିତହେଲା ପ୍ରଭୁ ଭକ୍ତଙ୍କୁ ପାଇ ଧୀରେ ଧୀରେ ଆଗକୁ ବଢ଼ି ଋଲିଲେ । ରସିକାନନ୍ଦ ସେଠାରେ ମଠ ସ୍ଥାପନ କରି ରହିଲେ, ଯାହା ‘କୁଞ୍ଜ ମଠ’ ନାମରେ ପରିଚିତ ।

error: Content is protected !!