କରୁଣାବରୁଣାଳୟ ଜଗଦୀଶ୍ଵର ଶ୍ରୀଜଗନ୍ନାଥ ମହାପ୍ରଭୁ ଦାରୁବ୍ରହ୍ମ ରୂପରେ । ଶ୍ରୀମନ୍ଦିରରେ ବିରାଜମାନ କରି ସାଧାରଣ ଦେହଧାରୀ ମନୁଷ୍ୟପରି ଲୀଳାମାନ ଆଚରଣ କରୁଛନ୍ତି । ଗ୍ରୀଷ୍ମକାଳରେ ଶୀତଳ ଉପସ୍ପର ନିମନ୍ତେ ଚନ୍ଦନ ଯାତ୍ରା କରିବା, ଜ୍ୟେଷ୍ଠ ପୂର୍ଣ୍ଣିମାରେ ଅତିଶୟ ସ୍ନାନକରି ଜ୍ବରରେ ପଡ଼ିବା, ଦଶମୂଳ ଖାଇ ଆରୋଗ୍ୟ ହେବାପରେ, ଚିତ୍ତ ବିନୋଦନ ପାଇଁ ରଥରେ ଚଢ଼ି ଜନ୍ମସ୍ଥାନ ଆଡ଼େ ବୁଲିଯିବା, ଋତୁ ଅନୁକୂଳ ବେଶ ଧାରଣ କରିବା, ରସମୟ ବସନ୍ତ କାଳରେ ମଦନୋତ୍ସବ କରିବା, ମୃଗୟାବିନୋଦ ବା ବେଣ୍ଟଲୀଳା କରିବା, ପତ୍ନୀଙ୍କ ସହିତ କଉଡ଼ି ଖେଳରେ ହାରି ବନ୍ଧାପଡ଼ିବା, ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ । ଶ୍ରାଦ୍ଧ ଦେବା ପ୍ରଭୃତି ମହାପ୍ରଭୁଙ୍କର ‘ମାନବୀୟ ଲୀଳା’ର ଗୋଟିଏ ଗୋଟିଏ ନି ଦର୍ଶନ । ସେହି ପରି ମହାପ୍ରଭୁଙ୍କର ଅନ୍ୟ ଏକ ଆକର୍ଷଣୀୟ ମାନବୀୟ ଲୀଳା ହେଉଛି, ଶୀତ ଋତୁରେ ଶୀତର ପ୍ରକୋପରୁ ରକ୍ଷାପାଇବା ନିମନ୍ତେ ଶୀତବସ୍ତ୍ର ପରି ଧାରଣ କରିବା । ମହାପ୍ରଭୁଙ୍କର ଏହି ଲୀଳା ‘ପ୍ରାବରଣ ଯାତ୍ରା’ ବା “ଓଢ଼ଣ ଷଷ୍ଠୀ’ନାମରେ ବିଦିତ । ମାର୍ଗଶିର ଶୁକ୍ଳଷଷ୍ଠୀ ବା ଓଢ଼ଣଷଷ୍ଠୀ ଠାରୁ ମାଘ ଶୁକ୍ଳ ପଞ୍ଚମୀ ବା ବସନ୍ତ ପଞ୍ଚମୀ ପୂର୍ବଦିନ ପର୍ଯ୍ୟନ୍ତ । ଠାକୁର ମାନଙ୍କ ଶ୍ରୀବିଗ୍ରହରେ ଘୋଡ଼ଲାଗି ହୋଇଥାଏ ବସନ୍ତ ପଞ୍ଚମୀ ଦିନ ବସନ୍ତ ଉତ୍ସବ ସମାପ୍ତି ପରେ ଟେକା ଘୋଡ଼ ଲାଗି ହୋଇଥାଏ ।
ଶୀତର ପ୍ରକୋପ କମି ଆସିଲେ ସାଧାରଣ ଲୋକେ ଯେପରି ପତଳା ଋଦର ଓ ଜାମା ପରିଧାନ କରିଥାନ୍ତି, ମହାପ୍ରଭୁ ସେହିପରି ବସନ୍ତ ପଞ୍ଚମୀଠାରୁ ଦୋଳପୂର୍ଣ୍ଣିମା ପର୍ଯ୍ୟନ୍ତ ଜାମା ବା ଟେକାପୋଡ଼ ପରିଧାନ କରିଥାନ୍ତି । । ଶ୍ରୀମନ୍ଦିରରେ ପାଳିତ ହେଉଥିବା ପ୍ରସିଦ୍ଧ ‘ଦ୍ଵାଦଶ ଯାତ୍ରାମାନ’ଙ୍କ ମଧ୍ୟରୁ ଏହି ଯାତ୍ରା ଅନ୍ୟତମ । ଯାତ୍ରାଭାଗବତରେ ଉଲ୍ଲେଖ ରହିଛି, ମାନବ ସର୍ବାଭିଷ୍ଟ ଫଳପ୍ରାପ୍ତି ନିମନ୍ତେ ଜଗଦୀଶ୍ବରଙ୍କୁ ମାର୍ଗଶିର ମାସ ଶୁକ୍ଳପକ୍ଷ ଷଷ୍ଠୀ ତିଥିରେ ଉତ୍ତମ ବସ୍ତ୍ରମାନଙ୍କ ଦ୍ଵାରା ଆଚ୍ଛାଦିତ କରିବା ବିଧେୟ । ସେହିପରି ସ୍କନ୍ଦ ପୁରାଣ, ବାମଦେବ ସଂହିତା ଓ ନୀଳାଦ୍ରିମହୋଦୟାଦି ଗ୍ରନ୍ଥଗୁଡ଼ିକରେ ମଧ୍ୟ ମହାପ୍ରଭୁଙ୍କର ଏହି ପ୍ରିୟ ଯାତ୍ରା ସମ୍ବନ୍ଧରେ ଉଲ୍ଲେଖ ରହିଛି ଏହି ଉତ୍ସବ ମାର୍ଗଶୀର ଶୁକ୍ଳ ଷଷ୍ଠୀ ତିଥିରେ ପାଳିତ ହେଉଥିଲେ ମଧ୍ୟ ଏହାର ଅଧିବାସ ବିଧି ତାହାର ପୂର୍ବଦିନ ପଞ୍ଚମୀ ତିଥିରେ ଅନୁଷ୍ଠିତ ହୋଇଥାଏ । ପଞ୍ଚମୀ ଦିନ ମହାପ୍ରଭୁଙ୍କର ରାତ୍ର ଚନ୍ଦନଲାଗି ବଢ଼ିବା ପରେ ପତନି, ଘୋଡ଼, ଖଣ୍ଡୁଆ ଘୋଡ଼, ପାଗ, ମଦନମୋହନଙ୍କ କବରି, ବିମଳା, ଶ୍ରୀଦେବୀ ଓ ଭୂଦେବୀଙ୍କ ଘୋଡ଼ ଭୋଗମଣ୍ଡପ ଘରେ ଅଧୁବାସ ପାଇଁ ରହିଥାଏ । ଏହା ଆଗରୁ ଭୋଗମଣ୍ଡପ ଘର ଧୋପଖାଳ ହୋଇ ଗୁନ୍ଦୁଆ ବନ୍ଧା ଯାଇଥାଏ । ପୂଜାପଣ୍ଡାଙ୍କ ଦ୍ଵାରା କଟା ଯାଇଥିବା ତିନିଗୋଟି ମଣ୍ଡଳ ଉପରେ ଋଙ୍ଗଡ଼ାରେ ଘୋଡ଼ମାନଙ୍କୁ ରଖାଯିବା ପରେ ଅଧିବାସ କର୍ମ ବଢ଼ିଥାଏ । ଏହାପରେ ଦ୍ଵାର ବନ୍ଦ କରାଯାଇ ମୁଦ ଦିଆଯାଇଥାଏ । ବଡ଼ସିଂହାର ଭୋଗ ସରି ଠାକୁରମାନଙ୍କର ମୈଲମ ବଢ଼ିବା ପରେ ପାଣିପଡ଼ି ମହାସ୍ନାନ ବଢ଼େ ଏହାପରେ ଠାକୁରମାନେ ଝିନ ପତନି ଲାଗି ହୁଅନ୍ତି । ସର୍ବାଙ୍ଗଲାଗି ବଢ଼ିବା ପରେ ପଇଡ଼, ବିଡ଼ିଆ, ଘଷାମଣୋହି – ବଢ଼ି ଆଳତି ହେବା ପରେ ପହୁଡ଼ ହୋଇଥାଏ । ଏହି ଦିନ ଅଧୁବାସ ଯୋଗୁଁ ପୁଷ୍ପାଞ୍ଜଳି ଠାକୁର ବିଜେ ହୁଅନ୍ତି ନାହିଁ । ଷଷ୍ଠୀଦିନ ମହାପ୍ରଭୁଙ୍କର ସକାଳଧୂପ ବଢ଼ିବା ପରେ ମୈଲମ ହୁଏ । ଗତ , ଦିନ ଭୋଗମଣ୍ଡପ ଘରେ ଅଧୁବାସିତ ହୋଇଥିବା ଘୋଡ଼ମାନଙ୍କୁ ଘଣ୍ଟ, ଛତା, , କାହାଳି ସହ ପଟୁଆରରେ ବଡ଼ଦେଉଳକୁ ସାଢ଼େ ତିନିବେଢ଼ା ଓ ରତ୍ନସିଂହାସନକୁ ସାଢ଼େ ତିନିବେଢ଼ା, ଏହିପରି ସମୁଦାୟ ସାତବେଢ଼ା ପ୍ରଦକ୍ଷିଣ କରାଇ ରତ୍ନ ସଂହାସନକୁ ବିଜେ କରାଯାଏ । ସଂହାସନରେ ଠାକୁରମାନଙ୍କର ପାଗ ଓ ଘୋଡ଼ ଲାଗି ବଢ଼ି ଲେ ଛଅମୂର୍ତ୍ତି ଅଳକାଂର ଲାଗି ହୋଇ ଶ୍ରୀଅଙ୍ଗରେ ପ୍ରସାଦଲାଗି ବଢ଼ିଲେ ତିନି ବାଡ଼ରେ ବନ୍ଦାପନା ହୋଇଥାଏ । ଏହାପରେ ଅନ୍ୟାନ୍ୟ ନୀତି ମାନ ଅନୁଷ୍ଠିତ ହୋଇଥାଏ । ପ୍ରତିଦିନ ଅବକାଶ ପରେ, ମଧାହ୍ନଧୂପ ଓ ସନ୍ଧ୍ୟାଧୂପ ପରେ ଘୋଡ଼ଲାଗି ହୁଏ । ଘୋଡ଼ଲାଗି ବେଶରେ ଗଡ଼ା (ସୂତାବସ୍), ଖଣ୍ଡୁଆ ପାଟ, ଭେଲ୍ଭେଟ୍ର ଘୋଡ଼ବସ୍ତ୍ର, ଫୁଟା, ମଫଲର, ଟୋପର ଆଦି, ବ୍ୟବହୃତ ହୋଇଥାଏ । ଏହି ବେଶରେ ଠାକୁରମାନେ ଚୂଳଲାଗି ହୁଅନ୍ତି । ବିଧୁ ଅନୁଯାୟୀ ଠାକୁରମାନେ ପ୍ରତ୍ୟେକ ବାରରେ ଭିନ୍ନ ଭିନ୍ନ ରଙ୍ଗର ଘୋଡ଼ ବସ୍ତ୍ର ଲାଗି ହୋଇଥାନ୍ତି ।
ଯଥା :- ରବି ବାର- ଲାଲ ରଙ୍ଗ,
|ସୋମବାର- କଳାଛିଟା ମିଶା
ଶୁକ୍ଟରଙ୍ଗ, ମଙ୍ଗଳବାର- ବାରିପଟିଆ (ପଞ୍ଚରଙ୍ଗମିଶା),
ବୁଧବାର- ନୀଳରଙ୍ଗ,
ଗୁରୁବାର- ବସନ୍ତ (ହଳଦିଆ) ରଙ୍ଗ,
ଶୁକ୍ରବାର- ଶୁକୁରଙ୍ଗ ଓ ଶନିବାରକଳାରଙ୍ଗ
ଜ୍ୟୋତିଷ ଶାସ୍ତ୍ରବିତମାନେ ମହାପ୍ରଭୁଙ୍କର ସାତ ଦିନର ସାତପ୍ରକାର ଘୋଡ଼ରଙ୍ଗକୁ ସାତଗୋଟି ଗ୍ରହର ପ୍ରତୀକ ବୋଲି ଆକଳନ କରିଥାନ୍ତି । ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ନିମନ୍ତେ ଆବଶ୍ୟକ ଘୋଡ଼ ବସ୍ତ୍ରମାନଙ୍କୁ ଶ୍ରୀମନ୍ଦିରର ପାରମ୍ପରିକ ଦରଜୀ ସେବକମାନେ ଏକ ସ୍ବତନ୍ତ୍ର ‘ ଶୈଳୀରେ ପ୍ରସ୍ତୁତ କରିଥାନ୍ତି । ଯାତ୍ରାଭାଗବତରେ କୁହାଯାଇଛି, ଯେଉଁମାନେ ମହାପ୍ରଭୁଙ୍କର ଏହି ନୟନାନନ୍ଦକର ପ୍ରାବରଣ ଯାତ୍ରାକୁ ଦର୍ଶନ କରନ୍ତି, – ସେମାନେ ଚନ୍ଦ୍ର, ସୂର୍ଯ୍ୟ ଥିବା ପର୍ଯ୍ୟନ୍ତ ଗର୍ଭବାସ କଷ୍ଟ ଭୋଗନ୍ତି ନାହିଁ ।
ପାବୃତଂ ଯେ ଚ ପଶ୍ୟତି ଦେବଦେବଂ ସନାତନମ୍ ।
ନ ତେ ଗର୍ଭ ଗୃହଂ ଯାନ୍ତି ଯାବଚ୍ଚନ୍ଦ୍ର ଦିବାକରୌ ।
(ଯାତ୍ରା ଭାଗବତ)
ଡଃ. ନରେଶ ଚନ୍ଦ୍ର ଦାଶ । ଅଧକ୍ଷ, ନୀଳାଚଳ ନାରାୟଣ ସଂସ୍କୃତ ମହାବିଦ୍ୟାଳୟ, ପୁରୀ