0
Your Cart
0
Your Cart
2,095

କାଂକଣ ଶିଖରୀର ଭୋଗ

ହରିହରେଶ୍ଵର ମନ୍ଦିର

 ଷୋହଳ ନମ୍ବର ଜାତୀୟ ରାଜପଥର ନାଚୁଣୀ ଠାରୁ ପୂର୍ବ ଦିଗକୁ ପାଞ୍ଚ କିଲୋମିଟର ଗଲେ ପଡ଼େ ନଇରି ଗାଁ । ତକି ଗାଁର ଆକ୍ରମଣ କାଳରେ ଶ୍ରୀଜଗନ୍ନାଥ ମହାପ୍ରଭୁ ଏହି ଗାଁର ‘ହରିହରେଶ୍ଵର ମନ୍ଦିର’ରେ ଆଶ୍ରୟ  ନେଇଥିଲେ । ଭେଦିଆମାନଙ୍କ ଡରରେ ଚିଲିକା ଭିତରକୁ ମହାପ୍ରଭୁଙ୍କୁ ନିଆଯାଇଥିଲା । ନଇରି ଗାଁକୁ ଠାରୁ ପୂର୍ବ ଦିଗକୁ ରହିଛି : କାଂକଣକୁଦ । ଚାରିପାଖେ ଲୁଣି ଜଳ ମଝିରେ ଛୋଟ ପାହାଡ଼ଟିଏ । ଏହି ପାହାଡ଼ ବୃକ୍ଷଲତା ଭରା ବିଶେଷତଃ ଏoରେ ବହୁଳ ଭାବେ କାଂକଣ ଲତା ମାଡ଼ିଥାଏ । ସେଥୁରେ ପ୍ରଚୁର ପରିମାଣରେ ବଣୁଆ ଫଳ ‘କକଣ’ଫଳିଥାଏ । ଓଡ଼ିଶାର ଅନ୍ୟାନ୍ୟ ଅଞ୍ଚଳରେ ଏହି କକଣକୁ  କେହି କେହି ‘କାଂକଡ଼’ ବୋଲି କହନ୍ତି । କୁନ୍ଦୁରି ଓ ଝୁମୁରି ପରି ଏହି । । ବଣୁଆ ଫଳରେ ସ୍ଵାଦିଷ୍ଟ ତରକାରୀ ହୋଇଥାଏ । ଏହି କାଂକଣ ମହାପ୍ରଭୁଙ୍କ ଲୀଳାକ୍ଷେତ୍ର ‘କାଂକଣ ଶିଖରୀ’ରେ ଆବିଷ୍କୃତ ।ହ। ଇ ଥ ଲ । ଚିଲିକାର ଜଳରାଶି  ମଝି ରେ ଦଣ୍ଡାୟମାନ ପାହାଡ଼ ଉପରେ କାଙ୍କଣ ଶିଖରୀ ପର୍ଯ୍ୟାପ୍ତ ପରିମାଣରେ ଏହି ଫଳକୁ ଦେଖୁ ସେବକମାନେ ଏହି ଫଳକୁ ତରକାରି ରୂପେ ବ୍ୟବହାର କଲେ । କହିବା ବାହୁଲ୍ୟ, ଏହି ଫଳରେ ପ୍ରସ୍ତୁତ ମହୁରକୁ ମହାପ୍ରଭୁ ଆନନ୍ଦମନରେ ମଣୋହି କଲେ ଏବଂ ‘ମହାପ୍ରସାଦ ସେବି ଭକ୍ତମାନେ ମଧ୍ୟ ଏହି ସ୍ଵାଦିଷ୍ଟ ପରିବା ସଂଗ୍ରହ କରିବାରେ ଲାଗିପଡ଼ିଲେ । ମହାପ୍ରଭୁ ଲୀଳାକ୍ଷେତ୍ର ରୁ ଯେତେବେଳେ ଶ୍ରୀମନ୍ଦିରକୁ ଫେରି ଆସିଲେ ସେବକମାନେ ସାଥିରେ କିଛି କାଂକଣ ନେଇ ଆସିଥିଲେ । ଏହି କାଂକଣ ମହୁର ତରକାରି ଏବଂ ଡାଲମାରେ ପଡ଼ି ରନ୍ଧା ହେଲା । ଏବେ ମଧ୍ୟ କଣ ଶ୍ରୀମନ୍ଦିରର ତରକାରି ଭୋଗରେ ସ୍ଥାନ ପାଇସାରିଛି । ଅବଶ୍ୟ ଅନେକ ସ୍ଥାନରେ ଏପରି କି ପଡ଼ୋଶୀ ପଶ୍ଚିମବଂଗରେ ମଧ୍ୟ ଉନ୍ନତ ପ୍ରଣାଳୀରେ ଋଷ ହେଉଥିବା ବଡ଼ ବଡ଼ ଆକୃତିର କୋକଣ ଏବେ ମିଳୁଛି । ଏହାକୁ ପୁରୀ ଜିଲ୍ଲା ଏବଂ ଖୋର୍ଦ୍ଧା ଜିଲ୍ଲା ବ୍ୟତୀତ ଅନ୍ୟ ସ୍ଥାନର ଲୋକମାନେ କହୁଛନ୍ତି କାକଡ଼ । ପିଲାମାନଙ୍କ ପାଠବହିରେ ଅକ୍ଷର ଶିକ୍ଷା ଦେବାକୁ ଯାଇ ଲେଖା ହୋଇଛି । ‘ମାଙ୍କଡ଼ ଖାଏ କାଂକଡ଼ କଷି, ବାଙ୍କ ବାବୁଙ୍କ ବାଡ଼ିରେ ପସି’ । ପ୍ରକାଶ ଥାଉକି ଶ୍ରୀମନ୍ଦିର ରୋଷଶାଳାରେ ଏଯାବତ୍ ବହୁ ପନିପରିବା ପ୍ରବେଶ ନିଷେଧ ପିଆଜ, ରସୁଣ, ଲଙ୍କାମରିଚ, ପୋଇ, ବିଲାତି ଆଳୁ, ବିଲାତି ବାଇଗଣ, ଅମୃତଭଣ୍ଡା, ସଜନା ଛୁଇଁ, କଲରା ଇତ୍ୟାଦି ନିଷିଧ ପରିବା ମଧରେ ଗଣାଯାଏ । ମାତ୍ର ଶ୍ରୀରାମଚନ୍ଦ୍ର ଏବଂ ଶ୍ରୀକୃଷ୍ଣଙ୍କ ଜନ୍ମ ଉତ୍ସବ ବେଳେ କୌଶଲ୍ୟା  ମା’ ଏବଂ ଯଶୋଦା ମା’ଙ୍କ ଗର୍ଭ ବେଦନା ଦୂର ହୋଇ ସୁଖ ପ୍ରସବ ପାଇଁ ଯେଉଁ ‘ଜେଉଟ’ ଭୋଗ ସେବନ କରନ୍ତି ସେଥିରେ ଦୁର୍ଲଭ ଫଳ ‘ଜେଉଟ’ ଯୋଗ କରାଯାଇଥାଏ । ଏହି ଫଳ ଗର୍ଭବତୀମାନଙ୍କ ପାଇଁ ଅବ୍ୟର୍ଥ ମନୌଷଧି । ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ରୋଷଶାଳାକୁ ଯାଉଥିବା ଶାଗ ମଧ୍ୟରେ କେବଳ କୋଶଳା ଏବଂ ଲେଉଟିଆ ଶାଗର ନାମ ଉଲ୍ଲେଖଯୋଗ୍ୟ । ରୋଗ ନିରୋଧକ ଏବଂ ଉତ୍ତମ ସ୍ବାସ୍ଥ୍ୟ ପାଇଁ ଅନୁକୂଳ ଦ୍ରବ୍ୟରେ ମହାପ୍ରସାଦ ପ୍ରସ୍ତୁତ ହୋଇଥାଏ, ଏହା ହେଉଛି ସ୍ୱାସ୍ତ୍ରୀ ବିଶେଷଜ୍ଞମାନଙ୍କ ମତ । ପରଂପରାକୁ ସମ୍ମାନ ଦେଇ ଆଜିଯାଏ କୌଣସି ନୂତନ ପନିପରିବା ଶ୍ରୀମନ୍ଦିର ରୋଷଶାଳାକୁ ଯାଉ ନାହିଁ । ମାତ୍ର ପ୍ରଚୁର ପରିମାଣରେ ଉପଲବ୍ଧ ପୋଟଳ ଏବଂ କାକରେ ପ୍ରସ୍ତୁତ ମହୁର ମହାପ୍ରଭୁ ଙ୍କର ଅତି ପ୍ରିୟ । କାକଣକୁ ମହାପ୍ରଭୁ ନଇରି ନିକଟବର୍ତ୍ତୀ କାଂକଣ ଶିଖରୀରୁ ଆବିଷ୍କାର କରି ସାଥିରେ ନେଇ ଆସିଥିଲେ କହିଲେ ଅତ୍ୟୁକ୍ତି ହେବ ନାହିଁ ।

ଶ୍ରୀ ଶଂକର୍ଷଣ ମଂଗରାଜ ପ୍ରସାର ଭାରତୀର ପୂର୍ବତନ କାର୍ଯ୍ୟକର୍ତ୍ତା)
ମଙ୍ଗଳାଘାଟ ରୋଡ଼, ପୁରୀ-୧

error: Content is protected !!