0
Your Cart
0
Your Cart
419

ମହାମୁନି କାତ୍ୟାୟନ – ଦେବୀ କାତ୍ୟାୟନି – ନବଦୁର୍ଗା

ମହାମୁନି କାତ୍ୟାୟନ, ପୁରାତନ ବୈଦିକ ଯୁଗରେ ସେ ଏକାଧାରରେ ସଂସ୍କୃତ ବ୍ୟାକରଣବିଦ, ଗଣିତଜ୍ଞ ଓ ବୈଦିକ ପୁରହିତ ଥିଲେ । ବହୁ ଗବେଷକ ମାନନ୍ତି ସେ ଭାରତର ଦକ୍ଷିଣ ପ୍ରାନ୍ତରେ ରହୁଥିଲେ । ସେ କାତ୍ୟା (ବିଶ୍ଵାମିତ୍ରବଂଶି) ନାମକ କୁଳରେ ଜନ୍ମ ଗ୍ରହଣ କରିଥିଲେ ଯାହା ମୁନି ବିଶ୍ଵାମିତ୍ରଙ୍କ ଠାରୁ ଆରମ୍ଭ ହୋଇଥିଲା । କାତ୍ୟା କୁଳରେ ଜନ୍ମ ଗ୍ରହଣ କରିଥିବାରୁ ସେ କାତ୍ୟାୟନ ରୁପେ ପରିଚିତ ହୋଇଥିଲେ । ସେ ସ୍ରୋତା, ଗ୍ରୀହ ଏବଂ ପ୍ରତୀହାର ସୂତ୍ର ଏବଂ ଛନ୍ଦୋପରିଶିଷ୍ଠକର୍ମପ୍ରଦିପ ରଚନା କରିଥିଲେ ।

ମହାନ ଶୈବଭକ୍ତ ସୋମନାଥଙ୍କ ରଚିତ କଥାସରିସାଗରରେ କାତ୍ୟାୟନ ବରରୁଚି ନାମରେ ପରିଚିତ, ଶିବଙ୍କ ଗଣଙ୍କ ପୁନର୍ଜନ୍ମ ଥିଲେ ଓ ପୁଷ୍ପଦନ୍ତଙ୍କ ଅନୁଗାମି ଥିଲେ । ଗରୁଡ ପୁରାଣରେ ଏହା ବର୍ଣ୍ଣିତ, କୁମାର କାର୍ତ୍ତିକେୟ ମହାମୁନି କାତ୍ୟାୟନଙ୍କୁ ବ୍ୟାକରଣ ଖୁବ ସହଜ ଭାବରେ ବୁଝାଇଥିଲେ ଏହା ଏତେ ସହଜ ଥିଲା ପିଲାମାନେ ମାନେ ଖୁବ ସହଜରେ ବୁଝିପାରିବେ । ପରବର୍ତି ସମୟରେ ସେ ବରରୁଚି କାତ୍ୟାୟନ ରୁପେ ପରଚିତ ହୋଇଥିଲେ ।

ଚନ୍ଦ୍ରହାସୁଜ୍ଜ୍ବଳକରା ଶାର୍ଦୁଳବରବାହନା ।
କାତ୍ୟାୟନୀ ଶୁଭଂ ଦଧ୍ୟାଦେବୀ ଦାନବଘାତିନୀ ।।

ମହାମୁନି କାତ୍ୟାୟନ ଭଗବତୀ ଜଗଦମ୍ବାକୁ ନିଜ ଝିଅ ରୁପେ ପ୍ରାପ୍ତ କରିବା ପାଈଂ ବହୁ ବର୍ଷ କଠିନ ତପସ୍ୟା କରିଥିଲେ, ଆର୍ଶୀବାଦ ସ୍ବରୂପ ଜଗଦମ୍ବା କାତ୍ୟାୟନଙ୍କ ଝିଅ ରୁପେ ଜନ୍ମ ଗ୍ରହଣ କରିଥିଲେ । ଋଷି କାତ୍ୟାୟନଙ୍କ ଝିଅ ହେତୁ ସେ କାତ୍ୟାୟନି ରୁପେ ପରିଚିତ ହୋଇଥିଲେ । ନବଦୁର୍ଗା ମଧ୍ଯେ ଷଷ୍ଠି ଦେବି କାତ୍ୟାୟନି ରୁପେ ଜଗତ କଲ୍ୟାଣ କରିଥିଲେ । ଶ୍ରୀକୃଷ୍ଣଙ୍କୁ ସ୍ବାମି ରୁପେ ପାଇବା ପାଇଁ ବ୍ରଜର ଗୋପି ମାନେ ଦେବୀ କାତ୍ୟାୟନିଙ୍କୁ ଆରଧାନା କରିଥିଲେ , ଦେବୀ କାତ୍ୟାୟନି ବ୍ରଜମଣ୍ଡଳ ଅଧିଷ୍ଠାତ୍ରି ରୁପେ ପ୍ରତିଷ୍ଠିତ ।

Leave a Reply

error: Content is protected !!