1,966

ପ୍ରପନ୍ନ-ପାବନ ଓ ପତିତ-ପାବନ

ଭାରତର ବୈଷ୍ଣବ ପରମ୍ପରାରେ ଦୁଇଜଣ କବୀରଦାସ ଥିଲେ ଜଣେ ଥଲେ ଦକ୍ଷିଣଭାରତର, ଯେ କି ଶ୍ରୀରାମାନୁକ ଆଚାର୍ଯ୍ୟଙ୍କ ସମୟର (ଅନ୍ୟତ୍ର । କୁବେର ଶବ୍ଦ ବି ଅଛି) । ସେ ଶ୍ରୀବୈଷ୍ଣବ ପରମ୍ପରାରେ ବିଶ୍ୱାସ ରଖୁଥୁଲେ । ଆଉ କଣେ କବୀର ଥିଲେ ଉତ୍ତରଭାରତରେ ସେ ଶ୍ରୀରାମାନନ୍ଦ ଆଚାର୍ଯ୍ୟଙ୍କ ଶିଷ୍ୟ । ଦୁଇ କବୀର ଦାସଙ୍କ ସମୟରେ ପାଖାପାଖୁ ଚାରିଶହ ବର୍ଷର ଫରକ ଦେଖାଯାଏ । ଦୁଇଜଣ ପୂଜ୍ୟ ‘ଆଚାର୍ଯ୍ୟ ଯେପରି ପୁରୀ ଆସି ଥିଲେ । ଦୁଇଜଣଯାକ *କବୀର ମଧ୍ୟ ପୁରୀ ଆସିବାର ପ୍ରମାଣ ମିଳୁଛି । ତାମିଳନାଡୁର କବୀର ଦାସଙ୍କ ପାଇଁ ମଧ୍ୟ ଯବନ ଶବ୍ଦ ପ୍ରୟୋଗ ହୋଇଛି । ତାହା ‘ପତିତ’ ଅର୍ଥରେ ବ୍ୟବହାର ହୋଇଛି । ସେ ଶ୍ରୀରାମାନୁଜଙ୍କୁ ଗୁରୁ ଶ୍ରୀଜଗନ୍ନାଥ ଶ୍ରୀରଙ୍ଗନାଥ ଭାବରେ ଗ୍ରହଣ କରି ତାଙ୍କଠୁ ଢେର ରାସ୍ତା ପାଇଥିଲେ ଜୀବନକୁ ଜୀବନଭଳି ଜୀଇଁବା ପାଇଁ । ଆରମ୍ଭ କଲେ ‘ଦିବ୍ୟଦେଶ’କୁ ତୀର୍ଥଯାତ୍ରା ।

ଶ୍ରୀବୈଷ୍ଣବେ ଶ୍ରୀବିଷ୍ଣୁ । ବିରାଜିତ ହୋଇଥିବା କ୍ଷେତ୍ର ବା ଧାମକୁ ‘ଦିବ୍ୟଦେଶ’ ଭାବରେ ଗ୍ରହଣ କରିଛନ୍ତି । କବୀର ଦାସେ ବହୁ ଦିବ୍ୟଦେଶ ଦର୍ଶନ କରି ପହଞ୍ଚିଲେ ଶ୍ରୀରଙ୍ଗରେ । ଶ୍ରୀରଙ୍ଗନାଥଠାରୁ ବଳି ଆଉ ମହାପୁରୁ କେହି ନାହାନ୍ତି, ଇୟେ ତାଙ୍କର ଆପଣା । ଅନୁଭବ ଓ ବିଶ୍ୱାସର କଥା । ଢ଼େରଦିନ ଶ୍ରୀରଙ୍ଗନାଥଙ୍କ ଶରଣରେ ରହିଲେ । ଶ୍ରୀରଙ୍ଗନାଥଙ୍କ ବୈଭବ | ଓ ମାହାତ୍ମ୍ୟ ତାଙ୍କ ବିଶ୍ୱାସକୁ ଟାଣ କରିବାରେ ସାହାଯ୍ୟ କରିଥୁଲା । ଦିନେ ନିରୋଳା । ବେଳାରେ ଶ୍ରୀରଙ୍ଗନାଥଙ୍କୁ ‘ମୋକ୍ଷ’ ମାଗି ବସିଲେ । କେବଳ ନିଳ ପାଇଁ ନୁହେଁ, । ସଭିଙ୍କ ମୋକ୍ଷ କାମନା ବି ମାଗି ବସିଲେ । ଏକ ମନ, ଏକ ପ୍ରାଣ ଓ ଏକ ଲୟରେ ଦିନାକେତେ ଅଧୁଆ ପଡ଼ିଲେ । କିଛି ବି ଫଳ ମିଳିଲାନି । କିନ୍ତୁ ହଟିଲେନି । ବିଶ୍ଵାସ ତାଙ୍କରୁ ଅତୁଟ ଥିଲା । ଦିନେ ହଠାତ୍ ପ୍ରଭୁଙ୍କର ବାଣୀ ତାଙ୍କୁ ବିମୋହିତ କଲା । ବତ୍ସ ! ମୁଁ କେବଳ ଶରଣାଗତ ଭକ୍ତକୁ ମୋକ୍ଷ ଦେବାର ଅଧୁକାରୀ । ମୁଁ ପ୍ରପନ୍ନ-ପାବନ । ପତିତଙ୍କୁ ପାବନ ଦେବେ ଶ୍ରୀଜଗନ୍ନାଥ । ସେ ହେଉଛନ୍ତି ପତିତ-ପାବନ । ଯାଅ ! ସେଇଠିକି ଯାଅ | (ପତିତାନ୍ୟ ମୋକ୍ଷଦାନେ ଜଗନ୍ନାଥ ପ୍ରଦୀକ୍ଷିତମ୍) ।

ଡକ୍ଟର ସୁରେନ୍ଦ୍ର କୁମାର ମିଶ୍ର ଗବେଷଣା ଅଧୁକାରୀ, ଶ୍ରୀବିହାର, ପୁରୀ-୩

error: Content is protected !!