“ରଘୁନାଥ ବେଶ” ୧୯୦୫ ମସିହାରେ ଶ୍ରୀମନ୍ଦିରରେ ଶେଷ ଥର ପାଇଁ ଅନୁଷ୍ଠିତ ହୋଇଥିଲା । ସେହି ସମୟର *ଉତ୍କଳ ଦୀପିକା*ରେ ଏହି ବେଶ ଉପରେ ମନ୍ତବ୍ୟ ପ୍ରକାଶ ପାଇଥିଲା ।—“୧୯୦୫ ମସିହା ଅପ୍ରେଲ ୨୬ ତାରିଖ ଗୁରୁବାର ନବମୀ ତିଥିରେ ଶ୍ରୀମନ୍ଦିରରେ ଦୈନିକ ନୀତିକୁ ଶେଷରେ ରଘୁନାଥ ବେଶ ହୋଇଥିଲା । ସନ୍ଧ୍ୟା ଧୂପ ପରେ ସାଧାରଣ ଦର୍ଶନ ପାଇଁ ଅନୁମତି ମିଳିଥିଲା । ୩୦-୪୦ ହଜାର ଭକ୍ତଙ୍କ ମଧ୍ୟରୁ ଅଧିକାଂଶ ଲୋକ ଓଡ଼ିଆ । ଏମାନଙ୍କ ମଧ୍ୟରେ ବଙ୍ଗାଳି ଓ ପଶ୍ଚିମା ଯାତ୍ରୀବି କିଛି ଥିଲେ । ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ରାମଚନ୍ଦ୍ର ବେଶ, ବଡଠାକୁରଙ୍କୁ ଲକ୍ଷ୍ମଣ ବେଶକରିବା ସହିତ ଭରତ ଶତ୍ରୁଘ୍ନ ବେଶରେ ମଧ୍ୟ ଥିବା ଦେଖିବାକୁ ମିଳିଥିଲା ।ଶଙ୍କରାଚାର୍ଯ୍ୟ ମଠାଧୀଶ ଶ୍ରୀ ଶ୍ରୀ ମଧୁସୂଦନ ତୀର୍ଥ ସ୍ବାମୀ ଉପସ୍ଥିତ ଥିଲେ ।”
ଏହି ଦେବଦୁର୍ଲଭ ବେଶ ଉପରେ କବି ଜଗଦେବ କେଉଁ କାଳରୁ ଏହାକୁ ରଚନା କରିଥିଲେ, ଯାହା ଗଵେଷଣା ସାପେକ୍ଷ । ଯେଣୁ ତାଳପତ୍ର ପୋଥିରୁ ଉଦ୍ଧାର କରାଯାଇଛି ” ବୀରତ୍ବକୁ ଭାରି ଦିଶୁଛନ୍ତି ଭରି ଫଳକ ବର୍ତୁଳ ଖଡ୍ଗ କଟାରୀ ତୁଣୀର ବାଙ୍କଛୁରୀ ଯେ ଯହିଁ ମଞ୍ଜୁଳଶରାଶନ ବାଣ ଶ୍ରୀ ବାମ ଦକ୍ଷିଣ ଦ୍ବିଭୁଜେ ଭଜିଲେ ରାବଣ ପ୍ରାଣ ହରଣେ କରି ପଣ ନିର୍ଦ୍ବନ୍ଦେ ନଥିଲେ ମର୍କତେ ପ୍ରବାଳ ଗୁନ୍ଥାପ୍ରାୟେ ଭାଳ ଚରଣ ରଙ୍ଗୀମାସର କୋକନଦେ ପୂର୍ଣ୍ଣକିବା ଉଦେ ଏମନ୍ତ ସୁଷମା ହନୁ ପୋଷ୍ୟ ପଶୁ ଭକ୍ତି ସୁଧାର ମୁଁ ପିଇଛି ସାରକୁଅମର ସମ୍ପଦେ ଲଭି ବହେ ହୃଦେ ପୁଣି ଶ୍ରୀରାମକୁଲକ୍ଷ୍ମଣେ ବିକୃତ ବଡଠାକୁରେତ ବହନ୍ତି ନାରାଚଲକ୍ଷ୍ୟ କବି କୃତ କାବ୍ୟେ ଅଳଂକୃତ ଉପମା ସୂସଞ୍ଚସୀତାର ପ୍ରାୟେ ଭଗିନୀ ସୁଭଦ୍ରାୟେ କଳିରେ ବିଚାରିସୀତାର ବେଶେ ନରସି ହୋଇଲେ ସେ ଭୁବନେଶ୍ବରୀ ସୁବର୍ଣ୍ଣ ଜଡିତ ଫୁଲକି ତଡିତ ନାସାରେ ବିଳସେସୁବର୍ଣ୍ଣ ରଞ୍ଜିତ ତ୍ରିମୁଖ ଜୀମୂତ ପରାୟେ ସରସେକେଶରୀ କରୀକୋଟିକୋଟିକି ଛାଟିଦେବାରେ ବୀର ସେକେ ସରି କରିବ ସେଠାଣି ଦଇବ ଯହିଁ ନ ଭରସେ ଅନୁଗତ ଭୃତ୍ୟ ଶତୃଘ୍ନ ଭରତ ଲକ୍ଷ୍ମଣେ ରାଜିତଆଲଟ ଚାମର ଛତ୍ର ଚରମର ଘେନି ସେ ବିଚିତ୍ରନୀତି ବିଶାରଦ ବିଭୀଷଣାଙ୍ଗଦ ସୁଗ୍ରୀବ ସୁଷେଣନଳ ନୀଳ ଆଦି ବଳ ବ୍ରହ୍ମବାଦୀ ଋଷିରେ ଭୂଷଣଶେଷ ହେଲା ବେଶ ଦର୍ଶନାଭିଳାଷ ବଢିଲା ନଦୀ ସେଧ୍ବନି କଳକଳ ଜନତା ଗହଳ ସିନ୍ଧୁ ସଙ୍ଗେ ମିଶେ ।ଜଳ ଜନ୍ତୁ ପରି ପ୍ରହରୀ ପହରି ଯିବାକି ଅବାରିବାଲି ହୀନ ସ୍ଥାନ ନୁହେଁ ଘନ ବହେ ଘର୍ମବାରି “।(କ୍ରମଶଃ)