ଆକାଶରେ ନବ ନୀରଦର ଅପରୁପ ଶୋଭା | ବନ ପ୍ରାନ୍ତର ଦେଇ ଶିରି ଶିରି ବହୁଛି ମନ୍ଦ ମଲୟ | ଶ୍ରୀଧାମ ବୃନ୍ଦାବନରେ ଲାଗିଚି ମହୋତ୍ସବ ଗହଳ ଲତାକୁଞ୍ଜ ରେ ମିଲିତ ହେଉଛନ୍ତି ରସରାଜ ଶ୍ରୀକୃଷ୍ଣ ଆଉ ରାସେଶ୍ଵରି ଶ୍ରୀରାଧା | ଶ୍ରାବଣ ବାରିଧାରାରେ ଅନୁଷ୍ଟିତ ହେଉଛି ଋଧାକୃଷ୍ଣଙ୍କ ବର୍ଷାକାଳିନ ରାସୋତ୍ସବ ଝୁଲଣ ଯାତ୍ରା | ବୈଷ୍ଣବ ମତ ଅନୁଯାୟୀ ଭଗବାନ ଶ୍ରୀକୃଷ୍ଣଙ୍କ ଦ୍ଵାପର ଲିଳା ଆଧାରରେ ଅନେକ ରାସୋତ୍ସବ ପାଳନ କରାଯାଏ | କାର୍ତ୍ତିକ ମାସରେ ପାଳିତ ହୁଏ ପ୍ରଭୁଙ୍କ ଶରତ ରାସ | ସେହିପରି ଫାଲଗୁନ ଚୈତ୍ରରେ ହୁଏ ବସନ୍ତ ରାସୋତ୍ସ୍ବବ | ଗ୍ରୀଷ୍ମ ଦିନେ ନରେନ୍ଦ୍ର ସରୋବରରେ ଜଳକ୍ରିଡା କରି ପ୍ରଭୁ ଶ୍ରୀକୃଷ୍ଣ ନିଜ ଲିଳାସଂଗୀନୀ ଭୁଦେବୀ ଓ ଶ୍ରୀଦେବୀଙ୍କ ସହ କ୍ରୀଡା କରନ୍ତି | ଏହା ପ୍ରଭୁଙ୍କ ଗ୍ରିଷ୍ମକାଳିନ ରସୋତ୍ସବ ଭାବେ ବିଦିତ | ସେହିପରି ଶ୍ରାବଣ ମାସରେ ପାଳିତ ହେଉଥିବା ଝୁଲଣ ଯତ୍ରାକୁ ବୈଷ୍ଣବମାନେ ରାଧାକୃଷ୍ଣ କୁଞ୍ଜମିଳନ ବା ପ୍ରାବଟ୍ ରାସ ବୋଲି କହିଥାନ୍ତି | ଦ୍ଵାପର ଯୁଗରେ ରାଧାକୃଷ୍ଣ ବିରହ ବ୍ୟଥା ହୃଦୟଙ୍ଗମ କରି ଉଭୟଙ୍କ ମିଳନର ବ୍ୟବସ୍ଥା କରିଥିଲେ |
ପ୍ରେମାଲିଙ୍ଗନବଦ୍ଦ ହୋଇ ଶ୍ରୀରାଧା ଓ ଶ୍ରୀକୃଷ୍ଣ ଲତାକୁଞ୍ଜର ଦୋଲିରେ ଝୁଲୁଥିବାର ବେଳେ ଏହି ଦିବ୍ୟ ଦୃଶ୍ୟ ଦର୍ଶନ କରିଥିଲେ ଗୋପିକାମାନେ | ସେବେଠାରୁ ବୃନ୍ଦାବନରେ ଏହି ପ୍ରାବୃଟ୍ ରାସୋତ୍ସବ ଝୁଲଣ ଯାତ୍ରା ଶ୍ରଦ୍ଦାର ସହିତ ପାଳିତ ହେଉଛି | ପ୍ରଭୁ ଶ୍ରୀକୃଷ୍ଣ ଏହା ଏକ ପ୍ରମୁଖ ଲିଳା ହୋଇଥିବାରୁ ସାଧୁ ସନ୍ଥ ବୈଷ୍ଣବମାନେ ଏହି ଯାତ୍ରା କୁ ନିଷ୍ଠାର ସହ ପାଳନ କରନ୍ତି | ଶ୍ରିଧାମ ବୃନ୍ଦାବନରେ ଝୁଲଣ ଯତ୍ର ପନ୍ଦର ଦିନ ବ୍ୟାପି ପାଳନ କରାଯାଉଥିବବେଳେ ଶ୍ରୀକ୍ଷେତ୍ର ପୁରିରେ ଏହ ପାଞ୍ଚଦିନ ବ୍ୟାପି ପାଳନ କରାଯାଏ |\r\n\r\nଶ୍ରୀକ୍ଷେତ୍ରର ସମସ୍ତ ମଠରେ ଝୁଲଣ୍ କୁଞ୍ଜ ପ୍ରସ୍ତୁତ କରଯାଇ ରାଧାକୃଷ୍ଣଙ୍କୁ ଦୋଳୟମାନ କୁଞ୍ଜରେ ବିଜେ କରାଯାଏ | ଏମାର ମଠ, ଶ୍ରୀଜଗନ୍ନାଥ ବଲ୍ଲଭ ମଠ, ରାଧାଶ୍ୟାମ ମଠ, ରାଧାବଲ୍ଲଭ ମଠ, ରାଧକାନ୍ତ ମଠ, ଝାଞ୍ଜପିଟା ମଠ, ବୟାବାବା ମଠ ଆଦି କୃଷ୍ନପନ୍ଥି ମଠ ମାନଙ୍କର ରାଧାକୃଷ୍ନ ଝୁଲଣ କୁଞ୍ଜକୁ ବିଜେ କରୁଥିଲାବେଲେ ରାମପନ୍ଥି ମଠ ମାନଙ୍କର ଶ୍ରୀ ରଘୁନାଥ ଜିଉ ଓ ଦେବୀ ଜାନକୀ ଝୁଲଣ କୁଞ୍ଜରେ ବିଜେ କରଯାଏ | ଶ୍ରୀ ଜଗନ୍ନାଥଙ୍କ ଦ୍ଵାଦଶ ଯାତ୍ରା ମଧ୍ୟ୍ୟରେ ପରିଗଣିତ ହେଉନଥିଲେ ମଧ୍ୟ୍ୟ ଶ୍ରିମନ୍ଦିରରେ ଝୁଲଣ ଆଡମ୍ବର ସହକାରେ ପାଳିତ ହୁଏ | କଲ୍ପବଟ ନିକଟ ମୁକ୍ତିମଣ୍ଡପଠାରେ ପ୍ରସ୍ତୁତ ହୁଏ ସୁସଜ୍ଜିତ ଝୁଲଣ କୁଞ୍ଜ | ଲଳିତା,ବିଶଖା, ଈନ୍ଦୁରେଖା, ତୁଙ୍ଗବିଦ୍ୟା, ଚମ୍ପକ ଲତା, ଚିତ୍ରରେଖା, ରଙ୍ଗଦେବି, ଓ ସୁବିଦ୍ୟ ଅଷ୍ଟସଖୀ, ରୁପ, ରତି, ଲବଙ୍ଗ, ରସ, ଗୁଣ, ମଞ୍ଜୁଲାଲି, ବିଳାସ ଓ କସ୍ତୁରି ଆଦି ଅଷ୍ଟ ମଞ୍ଜରିଙ୍କ ସମେତ ସବତ୍ସା ଧେନୁ, ନାନା ଜାତିର ପଶୁପକ୍ଷି ଆଦି କୁଞ୍ଜରେ ପାରିଷଦ ଭାବେ ସ୍ଥାନ ପାଆନ୍ତି | କୁଞ୍ଜର ଦୁଇ ପାଶ୍ଵରେ ଦୁଇ ଦଳ ବିଶାଳକାୟ ବଳିଷ୍ଠ ଯୁବକ ପ୍ରତିମୁର୍ତ୍ତି ଦେଖିବାକୁ ମିଳେ | ଏହି ଦୁଇ ଯୁବକଙ୍କ୍ ପ୍ରତିମୁର୍ତ୍ତିଙ୍କୁ କଳିଯୁଗ ଭେଣ୍ଡା ବୋଲି କୁହନ୍ତି | ଶ୍ରାବଣ ଶୁକ୍ଲ ଦଶମିରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ବଡଦେଉଳରେ ପ୍ରତ୍ୟହ ମଧ୍ୟ୍ୟାହ୍ନ ଧୂପ ଶେଷ ହେବା ଉତ୍ତାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଚଳନ୍ତି ପ୍ରତିମା ମଦନ ମୋହନ, ଶ୍ରୀଦେବୀ, ଭୁଦେବୀ, ଓ ରାମକୃଷ୍ନ ଆଜ୍ଞାମାଳ ପାଇ ଝୁଲଣ କୁଞ୍ଜକୁ ବିଜେ କରନ୍ତି | ଏଠାରେ ନାନା ଉପଚାରରେ ପୁଜା ଓ ବନ୍ଦାପନା କରାଯାଈ ନିଃସଙ୍ଖୁଡି ଭୋଗ ନୈବେଦ୍ୟ କରାଯାଏ | ଭକ୍ତମାନେ ଝୁଲଣ ମଣ୍ଡପରେ ରାଧାକୄଷ୍ନଙ୍କ ରାସଲିଳା ଦର୍ଶନ କରି ପ୍ରସାଦ ଗ୍ରହଣ କରନ୍ତି | କେତେକ ସ୍ଥାନରେ କେବଳ ଶ୍ରୀ ଚୈତନ୍ୟ ମହାପ୍ରଭୁଙ୍କ ପ୍ରତିମୁର୍ତ୍ତିକୁ ନେଇ ଝୁଲଣ ଯାତ୍ରା ପାଳନ କରାଯାଏ |’,’ଗ୍ରିଷ୍ମେ ଚନ୍ଦନ, ଶ୍ରାବଣେ ଝୁଲଣ ଯାତ୍ରା’