ଗଜପତିଙ୍କ ପରମ୍ପରାରେ ସୁନିଆଁ ମହୋତ୍ସବ କାଳରେ ‘ମହାମହୋପାଧାୟ ପଦବୀ’ ପ୍ରଚଳନ ହୋଇଥୁଲା । ପରବର୍ତ୍ତୀ ସମୟରେ । ଏହି ପଦବୀ ଏକ ସର୍ବଭାରତୀୟ ପଦବୀରେ ପରିଣତ ହୋଇଥିଲା । ୧୭୪୧ ମସିହା ପୂର୍ବରୁ ଭାରତର କୌଣସି ରାଜ ଦରବାରରେ ଏହି ପଦବୀ ପ୍ରଚଳିତ ଥିଲା କି ନାହିଁ, ସ୍ଵଷ୍ଟଭାବରେ ଜଣାଯାଉ ନାହିଁ । ଯଦି ଅନ୍ୟ କୌଣସି ରାଜ ଦରବାରରେ ପ୍ରଚଳିତ ହୋଇ ନଥିବ, ତେବେ ଓଡ଼ିଶାର ଗଜପତି । ପରମ୍ପରାରେ ଏହି ପଦବୀ ପ୍ରଥମେ ପ୍ରଚଳିତ ହୋଇଥିଲା ବୋଲି ବୁଝିବାକୁ ହେବ । ଓଡ଼ିଶାର ଏକ ସମ୍ମାନଜନକ ପଦବୀ ପରବର୍ତ୍ତୀ ସମୟରେ ଇଂରେଜ ସରକାର ଗ୍ରହଣ କରି ଅଖଣ୍ଡ ଭାରତବର୍ଷରେ ପ୍ରଚଳନ କରିଥିଲେ ।
ଓଡ଼ିଶାର ଋରିଜଣ ଶ୍ରୀଜଗନ୍ନାଥ ଚେତନାର ଲେଖକ/ କବି ତଥା ସୁଯୋଗ୍ୟ ସନ୍ତାନଙ୍କୁ ଏହି ପଦବୀ ସେମାନେ ପ୍ରଦାନ କରିଥିବାର ଜଣାଯାଏ । ପୃଥିବୀ ପ୍ରସିଦ୍ଧ ଜ୍ୟୋତିର୍ବିଜ୍ଞାନୀ ପଣ୍ଡିତ ଚନ୍ଦ୍ରଶେଖର ସିଂହ ସାମନ୍ତ ଯେ କି ପଠାଣି ସାମନ୍ତ ଭାବରେ ପରିଚିତ, ତାଙ୍କୁ ମହାମହୋପାଧାୟ ପଦବୀରେ ମଣ୍ଡିତ କରିବା ସହିତ ପଣ୍ଡିତ ସଦାଶିବ ମିଶ୍ର, ପଣ୍ଡିତ ଜଗନ୍ନାଥ ମିଶ୍ର ଓ ଦାର୍ଶନିକ ଦାମୋଦର ଶାସ୍ତ୍ରୀଙ୍କୁ ଏହି ପଦବୀରେ ମଣ୍ଡିତ କରାଯାଇଥିଲା । ପଠାଣି ସାଆନ୍ତେ ମହାପୁରୁଙ୍କୁ ନେଇ ସଂସ୍କୃତରେ ଅଭିନବ ଉପସ୍ଥାପନା କରିଛନ୍ତି । ପଣ୍ଡିତ ସଦାଶିବ ଓ ପଣ୍ଡିତ ଜଗନ୍ନାଥ ଜୀବନସାରା ମଣିମାଙ୍କର ଐତିହ୍ୟ ଉପସ୍ଥାପନା କରିଛନ୍ତି । ଦାମୋଦର ପଣ୍ଡିତେ ଥିଲେ ମହାପ୍ରଭୁଙ୍କ ପୁରୋହିତ ତଥା ତତ୍ତ୍ୱ ବିଶାରଦ । ଭାରତ ସ୍ବାଧୀନ ହେବା ପରେ ଏହି ପୂଜ୍ୟପୂଜାର ପରମ୍ପରା । ବହୁବର୍ଷଧରି ବନ୍ଦ ହୋଇଯାଇଥିଲା । ଇତିହାସରୁ ଜଣାଯାଉଛି ଓଡ଼ିଶାର ପ୍ରାଚୀନ ରାଜବଂଶ ବିଭିନ୍ନ ଶ୍ରେଷ୍ଠ ବ୍ୟକ୍ତିତ୍ବଙ୍କୁ ଭିନ୍ନ ଭିନ୍ନ ପଦବୀରେ ରାଜସଭାରେ ଅଳଙ୍କୃତ କରିଥିଲେ, ମାତ୍ର ଭୋଇବଂଶ ଦ୍ବାରା ପ୍ରଚଳିତ ଏହି ପଦବୀ ସର୍ବଭାରତୀୟ ସ୍ତରରେ ଗ୍ରହଣୀୟ ହୋଇ ପ୍ରତିଷ୍ଠା ଅର୍ଜନ କଲା ପରି ଅନ୍ୟ ପଦବୀଗୁଡ଼ିକ ପ୍ରତିଷ୍ଠା ପାଇପାରି ନଥୁଲା ।
ଡା. ସୁରେନ୍ଦ୍ର କୁମାର ମିଶ୍ର । ହାବେଳି ଗଳି, ପୁରୀ-୧