2,785

ମୁକ୍ତି ମଣ୍ଡପ ପଣ୍ଡିତ ସଭା

ଶ୍ରୀମନ୍ଦିର ଜଗମୋହନରୁ ଦକ୍ଷିଣ ଦ୍ଵାର ଯାହାକୁ ବେହେରଣ ଦ୍ଵାର କୁହାଯାଏ। ସେପଟ ଦେଇ ଆସିଲେ ଦକ୍ଷିଣ ପାଶପର୍ଶ୍ଵରେ ମୁକ୍ତି ମଣ୍ଡପ ପଡେ। ଏହାର ଅନ୍ୟ ନାମ ଯଜ୍ଞ ମଣ୍ଡପ,ବ୍ରହ୍ମବେଦୀ,ବ୍ରହ୍ମାସନ,ମୋକ୍ଷ ମଣ୍ଡପ କୁହାଯାଉଥିଲା। ଏହାର ମୁକ୍ତି ମଣ୍ଡପ ନାମକରଣ ପ୍ରତାପ ରୁଦ୍ରଦେବଙ୍କ ରାଜତ୍ଵ କାଳରୁ(ଷୋଡଶ ଶତାଦ୍ଦୀରୁ)ହୋଇଛି। କିନ୍ତୁ ଏହାର ପ୍ରତିଷ୍ଠା କାଳ ଅଦ୍ୟାବଧି ଜଣାଯାଇନାହିଁ। ଶ୍ରୀମନ୍ଦିର କୁର୍ମବେଢାର ସୂର୍ଯ୍ୟ ପୂଜା ମଣ୍ଡପରୁ ମୁକ୍ତ ନୃସିଂହଙ୍କ ମଧ୍ୟବର୍ତ୍ତୀ ସ୍ଥାନର ନାମ ବ୍ରହ୍ମାସନ। ୧୫୯୨ ଖ୍ରୀଷ୍ଟାଦ୍ଦରେ ମାନସିଂହ ଶ୍ରୀଜଗନ୍ନାଥଙ୍କ ଦର୍ଶନରେ ଆସି ସ୍ତ୍ରୀ ଗୈାରରାଣୀ ମୁକ୍ତି ମଣ୍ଡପ ଅଧିକ ବଢାଇ ନିର୍ମାଣ କରିଥିଲେ। ମୁକ୍ତି ମଣ୍ଡପର ସଭ୍ୟ ସଂଖ୍ୟା ପୂର୍ବେ ୨୧ ଥିବାବେଳେ ବର୍ତ୍ତମାନ ବୃଦ୍ଧି ପାଇ ୩୦ରୁ ଅଧିକ ହେଲାଣି। ମୁକ୍ତି ମଣ୍ଡପରେ ସମସ୍ତେ ଯାଇ ବସିପାରିବେ ନାହିଁ। ନିମେଇ ୬ ଶାସନ,ରାହାଙ୍ଗ ୧୦ ଶାସନ ଓ ସିରୋଇ ୭ ଶାସନ ବ୍ରାହ୍ମଣ ସହ ଦଣ୍ଡୀ,ରାଜଗୁରୁ,ସନ୍ନ୍ୟାସୀ ରାୟଗୁରୁ ଦେଉଳ ପୁରୋହିତ ବସିବାର ଅଧିକାର ଦିଆଯାଇଛି। ମୁକ୍ତି ମଣ୍ଡପ ସଭାର ସଦସ୍ୟଙ୍କ ଦ୍ଵାରା ପରୀକ୍ଷା କରାଯାଇ ଉତ୍ତୀର୍ଣ୍ଣ ହେଉଥିବା ପୂଜାରୀମାନେ ହିଁ ଶ୍ରୀମନ୍ଦିରରେ ଠାକୁରଙ୍କ ସେବା ପାଇଁ ନିଯୁକ୍ତ ହେଉଥିଲେ। କିନ୍ତୁ ଆଜିକାଲି ଏହା ଉପରେ ଆଉ ଗୁରୁତ୍ଵ ଦିଆ ଯାଉନାହିଁ। ପୂଜାପଣ୍ଡା ନିଯୋଗ ଓ ଅନ୍ୟାନ୍ୟ ନିଯୋଗ ନିଜ ନିୟନ୍ତ୍ରଣରେ ଏହା କରୁଛନ୍ତି।

ମୁକ୍ତି ମଣ୍ଡପର ଲମ୍ବ ୩୮ ଫୁଟ ଓ ଓସାର ୩୮ ଫୁଟ। କଳା ମୁଗୁନି ପଥରରେ ନିର୍ମିତ ଉଚ୍ଚତା ୬ ଫୁଟ। ୧୬ଗୋଟି ଗୋଲାକାର ସ୍ତମ୍ଭ ଉପରେ ଏହାର ଛାତ ଓ ୧୬ଟି ଶାସନର ପ୍ରତିଷ୍ଠା ରୂପେ ଏ ସ୍ତମ୍ଭ ରହିଛି। ଶ୍ରାବଣ ଶୁକ୍ଲ ଦଶମୀରୁ ପ୍ରତିପଦା ଯାଏଁ ୭ ଦିନ ବ୍ୟାପୀ ଶ୍ରୀଜୀଉମାନଙ୍କ ଝୁଲଣ ଏହି ମଣ୍ଡପରେ ହୁଏ ଓ “୧୬ ଶାସନ ଭୋଗ” କରାଯାଏ। ଏହା ବ୍ୟତୀତ ମୁକ୍ତି ମଣ୍ଡପ ପଣ୍ଡିତ ସଭା ମଧ୍ୟ ଏଠାରୁ କାର୍ଯ୍ୟକ୍ଷମ ହେଉଛି। ବିମଳା ଦକ୍ଷିଣ ଦିଗରେ ଏହାର ଗ୍ରନ୍ଥାଳୟ,ତାଳପତ୍ର ବହି ଓ କାର୍ଯ୍ୟାଳୟ ରହିଛି।

error: Content is protected !!