3,586

କାହିଂକି ଆଦିମୂର୍ତି ଶ୍ରୀ ସୁଦର୍ଶନ ସ୍ତମ୍ଭାକାର ??

ଚକ୍ରରାଜ ସୁଦର୍ଶନ ହେଉଛନ୍ତି ମହାପ୍ରଭୁଙ୍କର ଆୟୁଧ । ଏହା ମାଧ୍ୟମରେ ଭଗବାନ ସମସ୍ତ ପାପରାଶି, ଆସୁରିକ ପ୍ରକୃତି ଏବଂ ପ୍ରତ୍ୟେକ ପ୍ରକାର ବିଘ୍ନ ବିନାଶ କରିଥାଆନ୍ତି । ଆଲୋଚିତ ଦିବ୍ୟଚକ୍ରର ଉତ୍ପତ୍ତି ତତ୍ତ୍ଵ ବିଭିନ୍ନ ପୁରାଣମାନଙ୍କରେ ଭିନ୍ନ ଭିନ୍ନ ଭାବରେ ପରିବେଶିତ ହୋଇଛି । ସେସବୁ ତତ୍ତ୍ଵ ମଧ୍ୟରେ ସଙ୍ଗତ ରକ୍ଷା କରିବା ଏକ ଆୟାସ ସାଧ୍ୟ ବ୍ୟାପାର । ସୁଦର୍ଶନଙ୍କ ବର୍ଣ୍ଣନା କେଉଁଠି ଶିବ ତ କେଉଁଠି ଦେବଶିଳ୍ପୀ ବିଶ୍ଵକର୍ମା, ତାର ଉପାଦାନ କେଉଁଠି ସମସ୍ତ ଦେବତାଙ୍କର ପୁଞ୍ଜି ଭୂତ ତେଜୋଦୀପ୍ତ ରୂପ କେଉଁଠି ସୂର୍ଯ୍ୟର ପ୍ରଚଣ୍ଡ ତେଜୋରାଶିର ଅଂଶ ବୋଲି ଉଲ୍ଲେଖ ଅଛି । ମସ୍ଚ୍ୟ ପୁରାଣ ଓ ବାମନ ପୁରାଣରେ ମଧ୍ୟ ଚକ୍ରରାଜ ସୁଦର୍ଶନଙ୍କ ସମ୍ବନ୍ଧରେ ସୂଚନା ମିଳେ । ଏକଦା ସୂର୍ଯ୍ୟ ନିଜର ତେଜକୁ ପ୍ରଶମିତ କରିବା ପାଇଁ ପ୍ରାର୍ଥନା କରିବାରୁ ଶ୍ରୀ ବିଷ୍ଣୁ ସୂର୍ଯ୍ୟଙ୍କର ତେଜରୁ କିଛି ଅଂଶ ପୃଥକ କରିଦେଲେ । ସେହି ପୃଥକୀକୃତ ତେଜ ତିନିଭାଗରେ ବିଭକ୍ତ ହୋଇ ଶ୍ରୀବିଷ୍ଣୁଙ୍କର ସୁଦର୍ଶନ ଚକ୍ର, ଗୁଦ୍ରଙ୍କର ତ୍ରିଶୂଳ ଏବଂ ଇନ୍ଦ୍ରଙ୍କର ବଜ୍ର ରୂପରେ ପ୍ରକଟିତ ହେଲେ । ସେହିପରି ବାମନ ପୁରାଣର ବର୍ଣ୍ଣନାନୁଯାୟୀ ଆସୁରିକ ଶକ୍ତିର ପ୍ରତିହତ କରିବା ପାଇଁ ସମସ୍ତ ଦେବତାଙ୍କ ତେଜରୁ ସୁଦର୍ଶନ ଚକ୍ର ସୃଷ୍ଟି ହୋଇଥିଲେ ବୋଲି ପ୍ରମାଣ ମିଳେ । ତେଣୁ ସୁଦର୍ଶନ ଦେବୋମୟ ସ୍ତମ୍ଭ ସ୍ବରୂପ । ସେ ହିଁ ଅଥର୍ବ ବେଦର ବର୍ଣ୍ଣିତ ସ୍ତମ୍ଭ ଉପାସନାର ପ୍ରତୀକ । ସୁତ ସଂହିତାରେ ସୁଦର୍ଶନ ହିଁ ବିଷ୍ଣୁଙ୍କର ତେଜୋଦୀପ୍ତ ଆୟୁଧ ବୋଲି ସ୍ପଷ୍ଟ ଉଲ୍ଲେଖ ଅଛି । କିନ୍ତୁ ଦାରୁ ମୂର୍ତ୍ତି ତତ୍ତ୍ବକୁ ଦେଖିଲେ ‘ସୁଦର୍ଶନ ଆଦି ସର୍ବରେ ଗହରା ଶାନ୍ତ ଚକ୍ରର ଜାୟତେ ନମଃ’ ଶ୍ଲୋକରୁ ସୁଦର୍ଶନ ଆଦିମୂର୍ତି ବୋଲି ପ୍ରମାଣତ ହୁଏ । ଶ୍ରୀମନ୍ଦିରର ସମସ୍ତ ବିଜେ ଓ ନିତୀରେ ସୁଦର୍ଶନଙ୍କ ବିଜେ ପ୍ରଥମେ ହୋଇଥାଏ । ସେହିପରି ନବକଳେବର ସମୟରେ ଦାରୁ ସନ୍ଧାନ, ଛେଦନ ଓ ବିଗ୍ରହ ନିର୍ମାଣ ସମୟରେ ସୁଦର୍ଶନଙ୍କ ବିଗ୍ରହ ନିର୍ମାଣ ପ୍ରଥମେ ଆରମ୍ଭ ପରେ ଅନ୍ୟାନ୍ୟ ବିଗ୍ରହ ମାନଙ୍କର ନିର୍ମାଣ କାର୍ଯ୍ୟ ଆରମ୍ଭ ହେଉଥୁବାରୁ, ସୁଦର୍ଶନ ଯେ ଆଦିମୂର୍ତି ଏହା ସ୍ପଷ୍ଟ । ସୁଦର୍ଶନଙ୍କୁ ବୈଷ୍ଣବ ଅସମାନଙ୍କର ଆଗାର ବୋଲି କୁହାଯାଏ । ତେଣୁ ବହୁବିଧ ଅସ୍ତ୍ର ମାନଙ୍କର ଆକାର ହେତୁ ଚକ୍ରାକାର ନହୋଇ ସ୍ତମ୍ଭାକାର ହେବା ନୀଳାଦ୍ରି ମହୋଦୟରେ ଉଲ୍ଲେଖ ଅଛି ।

error: Content is protected !!