756

ଶ୍ରୀନିମ୍ବାକଚାର୍ଯ୍ୟ

ଶ୍ରୀନିମ୍ବାକଚାର୍ଯ୍ୟ

ଶ୍ରୀନିମ୍ବାକଚାର୍ଯ୍ୟ ବୈଷ୍ପବ ସମ୍ପ୍ରଦାୟର ଜଣେ ମହାନ ଗୁରୁ, ଯେ ନିମ୍ବାର୍କ ସମ୍ପ୍ରଦାୟ ସ୍ଥାପନ କରିଥିଲେ ।  ଶ୍ରୀନିମ୍ବାକଚାର୍ଯ୍ୟ ଜନ୍ମ ଶୁକ୍ଳପକ୍ଷ ବୈଷାଖ ମାସରେ ବର୍ତମାନ ବେଲ୍ଲାରି, କର୍ଣ୍ଣାଟକରେ ନାମକ ସ୍ଥାନରେ, ଏକ ତେଲଗୁ  ପରିବାରରେ ହୋଈଥିଲା । ସେ ତାଙ୍କ ଅନୁଗାମୀ ପାଖେ ନିମ୍ବାର୍କ, ନିମ୍ବାକଦିତ୍ୟ, ନିୟମାନନ୍ଦ ରୁପେ ପରିଚିତ । ବିଶ୍ବାସ କରାଯାଏ, ଶ୍ରୀନିମ୍ବାକଚାର୍ଯ୍ୟ ଜନ୍ମ ଶୁକ୍ଳପକ୍ଷ ବୈଷାଖ ମାସରେ ବର୍ତମାନ ବାଲ୍ଲରି, କର୍ଣ୍ଣାଟକରେ ନାମକ ସ୍ଥାନରେ, ଏକ ତେଲଗୁ  ପରିବାରରେ  ହୋଈଥିଲା ।  ନିମ୍ବାର୍କ ନାମ ସଂସ୍କୃତ ଶବ୍ଦ ନିମ୍ବ ଓ ଅର୍କ ଆସିଅଛି ।

ଶ୍ରୀନିମ୍ବାକଚାର୍ଯ୍ୟ ଏକାଧାରରେ ଦାର୍ଶନିକ, ତତ୍ବଦର୍ଷି ଓ ଦ୍ବେତ-ଅଦ୍ବେତବାଦ ମୀମାଂସାର ମୁଖ୍ଯ ପ୍ରସ୍ତାବକ ଓ ତତ୍ବଦର୍ଷି ଥିଲେ । ସେ ରାଧା ଏବଂ କୃଷ୍ଣଙ୍କର ପୁଜା ଉପାସନା ବିସ୍ତାର କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ତାଙ୍କ ଦ୍ବରା ସ୍ଥାପିତ ନିମ୍ବାର୍କ ହିନ୍ଦୁ ସମ୍ପ୍ରଦାୟ, ବୈଷ୍ଣବ ଧର୍ମର ଚାରୋଟି ମୁଖ୍ୟ ପରମ୍ପରା ମଧ୍ୟରୁ ଗୋଟିଏ ଅଟେ ।  ବୈଷ୍ଣବ ଧର୍ମ ଚାରି ମୁଖ୍ଯ ସମ୍ପ୍ରଦାୟ ଶ୍ରୀ ସମ୍ପ୍ରଦାୟ ( ରାମାନୁଜାଚାର୍ଯ୍ୟ ) , ମାଧବ ସମ୍ପ୍ରଦାୟ ( ମାଧବଚାର୍ଯ୍ୟ ) , ରୁଦ୍ର ସମ୍ପ୍ରଦାୟ ( ବିଷ୍ଣୁସ୍ବାମି ଆଚାର୍ଯ୍ୟ ) ଓ କୁମାର ସମ୍ପ୍ରଦାୟ ( ନିମ୍ବାର୍କଚାର୍ଯ୍ୟ ) । ନିମ୍ବାର୍କ ଏକାଦଶ ଏବଂ ଦ୍ୱାଦଶ ଶତାବ୍ଦୀରେ ବାସ କରିଥିବାର ବିଶ୍ବାସ କରାଯାଏ, ସେ ଶଙ୍କରାଚାର୍ଯ୍ୟଙ୍କ ଅପେକ୍ଷା କିଛି ସମୟ ପୂର୍ବ ବଞ୍ଚିରହିଥିଲେ ।

ଶ୍ରୀନିମ୍ବାକଚାର୍ଯ୍ୟ

ଦ୍ବେତ-ଅଦ୍ବୈତବାଦ(ନିମ୍ବାର୍କ ସମ୍ପ୍ରଦାୟ)  କୁହେ ଇଶ୍ବର, ଭଗବାନ କିମ୍ବା ସର୍ବୋଚ୍ଚ ସୃଷ୍ଟିକର୍ତ୍ତା ଠାରୁ ମଣିଷ ଉଭୟ ଭିନ୍ନ ଏବଂ ଭିନ୍ନ ନୁହଁନ୍ତି।  ନିର୍ଦ୍ଦିଷ୍ଟ ଭାବରେ, ଏହି ସମ୍ପ୍ରଦାୟ କୃଷ୍ଣ ଧର୍ମର ଏକ ଅଂଶ – କୃଷ୍ଣ-କେନ୍ଦ୍ରିକ ପରମ୍ପରା ରୁପେ ସିକୃତ ।  ନିମ୍ବାର୍କ  ସମ୍ପ୍ରଦାୟ ମଧ୍ଯ କୁମାର ସମ୍ପ୍ରଦାୟ, ହଂସ ସମ୍ପ୍ରଦାୟ ଓ ସଙ୍କାଦି ସମ୍ପ୍ରଦାୟ ରୁପେ ପରିଚିତ ହୋଇଥାନ୍ତି । ନିମ୍ବାର୍କ ସମ୍ପ୍ରଦାୟର ପ୍ରଥମ ଗୁରୁ ହେଉଛନ୍ତି ଶ୍ରୀ ହଂସ ଭଗବାନ, ଯେ ମହାବିଷ୍ଣୁଙ୍କ ୨୨ତମ ଅବତାର ( ପଞ୍ଚରାତ୍ର ସଂହିତାରେ ମହାବିଷ୍ଣୁଙ୍କ ୪୬ ଅବତାର ରୁପେ ଆବିର୍ଭୁତ ହୋଇଥିଲେ ) ରୁପେ ଜଣାଯାଏ । ସୃଷ୍ଟି ଆରମ୍ଭରେ, ସତ୍ୟ ଯୁଗରେ ଭଗବାନ ବିଷ୍ଣୁ ନିଜେ ଏକ ଚତୁର୍ଭୁଜ ହଂସ ରୂପରେଖ ଗ୍ରହଣ କଲେ, ଶଙ୍ଖ , ଚକ୍ର, ଗଦା ଏବଂ ପଦ୍ମ ଯୋଗ ହୋଇ ହନ୍ସବଟ ନାମରେ ବ୍ରହ୍ମାଙ୍କ ପୁତ୍ର ସନକାଦି ( ବ୍ରହ୍ମା ଚାରି ମାନସ ପୁତ୍ର ସନକ, ସନାନ୍ଦନ, ସନାତନ ଓ ସନତ ) ନିକଟକୁ ଓହ୍ଲାଇଥିଲେ ଏବଂ ସେମାନଙ୍କର ଜିଜ୍ଞାସା ଦୁର କରିଥିଲେ ।

ନିମ୍ବର୍କା ମତରେ ସର୍ବୋଚ୍ଚ ଉପାସନା ହେଉଛି କୃଷ୍ଣ ଏବଂ ତାଙ୍କ ସହଯୋଗୀ ରାଧା, ଯେଉଁଠି ହଜାର ହଜାର ଗୋପୀ ଓ ଗୋବର୍ଦ୍ଧନ ଉପସ୍ଥିତ ଥିଲେ।  ନିମ୍ବାର୍କାଙ୍କ ଅନୁଯାୟୀ ଭକ୍ତି, ପ୍ରାପ୍ତି କିମ୍ବା ଆତ୍ମସମର୍ପଣରେ ଗଠିତ |

Leave a Reply

error: Content is protected !!