ଭକ୍ତ କ୍ରନ୍ଦନରେ ଶ୍ରୀଜଗନ୍ନାଥ ହୋଇ ଉଠନ୍ତି କଲ୍ପତରୁ, କେବେ ବିଦୁର ଘରେ ଶାଗ ପଖାଳ ଖାନ୍ତି କେବେ ଦ୍ରୋପଦିକୁ କୋଟି ବସ୍ତ୍ର ପ୍ରଦାନ କରନ୍ତି । ଭକ୍ତ ସେବକ ବଳଭଦ୍ର ପୁଷ୍ପାଳକଙ୍କ କଥା ରଖିବା ପାଇଁ ମହାପ୍ରଭୁ ଶିରରେ ଚୁଳବି ଅଣିଦେଇଥିଲେ ।
ଏକଦା ଗଜପତି ପ୍ରତାପରୁଦ୍ରଦେବ ଶ୍ରୀଜଗନ୍ନାଥଙ୍କ ଅବକାଶ ସମୟର, ଦର୍ଶନ ପାଇଁ ଉପସ୍ତିତ ହେଲେ । ବଳଭଦ୍ର ନାମକ ପୁଷ୍ପାଳକ, ମହାପ୍ରଭୁ ଶ୍ରିଅଙ୍ଗରେ ଫୁଲ ତୁଳସି ନପାଇ, ନିଜ ଚୁଳରେ ଲାଗିଥିବା ପ୍ରସାଦି ଫୁଲ ତୁଳସିକୁ ଗଜପତିଙ୍କ ହସ୍ତକୁ ବଢାଇଦେଲା । ମହାରାଜ ପ୍ରସାଦି ଫୁଲ ତୁଳସି ସହ ଏକ କେଶ ଥିବାର ଦେଖିଲେ । ଗଜପତିଙ୍କ ପ୍ରଶ୍ନରେ ବ୍ୟତିବ୍ୟସ୍ତ ପୁଷ୍ପାଳକ ଉତ୍ତରରେ ମହାପ୍ରଭୁ ଶିରରେ ଚୁଳ ଅଛି ବୋଲି କହିପକାଇଥିଲା । ମିଥ୍ୟା ପ୍ରମାଣିତ ହେଲେ ପୁଷ୍ପାଳକଙ୍କୁ କଠୋର ଦଣ୍ଡାଦେଶ ହେବ, ସେବକ ବଳଭଦ୍ର ଏହାଜାଣି ତାର ନିଦ ହଜିଗଲା, ଆକୁଳତା ବଢିଗଲା ଧାର ଧାର ହୋଇ ଲୁହ ଝରିଲା । ଭକ୍ତଙ୍କ ବ୍ୟାକୁଳତା ମହାପ୍ରଭୁଙ୍କୁ ଅସ୍ତିର କଲା ।
ସ୍ବପ୍ନରେ ସେବକ ବଳଭଦ୍ରକୁ ଦର୍ଶନ ଦେଇ କହିଲେ –
ଅଜ୍ଞା ଦେଲେ ହେ ଭାବୁଛ କାହିଁକି । ଆମ୍ଭ ତ୍ରିମୁଣ୍ଡିରେ ବାଳ ନାହିଁକି ।
ଚୁଳ ଯଶୋଦା ବାନ୍ଧୁଥିଲେ କାହିଁ । ଯେବେ ଆମ୍ଭ ତ୍ରିମୁଣ୍ଡିରେ ବାଳ ନାହିଁ ।।
କଉଶଲ୍ଯା କେଉଁ ବାଳ ବାନ୍ଧିଲେ । କେଉଁ ରୁପେ ଗଭାମାନ ଖଞିଲେ ।
ତୁମ୍ଭେ ଜାଣୁ ଜାଣୁ ବଣା ହେଉଛ । ଏହା ବିଚାରି ଧରର୍ଯ୍ୟ ନୋହୁଛ ।
ରାଜା ବାଳକୁ କରିଛି କଟାଳ । କାଲି ସକାଳୁ ଦେଖାଇବ ବାଳ ।
ସେବକ ପୁଷ୍ପାଳକ ବଳଭଦ୍ର ଶ୍ରିଜଗନ୍ନାଥଙ୍କ ଅଭୟ ପାଇ ଅଶ୍ବସ୍ତି ଲାଭ କଲେ । ପରଦିନ ଗଜପତି ମହାରାଜଙ୍କ ଆଜ୍ଞରେ ଅବକାଶ ସମୟରେ ମହାପ୍ରଭୁଙ୍କ ବେଶ ଉଲାଗି କରାଗଲା, ଶ୍ରୀମସ୍ତକରୁ କେଶ ଆଗକୁ ଢାଙ୍କିପଡିଲା । ରାଜାଙ୍କ ବିଶ୍ବାସ ନହେବାରୁ, ପୁଷ୍ପାଳକ କ୍ରୋଧରେ ଶ୍ରୀମସ୍ତକର କେଶ ଝିଙ୍କି ଦେଲା, ରକ୍ତ ଧାର ଧାର ହୋଇ ବହିଆସି ଶ୍ରିମୁଖକୁ ସିକ୍ତ କଲା । ଗଜପତିଙ୍କ ଜ୍ଞାନ ହଜିଗଲା, ଅପରାଧି ମନେକାରି ବିଳାପ କାରିବାକୁ ଲାଗିଲେ । ପୁଷ୍ପାଳକଙ୍କ ପାର୍ଥନାରେ ରକ୍ତ କ୍ଷରଣ ବନ୍ଦ ହେଲା ।
ଶ୍ରିନହରରେ ମହାରାଜ ଦୁ୍ଃଖ ଓ ସନ୍ତପାରେ ରହିଲା ପରେ ତୃତୀୟ ଦିନ ରାତିରେ ମହାପ୍ରଭୁ ରାଜାଗ୍କୁ ସ୍ବପ୍ନରେ ଅଜ୍ଞାଦେଲେ –
ଏଯେ ଅପ୍ରାଧ କ୍ଷମା ହେଲା । ତୋର ବାଳ ଅପ୍ରାଧେ ବାଳଭୋଗ କର । ଆଜିଠାରୁ ମହାକାର୍ତ୍ତିକ ମାସରେ ସକାଳ ଧୁପ ପରେ ଆଉ ଏକ “ବାଳଧୁପ” ଖଞା ହେବ । ବାଳଭୋଗରେ ନଡିଆ, ଲିଆ, କୋରା ପ୍ରଭୁତି ଭୋଗ ହେବ । ପରମ୍ପରାକ୍ରମେ ବାଳଧୁପ ନିର୍ଦ୍ଧଷ୍ଟ ମଠ ମଧ୍ୟ ବାଳଧୁପ ନିମନ୍ତେ ଭୋଗସାମଗ୍ରି ଶ୍ରୀମନ୍ଦିରକୁ ପଠାଯାଉଛି ।