ଭକ୍ତ ଓ ଭଗବାନଙ୍କ ସମ୍ପର୍କ ଚିରନ୍ତନ ଓ ଶାଶ୍ବତ । ଭକ୍ତର ଭକ୍ତି ରୂପକ ରଜୁରେ ଭଗବାନ ବନ୍ଧା ହୁଅନ୍ତି । ଭକ୍ତଟିଏ ଭଗବାନଙ୍କ ଠାରେ ସଦା ଆନ୍ତରିକ ବିଶ୍ବାସ ରଖୁଥାଏ । ସାଂସାରିକ ଜଞ୍ଜାଳରେ ଥାଇ ମଧ୍ୟ ଶୟନେ, ସପନେ, ଜାଗରଣେ ସେ ଭଗବାନଙ୍କ ଠାରେ ଦୃଢ ଭରସା ରଖୁ ଜୀବନ ନିର୍ବାହ କରେ । ସୁଖ-ଦୁଃଖ, ଭଲ-ମନ୍ଦ, ସୁବିଧା ଅସୁବିଧା, ସମ୍ପଦ ବିପଦ ସବୁଥିରେ କେବଳ ଭଗବାନଙ୍କ ଉପରେ ଭରସା ରଖୁଥାଏ । ଭଗବାନଙ୍କ ବ୍ୟତୀତ ଅନ୍ୟ କାହାରି ଉପରେ ତା’ର ଆଦୌ ବିଶ୍ବାସ ଓ ଭରସା ନଥାଏ । ସେ ସବୁବେଳେ ଭାବୁଥାଏ ଯେ, ଭଗବାନ ହିଁ ତା’ର ସବୁକିଛି । ଏପରି ଭକ୍ତଙ୍କୁ ଭଗବାନ ତାଙ୍କ କରୁଣା ରସ ପାନ କରାନ୍ତି, ତାକୁ ସହାୟତା କରନ୍ତି, ତା’ର ଦୁଃଖ ମୋଚନ କରନ୍ତି । ଏମିତି ଏକ ଭକ୍ତର କାହାଣୀ ଦାର୍ଜୀତା ଭକ୍ତି ପୁସ୍ତକରେ ବର୍ଣ୍ଣିତ ହୋଇଥିବା ଦେଖିବକୁ ମିଳେ ।
ବହୁ ପୁରା କାଳର କଥା । ପୁଣ୍ୟପୀଠ ପୁରୁଷୋତ୍ତମ କ୍ଷେତ୍ରରେ ଜଣେ ଧର୍ମପ୍ରାଣ ଗରୀବ ବ୍ରାହ୍ମଣ ତାଙ୍କର ଦୁଇ ଝିଅ ଓ ଗୋଟିଏ ପୁଅ ତଥା ପତ୍ନୀ ସହିତ ବାସ କରୁଥିଲେ । ସେ ପ୍ରତିଦିନ କେବଳ ଭିକ୍ଷା ବୃତ୍ତି କରି ପରିବାର ପ୍ରତି ପୋଷଣ କରୁଥିଲେ । ଭିକ୍ଷାବୃତ୍ତି ବ୍ୟତୀତ ପରିବାରର ଜୀବନ ନିର୍ବାହ କରିବାକୁ ତାଙ୍କର ଅନ୍ୟ କୌଣସି ପନ୍ଥା ନଥିଲା । ବ୍ରାହ୍ମଣ ପ୍ରତିଦିନ ପ୍ରଭାତରୁ ଉଠି ସ୍ନାନ, ଶୌଚ ପରେ ଅଠର ଅଧାୟ ଗୀତା ପାଠ କରି ସାରିବା ପରେ ଗ୍ରାମ ମାନଙ୍କରେ ବୁଲି ବୁଲି ଭିକ୍ଷା ସଂଗ୍ରହ କରୁଥିଲେ । ଭିକ୍ଷାରୁ ଯେଉଁ ଦିନ ଯାହା ମିଳେ ସେଥିରେ ତାଙ୍କର ପରିବାର ଜୀବନ ନିର୍ବାହ କରୁଥାନ୍ତି । । ପ୍ରତ୍ୟହ ଗୀତାପାଠ କରୁଥିବାରୁ ଲୋକମାନେ ତାଙ୍କୁ ଗୀତାପଣ୍ଡା ବୋଲି କହୁଥିଲେ । ଗୀତା ପଣ୍ଡା ଗୀତା ପାଠ କରି କରି ଅଶେଷ ଜ୍ଞାନର ଅଧୁକାରୀ ହୋଇ ପାରି ଥିଲେ । ତାଙ୍କୁ ଅନ୍ୟ କୌଣସି କଥା ଜଣା ନଥିଲା,ତାଙ୍କର ଦୃଢଜ୍ଞାନ ହୋଇ ଯାଇଥିଲା ଯେ, ଏହି ସଂସାର ହେଉଛି ମିଥ୍ୟା । ପୁତ୍ର, କନ୍ୟା, ଦାରା, ପରିବାର ଏସବୁ ହେଉଛି ମାୟା ବିଧାନ । ବାସ୍ତବରେ କେହି କାହାର ନୁହନ୍ତି । ଏହି କଥା ଦୃଢ଼ ରୂପେ ହୃଦୟଙ୍ଗମ କରି ସେ ସର୍ବଦା ହରି ଭଜନ କରିବାରେ ଲାଗିଲେ । ଏହିଭଳି କେତେ କାଳ ଯିବା ପରେ ଥରେ ରାଜ୍ୟରେ ଦୁର୍ଭିକ୍ଷ ପଡିଲା । ରାଜ୍ୟର ଲୋକମାନେ ଦୁର୍ଭିକ୍ଷ ଜନିତ କରାଳ କାଳରେ ପ୍ରପୀଡିତ ହେଲେ । ଗୀତାପଣ୍ଡା ଦୁଇ ଚାରିଟା ଗ୍ରାମ ବୁଲିଲେ ମଧ୍ୟ ତାଙ୍କୁ ଭିକ୍ଷା ଆଦୌ ମିଳିଲା ନାହିଁ । ତେବେ ବି ତାଙ୍କ ମନରେ ସାମାନ୍ୟ ମାତ୍ର ଦୁଃଖ ହେଉ ନଥାଏ । ସେ କିନ୍ତୁ ଗୀତା ପାଠ କରି ତନ୍ମୟ ହୋଇ ଯାଉଥିଲେ । ଗୋଟିଏ ଗୋଟିଏ ଶ୍ଳୋକ ପାଠ କରି ସେହି ଶ୍ଳୋକର ଶବ୍ଦୀର୍ଥ ଓ ଭାବାର୍ଥ ମନେ ମନେ ଗୁଣି ହୋଇ ଏପରି ଭାବବିହ୍ବଳ ହୋଇ ଯାଉଥଲେ ଯେ, ତାଙ୍କ ଶରୀରରେ ଭକ୍ତିଭାବ ଲକ୍ଷଣ ଯଥା – ସ୍ଵରର ଭଙ୍ଗ, ରୋମାଞ୍ଚ, ଶରୀର କମ୍ପନ, ଆମୁହରା ଇତ୍ୟାଦି ସାତ୍ତି କ ଲକ୍ଷଣମାନ ଦୃଶ୍ୟ ହେଉଥିଲା । ଏପରି ଆତ୍ମହରା ଅବସ୍ଥାରେ ଭାବୁ ଥାନ୍ତି – “ ହେ ମହାପ୍ରଭୁ । ମୁଁ ପାତକୀଜନ, ଆପଣଙ୍କ ଶରିଣ କେବଳ ଭିକ୍ଷା ମାଗୁଛି, ଆପଣ ଯଦି ଏ ପାପୀ ପ୍ରତି କୃପା ପ୍ରଦାନ ନକରନ୍ତି, ତେବେ ଏହି ଜୀବର ଜୀବନ ନିଶ୍ଚୟ ଚାଲିଯିବ । ଗୀତାପଣ୍ଡା ଏଭଳି ଭାବନା କରୁଥିବା ବେଳେ ତାଙ୍କର ପୁତ୍ର, କନ୍ୟା ମାନେ ଅନ୍ନ ବିକଳରେ ମାତାଙ୍କୁ କରୁଣ କଣ୍ଠରେ କହିଥିଲେ – ମା’ ! ଆମକୁ ଖାଇବାକୁ ଦିଅ, ନହେଲେ ଆମର ପ୍ରାଣ । ଚାଲିଯିବ ।” ପୁତ୍ର, କନ୍ୟାଙ୍କର ଏପରି ଅବସ୍ଥା ଦେଖୁ ମାତୃ ହୃଦୟ ତରଳି ଗଲା ।
ସେ ପଣ୍ଡାଙ୍କୁ କହିଲେ – “ତୁମେ ଗୀତା ଧରି ଘରେ ବସି ରହିଲେ ପୁଅ, ଝିଅଙ୍କ ଭୋକ ଉଭେଇ ଯିବ କି ? ଶୀଘ୍ର ଯାଇ । କିଛି ଖାଦ୍ୟ ସାମଗ୍ରୀ ସଂଗ୍ରହ କର, ନଚେତ୍ ପିଲାମାନେ ଭୋକରେ ମରିଯିବେ । ମୁଁ ମଧ୍ୟ ତାଙ୍କ ସହିତ । ମରିଯିବି ।” ଭଗବାନ ହେଉଛନ୍ତି ସମସ୍ତଙ୍କର ତ୍ରାଣକର୍ତ୍ତା । ସେ ଅବଶ୍ୟ ଯଥା ସମୟରେ ଆମକୁ ଭୋଜନ ଦେବେ ବୋଲି ପଣ୍ଡା । ସ୍ତ୍ରୀଙ୍କୁ କହିବାରୁ ତାଙ୍କର ପତ୍ନୀ କ୍ଷୁଧା ଓ କ୍ରୋଧରେ ରାଗି କହିଲେ – “ତୁମେ ଘରେ ବସି ହରି ଭଜନ କରୁଥିଲେ ଧନ, ରତ୍ନ ଓ ଖାଦ୍ୟପଦାର୍ଥ କ’ଣ ମିନକୁ ମନ ଆସି ଆମ ଘରେ ପହଞ୍ଚି ଯିବ ।” ସ୍ତ୍ରୀଙ୍କର ଏପରି କ୍ରୋଧ ଦେଖୁ ପଣ୍ଡା ପୁଣି କହିଲେ – ଏପରି ଆତ୍ତୁର ହୁଅ ନାହିଁ । ମୁଁ ଯାହା କହୁଛି ମନ । ଦେଇ ଶୁଣ । ଭଗବାନ ହେଉଛନ୍ତି ସମସ୍ତ ଜୀବଙ୍କର ଜୀବନ । ଏହି ଗୀତାରେ ଭଗବାନ ତାଙ୍କ ନିଜ ତୁଣ୍ଡରେ କହିଛନ୍ତି – ସକଳ କର୍ମ ପରିତ୍ୟାଗ କରି ଯିଏ ମୋର ଅନନ୍ୟ ଶରଣାଗତି ସ୍ବୀକାର କରେ, ତା’ର ଜୀବନ ନିର୍ବାହ ମୋ ଉପରେ ରହିଥାଏ । ମୁଁ ତା’ର ଶରଣ ରକ୍ଷା କରେ । ଭଗବାନଙ୍କ ଏହି କଥାକୁ ତୁମେ ଭୁଲ ମନେ କରିବା ଅନୁଚିତ୍ ।
ପଣ୍ଡାଙ୍କ ସ୍ତ୍ରୀ ଏକଥା ଶୁଣି ଆହୁରି ପ୍ରଜ୍ଜଳିତ ହେଲେ । ସେ ରାଗରେ କହିଲେ – ଆହେ ! ତୁମେ କେଉଁ ଯୁଗ କଥା କହୁଛି ? କଳିଯୁଗରେ ତୁମେ ଘରେ ବସିଥିବା ଆଉ ଜଗନ୍ନାଥ ତୁମ ପାଇଁ ଖାଦ୍ୟ ଧରି ଘରେ ପହଞ୍ଚାଇ ଦେବେ, ତୁମକୁ ଯାହା ଲାଳ ନାହିଁ । ଆମ ସମସ୍ତଙ୍କର ମୃତ୍ୟୁ ଯେ ଆସନ୍ତି, ଏଥିରେ ସନ୍ଦେହ ନାହିଁ ।” ଏହା କହି ସେ । ରାଗରେ ଲେଖନୀ ଧରି ଗୀତା ଶ୍ଳୋକ ଥିବା ତାଳପତ୍ର ପୃଷ୍ଠାରେ ତିନୋଟି ସ୍ଥାନରେ ଆଣ୍ଟରେ ଗାର ଟାଣି ଦେବାରୁ ତାଳପତ୍ରରେ ଗୀତା ଲେଖାଥିବା ପୃଷ୍ଠାଟି ତିନି ଗାର ହୋଇ ଚିରିଗଲା । ସ୍ତ୍ରୀଙ୍କର ଏପରି ରାଗ ଦେଖୁ ପଣ୍ଡା ସ୍ତମ୍ଭୀଭୂତ ହୋଇଗଲେ । ତାଙ୍କର ଚେତା ବୁଡିଗଲା । ସେ ତାଙ୍କ ସ୍ତ୍ରୀଙ୍କୁ କହିଲେ – “ତୁ କଅଣ କଲୁ ଲୋ ? ପ୍ରଭୁଙ୍କ ପାଖେ ଅପରାଧୀ ହୋଇଗଲୁ ।” ଏପରି କହି ପଣ୍ଡା ବସିଥିବା ସ୍ଥାନରୁ ଉଠି ଯାଇ ଗମ୍ଭୀରା ଭିତରେ ପଶି କବାଟ କିଳି ଶୋଇଗଲେ । ତାଙ୍କ ଆଖି ରୁ ଅନବରତ ଲୁହ ଗଡି ବାକୁ ଲାଗିଥିଲା ।
ଭକ୍ତର ଏକନିଷ୍ଠ ଭକ୍ତି ଭାବ, ପଣ୍ଡାଙ୍କ ସ୍ତ୍ରୀ ଓ ପିଲାମାନଙ୍କର ଦୟନୀୟ ଅବସ୍ଥା ଅନ୍ତର୍ଯ୍ୟାମୀ ଭଗବାନଙ୍କୁ ଅଛପା ନଥିଲା । ପ୍ରଭୁ । ଭକ୍ତର କଷ୍ଟ କୁ ଆଦୌ ସହ୍ୟ କରିପାରନ୍ତି ନାହିଁ । ସେ ଆଉ କାଳବିଳମ୍ବ ନକରି ତତ୍କ୍ଷଣାତ୍ ଏକ ଗୋପାଳ ବାଳକ ରୂପରେ ଭକ୍ତର ସେବା କରିବା ନିମନ୍ତେ ବାହାରି ପଡ଼ିଲେ । ସେ କାନ୍ଧରେ ନାନା ଦ୍ରବ୍ୟ ପୂରିତ ଏକ ଯୋଡା ଭାର ବହନ କରି ବାହାରି ପଡିଲେ । ସେହି ଭାର ବୋଝରେ ସରୁ ଚାଉଳ, ମୁଗ, ଘିଅ, ନବାତ, କ୍ଷୀର, ଦହି, ହଳଦୀ ଆଦି ସମସ୍ତ ପଦାର୍ଥ ଭରି ରହିଥିଲା । ପ୍ରଭୁ ଚିନ୍ତା କଲା ମାତ୍ରକେ ଗୀତା ପଣ୍ଡାଙ୍କ ଘର ସମ୍ମୁଖରେ ପହଞ୍ଚି ଗଲେ । ଦାଣ୍ଡ ଦୁଆର ମୁହଁ ପାଖରେ ଠିଆ ହୋଇ ଡାକିଲେ – ଘରେ କିଏ ଅଛି, ଶୀଘ୍ର ଆସ । ତୁମ ଘର ଲୋକଙ୍କ ପାଇଁ ଭୋଜନ ସାମଗ୍ରୀ ଆଣି ମୁଁ ଠିଆ ହୋଇଛି । ଗୁମ୍ଭୀରା ଘରେ ଗୀତା ପଣ୍ଡା ଶୋଇ ଥାନ୍ତି । ତାଙ୍କୁ କିଛି ଶୁଣା ଗଲା ନାହିଁ । ପଣ୍ଡାଙ୍କ ସ୍ତ୍ରୀ ଦାଣ୍ଡ ଘରେ ଥିଲେ । ସେ ଡାକ ଶୁଣି ଦାଣ୍ଡ କାବଟ ଖୋଲି ଦେଖନ୍ତି ତ ଜଣେ ଅଳ୍ପ ବୟସର ଭାରୁଆ କାନ୍ଧରେ ଭାର ଧରି ମୁରୁକି ମୁରୁକି ହସୁଥାନ୍ତି । ଭାରୁଆ ଭାରକୁ ଭୂଇଁରେ ରଖ୍ କହିଲେ – ପଣ୍ଡାଙ୍କର ସଖା ମୋ ହାତରେ ଏହି ଭାର ତୁମ ଘରକୁ ପଠାଇଛନ୍ତି । ତାଙ୍କ ସଖା ଜଣେ ଧନୀ ବ୍ୟକ୍ତି । ତାଙ୍କର ମୋ ଉପରେ ଭାରି ବିଶ୍ବାସ ଅଛି ବୋଲି ସେ ମୋତେ ସବୁଆଡେ ପଠାନ୍ତି । ଜିନିଷ ସବୁକୁ ବଢାଇ ଦେଉଛି । ଘରେ ସବୁ ରଖି ଦିଅ । ପଣ୍ଡା ଆସିଲେ ତାଙ୍କୁ ସବୁକଥା କହିବ ।
ମାୟାଧରଙ୍କ ମାୟା ପଣ୍ଡାଙ୍କ ସ୍ତ୍ରୀ ଅବା ବୁଝିବେ କେମିତି ? ଜିନିଷ ପତ୍ର ଗୁଡିକ ଗୋଟି ଗୋଟି ବୋହି ନେଇ ଘରେ ରଖୁବାରେ ଘରଟି ଦ୍ରବ୍ୟରେ ପରିପୂର୍ଣ୍ଣ ହୋଇଗଲା । ସେ ବହୁତ ଖୁସି ହୋଇ ଭାରୁଆକୁ ପଚାରିଲେ – ବାବୁ, ତୋ ଜାତି କଣ ? ଭାରୁଆ ଏହା ଶୁଣି କହିଲେ – ଆମେ ଗୋପାଳ । ମୁଁ ବ୍ରଜରାଜଙ୍କ ସାନ ପୁଅ । ସବୁବେଳେ ମୁଁ ଏଣେ ତେଣେ ବୁଲୁଥାଏ । ଯାହା ପାଖରେ ବିଶ୍ବାସ ଭାବ ଦେଖେ ତା’ର ଭାରୁଆ କାମ କରେ । ମୁଁ କାହା ଠାରୁ କିଛି ନିଏ ନାହିଁ । ମୋ ଉପରେ ଯିଏ ଭରସା ରଖେ, ମୁଁ ତା’ ପାଖକୁ ଯାଇ ତାକୁ ସାହାଯ୍ୟ କରେ । ମୁଁ ଏବେ ଯାହା ର ଆଣିଛି ସେସବୁକୁ ଜାଗ୍ରତରେ ରଖ ଓ ମୋତେ ମେଲାଣି ଦିଅ ।
ଏପରି କଥା ଶୁଣି ପଣ୍ଡାଙ୍କର ସ୍ତ୍ରୀ କହିଲେ – କି କଥା କହୁଛୁ ପୁଅ ? ଏତେ । ଦୂରରୁ ଏତେ ଓଜନିଆ ଭାରି ବୋହି ଆଣିଛୁ । ଉପବାସରେ କିଛି ନଖାଇ ନପିଇ କେମିତି ଯିବୁ ? ପିଣ୍ଡାରେ ଟିକିଏ ବସ । ଅଳ୍ପ ସମୟ ଭିତରେ ତୋ ପାଇଁ ମୁଁ ଭୋଜନ ପ୍ରସ୍ତୁତ କରି ଦେବି । ଗଣ୍ଡ ଖାଇ ମନସୁଖରେ ଯିବୁ । । ଭାରୁଆ ଗୋପାଳ କହିଲା – ମା’, ତୁମେ ମୋର ଜଞ୍ଜାଳ କଥା ଜାଣି ନାହିଁ । କିନ୍ତୁ ଗୀତା ପଣ୍ଡା ସବୁ ଜାଣନ୍ତି । ସଂସାର ଯାକର ଚିନ୍ତା ମୋ ଉପରେ । ସେକଥା ତୁମେ ବୁଝିପାରିବ ନାହିଁ । ସତ କହିବାକୁ ଗଲେ ତୁମ ଘରେ ମୋର ଭୋଜନ କରିବାର ଇଚ୍ଛା ଥିଲା । ହେଲେ ମୋର ଜିଭ ଖଣ୍ଡିଆ ହୋଇଯାଇଛି । ଦେଖୁନ, ଖାଲି ରକ୍ତ ବାହାରୁଛି । ମୁଁ କିଛି ଖାଇ ପାରୁନାହିଁ । ହଉ, ବିଳମ୍ବ ହେଉଛି । ପଣ୍ଡା ଆସିଲେ କହିଦେବ କହି ସେ ତତ୍କ୍ଷଣାତ୍
ସେଠାରୁ ଚାଲିଗଲେ । । ପଣ୍ଡାଙ୍କ ସ୍ତ୍ରୀ ମନଖୁସିରେ ରୋଷେଇ ବାସ ସାରି ସ୍ବାମୀଙ୍କୁ ଗମ୍ଭୀରା ଭିତରୁ ଭୋଜନ କରିବାକୁ ଡାକି ବାରୁ ସେ ଆଶ୍ଚର୍ଯ୍ୟ ହେଲେ । ଭୋଜନ ପୁଣି କିପରି ଆସିଲା ? ଏପରି ଭାବି ଭାବି ଗମ୍ଭୀରା ଭିତରୁ ବାହାରି ଆସି ଦେଖନ୍ତି ତ ତାଙ୍କ ଘର ନାନା ପ୍ରକାରର ଖାଦ୍ୟପଦାର୍ଥରେ ପରି ପୂର୍ଣ୍ଣ ହୋଇଯାଇଛି । ସେ ଚକିତ ହୋଇ ଚାହିଁ ଥାଆନ୍ତି । ସ୍ତ୍ରୀ କହିଲେ – ଆହେ ! ତୁମେ ଏମିତି ଚାହିଁଛି କ’ଣ ? ତୁମର ସଖା ପରା ଏ ସାମଗ୍ରୀ ପଠାଇଛନ୍ତି । ଜଣେ କଳା ମୁଚୁମୁଟୁ କିଶୋର ବୟସର । ଗୋପାଳ ଭାରୁଆ ଏସବୁ ଆଣି ଦେଇଛି । ତାକୁ ଭୋଜନ କରିବାକୁ ନେହୁରା ହେଲି । । ସେ ମୋତେ ତା’ ଜିଭ ଦେଖେଇ ଦେଲା । । ତା’ର ଜିଭ ତିନି ଜାଗାରେ ଖଣ୍ଡିଆ ହୋଇ ରକ୍ତ ଜର ଜର ହୋଇଥିଲା । ତେଣୁ ସେ କିଛି ଖାଇ ପାରିବ ନାହିଁ ବୋଲି କହିଲା । ଆଉ କହିଲା ସଂସୀର ଯାକର ଜଞ୍ଜାଳ ତାକୁ ଲାଗିଛି । ତେଣୁ ସେ ଚାଲିଗଲା । ଗୀତାପଣ୍ଡା ସବୁକଥା ଶୁଣି ଏହା ଯେ ପ୍ରଭୁ ଶ୍ରୀଜଗନ୍ନାଥଙ୍କର ଲୀଳା ଏକଥା ବୁଝି ପାରିଲେ । ଆନନ୍ଦ ଗଦଗଦ ହୋଇ ସେ ସ୍ତ୍ରୀଙ୍କୁ କହିଲେ – ଆଗୋ ତୁମେ ଅତ୍ୟନ୍ତ ସୌଭାଗ୍ୟବତୀ । ତୁମର ଜୀବନ ଧନ୍ୟ ହୋଇଗଲା । ଯାହାଙ୍କୁ କୋଟି କୋଟି ବର୍ଷ ଧରି ମୁନି, ଋଷିମାନେ ଜପ, ତପ କରି ଦର୍ଶନ କରିପାରି ନାହାଁନ୍ତି, ତୁମେ ତାଙ୍କୁ ଚର୍ମଚକ୍ଷୁରେ ଦର୍ଶନ କରିପାରିଲ । ତାଙ୍କ ସହିତ କଥାବାର୍ତ୍ତା ମଧ୍ୟ ହେଲ । ଧନ୍ୟ ତୁମେ, ଏପରି କହି ପଣ୍ଡା କୃତ୍ୟକୃତ୍ୟ ହେଲେ । ତାଙ୍କ ସ୍ତ୍ରୀ ଏ ସବୁ କଥା ବୁଝିପାରିଲେ ନାହିଁ । ତେଣୁ ପଣ୍ଡାଏ ଖୋଲି କରି କହିଲେ – ସେହି ଗୋପାଳ ବେଶ ଧାରୀ ଭାରୁଆ ହେଉଛନ୍ତି ଆଦି ନାରାୟଣ
ଜଗନ୍ନାଥ । ଏହି ଭାଗବତ ଗୀତା ହେଉଛି ସାକ୍ଷାତ ଗୋବିନ୍ଦଙ୍କ ମୁଖ ନିଃସୃତ ଅମୃତ ବାଣୀ । ତୁମେ ଅଜ୍ଞାନତାବଶତଃ ସେଥିରେ ତିନି ଗାର ଟାଣି ଦେଲ । ତେଣୁ ପ୍ରଭୁଙ୍କ ଜିହ୍ନାରେ ତିନି ଧାର କ୍ଷତ ଦେଖିଲ । ଆଉ କାଳବିଳମ୍ବ ନକରି ଶୀଘ୍ର ଚାଲ, ପ୍ରଭୁଙ୍କ ପାଖକୁ ଯାଇ ଦୋଷ ସ୍ୱୀକାର କରି କ୍ଷମା । ଯାଚନା କରିବା ।। । ଏହିପରି ଦୁହେଁ କଥାବାର୍ତ୍ତା ହୋଇ । ଗୃହରେ ଥିବା ଜଗନ୍ନାଥଙ୍କ ବିଗ୍ରହ ପାଖକୁ ଗଲେ । ମହାପ୍ରଭୁଙ୍କ ପାଦ ତଳେ ସାଷ୍ଟାଙ୍ଗ ପ୍ରଣିପାତ କରି ଭକ୍ତି ଗଦଗଦ କଣ୍ଠରେ କହିଲେ – ହେ ପ୍ରଭୁ ! ଆମେ ଅଧମ । ମଣିଷ । ଆମର ଅପରାଧ ହୋଇଛି । ମୋ ପତ୍ନୀ ଆପଣଙ୍କ ଠାରେ ଦ୍ରୋହ କରିଛି । ହେ କରୁଣାବାରି ! ଆମକୁ କ୍ଷମା କରନ୍ତୁ ।