0
Your Cart
0
Your Cart
1,209

ଘୋଡ଼ଲାଗିବେଶ

ବର୍ଷତମାମ୍ ଶ୍ରୀମନ୍ଦିରରେ ବିଭିନ୍ନ ଋତୁ ଅନୁଯାୟୀ ତଥା ତତ୍‌କାଳୀନ ରାଜା ମହାରାଜାମାନଙ୍କ ଦୈନନ୍ଦିନ ଚଳଣୀ ପ୍ରକାରେ ଶ୍ରୀବିଗ୍ରହମାନଙ୍କ ଭିନ୍ନ ଭିନ୍ନ  ନୀତି, ରୀତି, ପରମ୍ପରା, ଯାନିଯାତ୍ରା, ବେଶ ଇତ୍ୟାଦିର ସୃଷ୍ଟି ହୋଇଛି । ସାଧାରଣ ମଣିଷ ଶୀତ ଋତୁରେ ଶୀତ ବସ୍ତ୍ର ପରିଧାନ କଲାଭଳି ସ୍ୱୟଂ ଜଗନ୍ନାଥ ମହାପ୍ରଭୁ ମଧ୍ୟ ଶୀତ ଦିନେ ଶୀତ ବସ୍ତ୍ର ରେ ଭୂଷିତ ହୋଇଥାନ୍ତି । ଶ୍ରୀମନ୍ଦିର ଭାଷାରେ ଏହି ବେଶ ‘ଘୋଡ଼ଲାଗି’ ବେଶ କୁହାଯାଇଥାଏ । ସାଧାରଣତଃ ତିନି ଠାକୁର ଯଥା ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର, ଶ୍ରୀସୁଭଦ୍ରାଙ୍କ ନିମନ୍ତେ ଘୋଡ଼ ବସ୍ତ୍ର ନିର୍ମିତ କରାଯାଇଥାଏ । ଓଢ଼ଣ ଷଷ୍ଠୀ (ପ୍ରାବରଣ ଷଷ୍ଠୀ) ଠାରୁ ମାଘ ଶୁକ୍ଳ ପଞ୍ଚମୀ ଯାଏଁ ଦୈନନ୍ଦିନ । ଅବକାଶ ପରେ ଓ ମଧ୍ୟାହ୍ନ ଧୂପ ପରେ ଠାକୁରମାନେ ଏହି ଘୋଡ଼ ବେଶ ପରିଧାନ କରିଥାନ୍ତି । ‘ଘୋଡ଼ଲାଗି’ ବେଶରେ ଗଡ଼ା (ସୁତା), ଖଣ୍ଡୁଆ ପାଟ, ଭେଲ୍‌ଭେଟ୍‌ର ଘୋଡ଼ ବସ୍ତ୍ର, ଫୁଟା, ମଫଲର, ଟୋପର ଆଦି ବ୍ୟବହୃତ ହୋଇଥାଏ । ଉକ୍ତ ଘୋଡ଼ଲାଗି ବେଶ ମଧ୍ୟରେ ମକର ଚଉରାଶୀ ମକରଚୂଳ ଲାଗି ହୋଇଥାନ୍ତି ।

ପରମ୍ପରା ଅନୁଯାୟୀ ଠାକୁରମାନେ ପ୍ରତ୍ୟେକ ବାରରେ ଭିନ୍ନ ଭିନ୍ନ ରଙ୍ଗର ଘୋଡ଼ ବସ୍ତ୍ର ଲାଗି ହୋଇଥାନ୍ତି । ଯଥାରବିବାର – ଲାଲ ରଙ୍ଗ ସୋମବାର- କଳାଛିଟା ମିଶା ଶୁକୁ ରଙ୍ଗ ମଙ୍ଗଳବାର- ବାର ପଟିଆ (ପାଞ୍ଚରଙ୍ଗ ମିଶା) ବୁଧବାର- ନୀଳରଙ୍ଗ ଗୁରୁବାର- ବସନ୍ତ (ହଳଦିଆ) ରଙ୍ଗ ଶୁକ୍ରବାର- ଶୁକ୍ଟରଙ୍ଗ ଶନିବାର- କଳା ରଙ୍ଗ ସାତ ଦିନରେ ଘୋଡ଼ ରଙ୍ଗକୁ ଜ୍ୟୋତିଷ ଶାସ୍ତ୍ରଜ୍ଞମାନେ ସାତ ଗ୍ରହର ପ୍ରତୀକ ବୋଲି କହିଥାନ୍ତି । ଠାକୁରମାନଙ୍କ ଘୋଡ଼ ଲାଗି ସମୟରେ ପୂଜାପଣ୍ଡାମାନେ ସିଂହାସନ ତଳେ ବସି ପୂଜା କରିଥାନ୍ତି । ଖରା ସମୟରେ ଶୀତ କମ୍ ରହୁଥିବାରୁ ସାଧାରଣତଃ ଦ୍ବିପ୍ରହର ଧୂପ ପୂଜା ସମୟରେ ଠାକୁରମାନେ ଘୋଡ଼ ବସ୍ତ୍ର ପିନ୍ଧନ୍ତି । ନାହିଁ । ଏହି ଧୂପରେ ପୂଜାପଣ୍ଡାମାନେ ସିଂହାସନ ଉପରେ ବସି ପୂଜା କରିଥାନ୍ତି । ଘୋଡ଼ଲାଗି ବେଶରେ ଠାକୁର ମାନେ ଆଠ ମୂର୍ତ୍ତି ସୁନା ଅଳଙ୍କାର ପରିଧାନ କରିଥାନ୍ତି । ତିନି ଠାକୁରଙ୍କ ନିମନ୍ତେ ୧୪ ହାତ ଲମ୍ବ ଓ ୩ ହାତ ଓସାରର ୪ ଖଣ୍ଡ ପାଟ ଆବଶ୍ୟକ ପଡ଼ିଥାଏ । ଉକ୍ତ ଘୋଡ଼ ପାଟରେ ବୁଣାଯାଇଥିବା ଶ୍ଳୋକ ନିମ୍ନରେ ପ୍ରଦତ୍ତ କରାଗଲା ।

‘ମାର୍ଗଶୀର୍ଷ ଶୀତେ ପକ୍ଷେ’
ଯା ଷଷ୍ଠୀ ତିଥସଂଯୁତା
ସାତୁ ପ୍ରାବରଣୀ ନାମ ସର୍ବକାମଫଳପ୍ରଦା
ବିଜୟତୁ ଜଗନ୍ନାଥ
ଦିବ୍ୟବପ୍ରଣାଳୀକୃତ
ପ୍ରଯଚ୍ଛତୁ ସର୍ବକାମାନ୍
ସ୍ଵର୍ଗ ମୋକ୍ଷ୍ୟ ଚ ଦୁଲ୍ଲଭମ୍’ ।

ଶୀତର ପ୍ରକୋପ କମି ଆସିଲେ ସାଧାରଣ ଲୋକେ ଯେପରି କମ୍ବଳ, ସ୍ୱେଟର ବ୍ୟବହାର ନକରି ପତଳା ଋଦର, ଗରମ କନାର ଜାମା ପରିଧାନ କରିଥାନ୍ତି, ଠିକ ସେହିପରି ଠାକୁରମାନେ ବସନ୍ତ ପଞ୍ଚମୀଠାର ଫଗୁ ଦଶମୀ ଯାଏଁ ଜାମା ବା ଠିଆ ଘୋଡ଼ ପରିଧାନ କରିଥାନ୍ତି । ଏହି ଘୋଡ଼ରେ ବିଗ୍ରହମାନଙ୍କ ଶ୍ରୀଅଙ୍ଗ ସମ୍ପୂର୍ଣ ଘୋଡ଼ାଇ ହୁଏ ନାହିଁ । ସୂଚନାଯୋଗ୍ୟ ଯେ ଜାମାଲାଗି ବେଶରେ ଠାକୁରମାନେ ୩୦ ମୃଉଁ ସୁନା ଅଳଙ୍କାର ପରିଧାନ କରିଥାନ୍ତି । ଘୋଡ଼ ବସ୍ତମାନ ସାଧାରଣତଃ ମଖମଲ (Velvate Cloth) ଓ ସୂତା କପଡ଼ାରେ ଶ୍ରୀମନ୍ଦିରର ପାରମ୍ପରିକ ଦରଜୀ ସେବକମାନଙ୍କ ଦ୍ଵାରା ଏକ ସ୍ଵତନ୍ତ୍ର ଶୈଳୀରେ ନିର୍ମିତ ହୋଇଥାଏ ।

ସୌଜନ ଶ୍ରୀଜଗନ୍ନାଥଙ୍କ ବେଶ ବୈଶିଷ୍ଟ

error: Content is protected !!