0
Your Cart
0
Your Cart
2,217

ସୁଦଶା ବ୍ରତର ଶୁଭ ୧୦ ଅଙ୍କ କଣ ପାଈଂ ? – ଆମର ପର୍ବ ପର୍ବାଣୀ

ସୁଦଶା ବ୍ରତର ଶୁଭ ୧୦ ଅଙ୍କ କଣ ପାଈଂ ?

ଉତ୍କଳିୟ ସଂସ୍କୃତିରେ ଓଷା ବ୍ରତ ର ଯଥେଷ୍ଟ ଗୁରୁତ୍ବ ରହିଛି । ଓଡିଶାରେ ପାଳିତ ହେଉଥିବା ବିଭିନ୍ନ ବ୍ରତ ମଧ୍ୟରେ ସୁଦଶା ବ୍ରତ ଅନ୍ୟତମ । ଐଶ୍ଚର୍ଯ୍ୟର ଦେବୀ ମହାଲକ୍ଷ୍ମୀଙ୍କ ଆରଧନାର ପର୍ବ ସୁଦଶା ବ୍ରତ ନିଷ୍ଠା ଓ ଭକ୍ତିମୟ ପରିବେଷ ମଧ୍ୟରେ ରାଜ୍ୟର କୋଣ ଅନୁକୋଣରେ ପାଳିତ ହୋଇଯାଇଛି । ଯେଉଁ ମାସର ଶୁକ୍ଲ ପକ୍ଷ ଦଶମୀ ତିଥିରେ ଗୁରୁବାର ପଡେ ସେହି ଦିନ ସୁଦଶା ବ୍ରତ ପାଳିତ ହୁଏ । ଗୃହିଣୀ ମାନେ ଘରର ସୁଖ ସମୃଦ୍ଧି ପାଇଁ ଏହି ବ୍ରତକୁ ପାଳନ କରିଥାନ୍ତି ।

ମାତା ଲକ୍ଷ୍ମୀଙ୍କୁ ସମର୍ପଣ କରି ଏହି ବ୍ରତକୁ ଧାରଣ କରିଥାନ୍ତି ମହିଳାମାନେ ।ସୁଦଶା ଶବ୍ଦ ଦଶ ସଂଖ୍ୟା ସହ ସଂଯୋଜିତ।ତେଣୁ, ସୁଦଶା ବ୍ରତରେ ଦଶ ପାଖୁଡ଼ା ପଦ୍ମ, ଦଶବର୍ଣ୍ଣ ମୁରୁଜ, ଦଶମୁଖୀ ଦୀପ, ଦଶମୁଠି ଚାଉଳ, ଦଶଗୋଟି କଦଳୀ, ଦଶଗୋଟି ମଣ୍ଡା ସହିତ ଲକ୍ଷ୍ମୀଙ୍କ ଦଶନାମ ଲକ୍ଷ୍ମୀନାରାୟଣୀ, କମଳିନୀ, ଶ୍ରୀ ହରିପ୍ରିୟା, ପଦ୍ମାଳୟା, କମଳା, ଚଞ୍ଚଳା, ବିଘ୍ନସେନୀ, ସିନ୍ଧୁର ଦୁଲ୍ଲଣୀ, ଦୁର୍ଗତି, ବିଷ୍ଣୁ ପାଟରାଣୀ ପୂଜା ହୋଇଥାଆନ୍ତି।ମହିଳାମାନେ ଏହିଦିନ ଦଶଖିଅ ଧଳାସୂତାର ଏକ ବ୍ରତ ପୂଜା କରାଯିବାର ବିଧି ରହିଛି।ସେହି ବ୍ରତକୁ ପରବର୍ତ୍ତୀ ସୁଦଶା ବ୍ରତ ପର୍ଯ୍ୟନ୍ତ ବାହୁରେ ଧାରଣ କରାଯାଏ।ଏହି ପର୍ବ ଓଡ଼ିଶାର ବିଶେଷତ୍ୱ ଏବଂ ଏହାକୁ କେବଳ ଓଡ଼ିଆ ମହିଳା (ହିନ୍ଦୁ) ମାନେ ପାଳନ କରିଥାଆନ୍ତି।ଭାରତର ଅନ୍ୟ ରାଜ୍ୟରେ ଏହା ଦେଖାଯାଏ ନାହିଁ।

ଏହି ବ୍ରତ ବିଦର୍ଭ ଦେଶ ନରପତି ନଳ ଓ ତାଙ୍କ ପାଟରାଣୀ ଦମୟନ୍ତୀଙ୍କ କଥା ବସ୍ତୁକୁ ନେଇ ଗତିଶିଳ ହୋଇଛି । ଦୀକ୍ଷା ବ୍ରାହ୍ମଣୀର ସତ୍ୟକୁ କାଟି ନପାରି ରାଣୀଙ୍କ ବାରଣ ସତ୍ତ୍ବେ ବ୍ରତ ପ୍ରଦାନ କରିଛନ୍ତି ରାଜା ନଳ । ଏହାପରେ ଆରମ୍ଭ ହୋଇଛି ତାଙ୍କର ଦୂର୍ଦଶା । ଏହା ପରେ ନାନା ଘାତ ପ୍ରତିଘାତ ମଦ୍ଧ୍ୟଦେଇ ଗତିକରି ପରିଶେଷରେ ମହାଲକ୍ଷ୍ମୀଙ୍କ ଅପାର କରୁଣାରୁ ତାଙ୍କର ସବୁ ସୁଖ ଫେରି ପାଇଛନ୍ତି ।

ସୁଦଶା ବ୍ରତ ପୂଜିତ ଲକ୍ଷ୍ମୀ ନାରାୟଣ ବ୍ରତର ଦଶଟି ଗଣ୍ଠିର ନାମ :
୧ମ-ଲକ୍ଷ୍ମୀନାରାୟଣୀ
୨ୟ-କମଳିନୀ
୩ୟ-ଶ୍ରୀହରି ହରପ୍ରିୟା
୪ର୍ଥ-ପଦ୍ମାଳୟା
୫ମ-କମଳା
୬ଷ୍ଠ-ଚଞ୍ଚଳା
୭ମ-ବିଘ୍ନେସେନୀ
୮ମ-ସିନ୍ଦୁର ଦୁଲଣୀ
୯ମ-ଦୁର୍ଗତୀ ନାଶିନୀ
୧୦ମ-ବିଷ୍ଣୁ ପାଟରାଣୀ

 

error: Content is protected !!