391

ବୈଷ୍ଣବ ସନ୍ଥ ଶ୍ରୀ ରାୟ ରାମାନନ୍ଦ

ବୈଷ୍ଣବ ସନ୍ଥ ଶ୍ରୀ ରାୟ ରାମାନନ୍ଦ

ଶ୍ରୀ ରାୟ ରାମାନନ୍ଦ, *ଶ୍ରୀଜଗନ୍ନାଥ ବଲ୍ଲଭ ନାଟକର ରଚୟିତା, ସେଇ ନାଟକ କେବେ ଶ୍ରୀମନ୍ଦିରସ୍ଥ ନାଟମଣ୍ଡପରେ ମଞ୍ଚସ୍ଥ ହେଉଥିଲା । ସେହି ସମୟରେ ରାଜା ପ୍ରତାପରୁଦ୍ର ଦେବ ଅତ୍ୟନ୍ତ ଖୁସି ହୋଇ ତାଙ୍କୁ ନିଳ ହାତରେ ଧରିଥିବା ସୁବର୍ଣ ଛଡ଼ି ଟିକୁ ପ୍ରଦାନ କରିବାସହ ରାଜମହେନ୍ଦ୍ରୀର ଶାସକ ଭାବରେ ନିଯୁକ୍ତ କରିଥଲେ । ତାଙ୍କ ଜନ୍ମ ପୁରୀ ସହର ନିକଟବର୍ତି ବ୍ରହ୍ମଗିରି ବ୍ଳକ ଅନ୍ତର୍ଗତ ବେଣ୍ଟପୁର ଗ୍ରାମରେ ହୋଇଥିଲା ।

ତତ୍‌କାଳୀନ ଓଡ଼ିଶାର ଦକ୍ଷିଣ ସୀମା ଗୋଦାବରୀ ନଦୀ ତଟସ୍ଥ ରାଜମହେନ୍ଦ୍ରୀ ସହ ଦାକ୍ଷିଣାତ୍ୟର ସାଂସ୍କୃତିକ ସଂପର୍କ ପ୍ରବଳ ଥୁଲା । ଫଳରେ ରାୟ ରାମାନନ୍ଦ ସେଠାରେ ଅବସ୍ଥାନ ସମୟରେ ରାଜ୍ୟ ଶାସନ ସହ ପ୍ରେମଭକ୍ତି ସାଧନ ମାର୍ଗରେ ଗତି କରି ଜଣେ ଶ୍ରେଷ୍ଟ ସାଧକ ଭାବେ ପରିଚିତ ହୋଇ ଉଠିଥିଲେ |

ଓଡ଼ିଶାର ଦକ୍ଷିଣ ସୀମା ଗୋଦାବରୀ ନଦୀ ସୀମାନ୍ତ ରାଜ ମହେନ୍ଦ୍ରୀ ସହ ଦାକ୍ଷିଣାତ୍ୟର ସାଂସ୍କୃତିକ ସଂପର୍କ ପ୍ରବଳ ଥିଲା । ରାଜ ମହେନ୍ଦ୍ରୀ ଆଜିକାଲି ରାଜମୁନ୍ଦ୍ରୀ ରୂପେ ପରିଚିତ ଏବଂ ଏହା ଆନ୍ଧ୍ରପ୍ରଦେଶ ଅନ୍ତର୍ଗତ କେବେ ଏହା କଳିଙ୍ଗ ସାମ୍ରାଜ୍ୟ ଅନ୍ତର୍ଗତ ଥିଲା । ରାଜ ମହେନ୍ଦ୍ରୀର ପ୍ରସାଶକ ରୂପେ ଶ୍ରୀ ରାୟ ରାମାନନ୍ଦ ଯଦିଓ ଥିଲେ କିନ୍ତୁ ତାଙ୍କ ମନ ଆଧ୍ୟତ୍ମିକତାରେ ବାନ୍ଧି ହୋଇ ରହିଥିଲା । ରାଜ ଶାସନ ସହ ଆଧ୍ୟତ୍ମିକ ମାର୍ଗର ପ୍ରେମଭକ୍ତି ସାଧନ ମାର୍ଗରେ ଗତି କରି ଜଣେ ଶ୍ରେଷ୍ଟା ସାଧକ ଭାବେ ପରିଚିତ ହୋଇ ଉଠିଥିଲେ । ଏହି ସମୟରେ ଶ୍ରୀ ଚୈତନ୍ୟ ମହାପ୍ରଭୁଙ୍କ ସାଙ୍ଗରେ ତାଙ୍କର ଦେଖା ହୋଇଥିଲା, ସେତିକିବେଳେ ଶ୍ରୀ ଚୈତନ୍ୟ ଦକ୍ଷିଣାତ୍ୟ ଅଭିଯାନରେ ଥିଲେ । ଏହି ସମୟରେ ସେହି ଘାଟକୁ ସ୍ନାନ କରିବା ପାଇଁ ଆସିଥିବା ରାମାନନ୍ଦ ଶ୍ରୀଚୈତନ୍ୟଙ୍କ ଜ୍ୟୋତିର୍ମୟ ଗୌରକାନ୍ତ ରୂପକୁ ଦେଖି ଆମନ୍ତ୍ରଣ କରିଥିଲେ । ରାମାନନ୍ଦଙ୍କ ନିମନ୍ତ୍ରଣକୁ ରକ୍ଷାକରି ଶ୍ରୀଚୈତନ୍ୟ ଜଣେ ବୈଦିକ ବ୍ରାହ୍ମଣଙ୍କ ( ସାର୍ବଭୌମ ଭଟ୍ଟାଚାର୍ଯ୍ୟ ) ଘରେ ୧୦ଦିନ ରହିଥିଲେ । ପ୍ରତ୍ୟେକ ଦିନ ନିଶାରାତ୍ରରେ ରାମାନନ୍ଦ ସାଧରଣ ଲୋକ ବେଶରେ ଚୈତନ୍ୟଙ୍କ ସହ ସାକ୍ଷାତ କରନ୍ତି । ସେହି ସାକ୍ଷାତ ସମୟରେ ଚୈତନ୍ୟଙ୍କ ସମସ୍ତ ପ୍ରଶ୍ନର ଉତ୍ତର ଦେଇଚାଲନ୍ତି ରାମାନନ୍ଦ । ସେହି କଥୋପକଥନ ରେ ଥିଲା ଏହାଏହି ସବୁ ବିଷୟ ଦାସ୍ୟଭକ୍ତି, ସଖ୍ୟଭକି, ବାସ୍ସଲ୍ୟ ଭକ୍ତି, କାନ୍ତ ଭାବ, ଭକ୍ତି ଏବଂ ପ୍ରେମ ଭକ୍ତି ସଂପର୍କରେ ତାଙ୍କୁ ଜ୍ଞାନ ପ୍ରଦାନ କରିଥୁଲେ । ଦୁଇ ମହାପୁରୁଷଙ୍କ ମଧ୍ୟରେ ଏହି ୧୦ଦିନର କଥୋପକଥନ ‘ଶ୍ରୀଚୈତନ୍ୟ ଚରିତାମୃତ’ ଗ୍ରନ୍ଥରେ ବର୍ଣ୍ଣିତ । ଏହାପରେ ରାମାନନ୍ଦଙ୍କୁ ନିଜର ଗୁରୁ ବୋଲି ସ୍ଵୀକାର କରି ଶ୍ରୀଚୈତନ୍ୟ କହିଥିଲେ- “ରାମାନନ୍ଦ ହିଁ ମୋର ଗୁରୁ କହେ ସନ୍ୟ୍ୟାସୀ ମହାମେରୁ ।

ବିଦ୍ୟାନଗରୀରୁ ଚୈତନ୍ୟ ମହାପ୍ରଭୁ ଫେରିବାପରେ ଶ୍ରୀକ୍ଷେତ୍ରରେ ବୈଷ୍ଣବ ଧର୍ମର ପ୍ରଚାର ପାଇଁ ଶ୍ରୀ ରାୟ ରାମାନନ୍ଦ ହିଁ ପ୍ରବର୍ତ୍ତାଇଥିଲେ । ଶେଷରେ ରାମାନନ୍ଦ ରାଜକାର୍ଯ୍ୟରୁ ବିରତି ନେଇ ଶ୍ରୀକ୍ଷେତ୍ରକୁ ଫେରିଥିଲେ । ଶ୍ରୀଚୈତନ୍ୟଙ୍କ ଦର୍ଶନ ତଥା ସାନ୍ନିଧ୍ୟ ପ୍ରାପ୍ତିରେ ରାମାନନ୍ଦଙ୍କ ଭୂମିକା ଥିବାରୁ ରାଜା ତାଙ୍କ ପ୍ରତି ସନ୍ତୁଷ୍ଟ ହୋଇ ଶ୍ରୀଜଗନ୍ନାଥଜୀଉଙ୍କ ନାମରେ ନାମିତ ଜଗନ୍ନାଥବଲ୍ଲଭ ମଠକୁ ରାମାନନ୍ଦଙ୍କୁ ଦାନ କରିଥିଲେ । ରାୟ ରାମାନନ୍ଦ ଶ୍ରୀଜଗନ୍ନାଥ ବଲ୍ଲଭ ମଠ ଠାରେ ଅବସ୍ଥାନ କରିବା ପରେ ଜଗନ୍ନାଥ ଦାସ, ବଳରାମ ଦାସ ଆଦି ପଞ୍ଚସଖା ସନ୍ଥ ଏବଂ କହ୍ନେଇ ଖୁଣ୍ଟିଆ, ଶ୍ରୀଚୈତନ୍ୟ, ସାର୍ବଭୌମ ଭଟ୍ଟାଚାର୍ଯ୍ୟ ଇଷ୍ଟ ଗୋଷ୍ଟି ଗଠନ କଲେ ।

ଇଷ୍ଟଗୋଷ୍ଠୀଙ୍କ ସହାୟତାରେ ଜଗନ୍ନାଥ ବଲ୍ଲଭ ମଠରେ ପ୍ରତିଦିନ ଶାସ୍ତ ଆଲୋଚନା କରିବା ସହିତ ଶ୍ରୀମନ୍ଦିରର ଦେବଦାସୀମାନଙ୍କୁ ନୃତ୍ୟଗୀତ ଓ ଅଭିନୟ ଶିକ୍ଷା ଦେଉଥିଲେ । ଇଷ୍ଟ ଗୋଷ୍ଠୀଙ୍କ ପାଖକୁ ରୂପ ଗୋସ୍ଵାମୀ ଜୀବ ଗୋସ୍ଵାମୀ, ସନ୍ଜ କବୀର ପ୍ରଭୁତି ଆସି ଭକ୍ତି ଧର୍ମ ଉପରେ ଆଲୋଚନା କରି ରାୟ ରାମାନନ୍ଦଙ୍କ ପାଣ୍ଡିତ୍ୟକୁ ସ୍ବୀକାର କରୁଥିଲେ । ଶ୍ରୀ ରାୟରାମାନନ୍ଦଙ୍କ ପ୍ରେରଣାରେ ଇଷ୍ଟ ଗୋଷ୍ଠୀର ସଦସ୍ୟମାନେ ୧୫ ୨ ୦ ମସିହାରୁ ଶ୍ରୀଚୈତନ୍ୟଙ୍କ ମୃତ୍ୟୁ ପର୍ଯ୍ୟନ୍ତ ନିରବିଛିନ ଭାବରେ ୧୨ ବର୍ଷ ଧରି ଓଡ଼ିଶୀ ସଂକୀର୍ଗନର ପ୍ରଚାର ସାରା ଓଡ଼ିଶାରେ କରିଥୁଲେ । ଏହି ସଂକୀର୍ତନ ଯାତ୍ରା ଶ୍ରୀଜଗନ୍ନାଥଙ୍କ ଅଣସର ସମୟରୁ ଅଲାରନାଥଙ୍କ ଠାରୁ ଆରମ୍ଭ ହେଉଥଲା । ଏହି ସମୟରେ ଇଷ୍ଟ ଗୋଷ୍ଠୀର ସଦସ୍ୟମାନେ ରାୟ ରାମାନନ୍ଦଙ୍କ ଗୃହ ବେଣ୍ଟପୁର ଠାରେ ଅବସ୍ଥାନ କରିଥିଲେ । ରାୟ ରାମାନନ୍ଦଙ୍କ ବୈଷ୍ଣବୀୟ ବିନୟ ଭାବ ପଞ୍ଚସଖା ତଥା ଶ୍ରୀଟୈତନ୍ୟଙ୍କୁ ମୁଗ୍ଧ କରୁଥିଲା । ଈଷ୍ଟ ଗୋଷ୍ଠୀଙ୍କର ସନ୍ଥ ଭାବରେ ସେ ମୁଖ୍ୟ ଭାବରେ ବସୁଥିଲେ ମଧ୍ଯ କୌଣସି ଠାରେ ନିଜ ନେତୃତ୍ୱ ପ୍ରତିଷ୍ଠା କରୁନଥୁଲେ। ଦୁଃଖର ବିଷୟ ୧୫୩୩ ମସିହାରେ ଶ୍ରୀଚୈତନ୍ୟ ଓ ବଳରାମ ଦାସଙ୍କ ମୃତ୍ୟୁରେ ରାମାନନ୍ଦ ଭାଙ୍ଗି ପଡ଼ି ସେହି ବର୍ଷ ଭାଦ୍ରବ କୃଷ୍ଣ ଅଷ୍ଟମୀରେ ବ୍ରହ୍ମଲୀନ ହୋଇଗଲେ ।

Leave a Reply

error: Content is protected !!