0
Your Cart
0
Your Cart
635

ଶ୍ୱେତଗଙ୍ଗା ତୀର୍ଥ

ଶ୍ୱେତଗଙ୍ଗା ତୀର୍ଥ : ପୁରୀର ବାଲିସାହିରେ ଶ୍ୱେତଗଙ୍ଗା ! : ତୀର୍ଥ ଅବସ୍ଥିତ । କିମ୍ବଦନ୍ତୀରୁ ଜଣାଯାଏ, ସତ୍ୟଯୁଗରେ ଶ୍ଵେତ ନାମକ ଜଣେ ରାଜା ଏହି ସ୍ଥାନରେ ବିରାଟି ଯଜ୍ଞ କରିଥିଲେ । ଯଜ୍ଞାନ୍ତେ ସ୍ବୟଂ ଗଙ୍ଗାଦେବୀ ସେହି ଯଜ୍ଞ କୁଣ୍ଡରେ ଆବିର୍ଭୂତ ହୋଇଥିଲେ । ମହାରାଜା ଶ୍ୱେତଙ୍କ ଦ୍ଵାରା ପରମପାବନୀ ଗଙ୍ଗାଦେବୀ ପ୍ରକଟିତ ହୋଇଥିବାରୁ ଏହାର ନାମ ‘ଶ୍ୱେତଗଙ୍ଗା’ । ମଠକର୍ମାଙ୍ଗୀ ନାମକ ଗ୍ରନ୍ଥରେ ଉଲ୍ଲେଖ ରହିଛି, ନୃପକେଶରୀଙ୍କ ସମୟରେ ବଟ ଓ ସାଗର ମଧ୍ୟବର୍ତ୍ତୀ ସ୍ଥାନରେ ରହୁଥିବା ଗଙ୍ଗାନାମୀ ମାତା ଗଙ୍ଗାସ୍ନାନ ପାଇଁ ମନ ବଳାଇଥିଲେ ମଧ୍ୟ ତାହା କରି ନପାରିବାରୁ
ଦୁଃଖିତା ହୋଇଥିଲେ । ଏକଦା ଚଉରା ନିକଟରେ ଧ୍ୟାନସ୍ଥ ହେବାରୁ ମହାପ୍ରଭୁଙ୍କ କୃପାରୁ ମକରାରୁଢ଼। ଗଙ୍ଗାଦେବୀ ସେଠାରେ ଆବିର୍ଭୂତ ହୋଇଥିଲେ । ଶ୍ଵେତରୁପଧାରିଣୀ ଗଙ୍ଗାଦେବୀ ବି ’ଶ୍ୱେତଗଙ୍ଗା’ ନାମରେ ପ୍ରଖ୍ୟାତ ହେଲେ । ଗଙ୍ଗାଦେବୀ ମାତାଙ୍କୁ କହିଥିଲେ ଯେ ଶ୍ରୀମନ୍ଦିରରେ ପଡୁଥିବା ମହାପ୍ରସାଦକୁ ପାଦରେ କୁଦିବା ଦ୍ଵାରା ଅଶେଷ ପାପ ହୋଇଥାଏ ।

ଏହି ଶ୍ୱେତଗଙ୍ଗା ତୀର୍ଥ ଜଳରେ ପାଦ ଧୌତ କଲେ ସେହି ପାପ କ୍ଷାଳିତ ହୋଇଥାଏ । ଶ୍ୱେତଗଙ୍ଗାରେ ସ୍ନାନ କରି ତଟଦେଶରେ ବିରାଜିତ ଶ୍ଵେତମାଧବ ଓ ମତ୍ସ୍ୟମାଧବଙ୍କୁ ଦର୍ଶନ କଲେ, ବ୍ରହ୍ମହତ୍ୟା, ଗୋହତ୍ୟାଦି ମହାପାପରୁ ମୁକ୍ତି ମିଳିଥାଏ ବୋଲି କପିଳ ସଂହିତାରେ ଉଲ୍ଲେଖ ରହିଛି । ଏଠାରେ ଏକ ମୁକ୍ତିଶିଳା ମଧ୍ୟ ରହିଛି ।

Sweta Madhab
Sweta Madhab
error: Content is protected !!