ପବିତ୍ର ସ୍ନାନ ମଣ୍ଡପ ସିଂହଦ୍ଵା୍ର ଦକ୍ଷିଣକୋଣରେ ଅବସ୍ଥିତ | ବର୍ଗାକୃତି ଏହି ମଣ୍ଡପର ଲମ୍ବ ଓ ଓସାର ୫୫ଫୁଟ | ଏହି ମଣ୍ଡପର ଉଚ୍ଚତା ଶ୍ରୀମନ୍ଦିରର ରତ୍ନ ବେଦୀ ଓ ମୁକ୍ତିମଣ୍ଡପର ଉଚ୍ଚତା ସଙ୍ଗେ ସମାନ | ଏହାର ଦକ୍ଷିଣ ପଟର ଉଚ୍ଚତା ୬ଫୁଟ ୩ଇଞ୍ଚ ଓ ବାମ ପଟର ଉଚ୍ଚତା ୬ଫୁଟ ୬ଇଞ୍ଚ | ମଣ୍ଡପର ପଞ୍ଚମ ପାହାଚରେ ଶ୍ରୀଜୀଉମାନେ ଅବସ୍ଥାନ କରନ୍ତି | ଚାରୋଟି ପାହାଚର ଓସାର ୨୬ଫୁଟ ୪ଇଞ୍ଚ | ପ୍ରଥମ ପାହାଚର ଚଉଡା ୩ଫୁଟ ୫ଇଞ୍ଚ, ଦ୍ଵିତୀୟ ପାହାଚର ୫ଫୁଟ ୮ଇଞ୍ଚ, ତୃତୀୟ ପାହାଚର ୩ଫୁଟ ଓ ଚତୁର୍ଥ ପାହାଚର ୩ଫୁଟ ୩ଇଞ୍ଚ | ଶ୍ରୀଜୀଉଙ୍କ ଆସ୍ଥାନ ମଣ୍ଡପର ଉଚ୍ଚତା ୬ଫୁଟ ୩ଇଞ୍ଚ |