0
Your Cart
0
Your Cart
724

ଦେବୀ ଭାଗବତରୁ କିଛି ..

ମହାପ୍ରଳୟ ପରର ଅଥଳ ଜଳରାଶି, ନିଶବ୍ଦ ଓ ଅନ୍ଧକାରର ସାମ୍ରାଜ୍ଯ । ଘୋର ଯୋଗ ନିଦ୍ରାରେ ଶାୟିତ ବିଷ୍ଣୁ । ବିଷ୍ଣୁଙ୍କ ନାଭି କମଳରୁ ଜନ୍ମିତ ବ୍ରହ୍ମା, ଧ୍ଯାନରେ ଥାଇ ଜାଣି ପାରିଲେ ବିଷ୍ଣୁଙ୍କ କର୍ଣ୍ଣ ମଇଳାରୁ ଜନ୍ମ ନେଲେ ଦୁଈଟି ପ୍ରଚଣ୍ଡ ଓ ପ୍ରଭାବଶାଳି ରାକ୍ଷସ । ଦେବୀ ଭାଗବତ ଅନୁଯାୟି ଦୁଇ ରାକ୍ଷସ ନାମ ଥିଲା ମଧୁ ଓ କୈଟଭ ।

ଜନ୍ମରୁ ପ୍ରଭାବଶାଳି ଦୁଇ ରାକ୍ଷସ, ମୁଳରୁ ଦେବୀଙ୍କ ଉପସ୍ଥିତି ଦୁଇ ରାକ୍ଷସ ଜାଣି ପାରିଥିଲେ । ପ୍ରଥମ ମନ୍ତ୍ର ଧ୍ବନି ଦେବୀ ଆରଧାନା ମନ୍ତ୍ର ବୋଲି ଜାଣି ପାରିଥିଲେ । ମଧୁ କୈଟଭ କିଛି ୧୦୦୦ ବର୍ଷ ଭଗବତୀଙ୍କୁ ଧ୍ୟାନ ଧାରଣା ରେ ବ୍ୟତିତ କଲେ । ଦେବୀ ପ୍ରସନ୍ନ ହୋଇ ଦୁଇ ଦୈତ୍ଯଙ୍କୁ ଈଛା ମୃତ୍ୟୁର ବରଦାନ ଦେଲେ ।

ବରପ୍ରାପ୍ତ ହୋଈ ଦୁଇ ଦୈତ୍ଯ ଅଭିମାନରେ ସାରା ସାଗର ଘୁରିବାକୁ ଲାଗିଲେ, ଓ ବ୍ରହ୍ମାଙ୍କୁ ଯୁଦ୍ଧ ପାଈଁ ଆହ୍ବାନ ଦେଲେ । ତପଚାରି ବ୍ରହ୍ମା ଯୁଦ୍ଧ ପାଈଁ ଆଗ୍ରହ ନଥିଲେ ତେଣୁ ନିରବରେ ଭଗବାନ ବିଷ୍ଣୁଙ୍କ ସ୍ତୁତିଗାନ କରିବାକୁ ଲାଗିଲେ । ଯେହେତୁ ଭଗବାନ ବିଷ୍ଣୁ ଯୋଗ ନିଦ୍ରା ଥିଲେ, ଅର୍ଥ ଭଗବତି ଯୋଗମାୟାଙ୍କ ଅଧିନରେ ଥିଲେ, ତେଣୁ ବ୍ରହ୍ମା ବିଷ୍ଣୁଙ୍କ ଯୋଗନିଦ୍ରା ଭାଙ୍ଗିବାରେ ଅସମର୍ଥ ହେଲେ । ବ୍ରହ୍ମା ଭଗବତୀଙ୍କର ଆରଧାନା କରିବାକୁ ଲାଗିଲେ । ଭଗବତି ବ୍ରହ୍ମା କରୁଣ ପ୍ରାର୍ଥନାର ରେ ପ୍ରଶନ୍ନ ହୋଇ , ଯୋଗମାୟା ବିଷ୍ଣୁଙ୍କ ନେତ୍ର, ମୁଖ, ନାଶିକା,ବାହୁ ଓ ହୃଦୟରୁ ଅପସରି ଗଲେ । ବିଷ୍ଣୁ ଜାଗ୍ରତ ହେଲା ପରେ ମଧୁ କୈଟଭ ସାଙ୍ଗେ ୫୦୦୦ ବର୍ଷ ଯୁଦ୍ଧ କଲାପରେ ହରାଈ ପାରି ନଥିଲେ ।

ବିଷ୍ଣୁ ଜାଣିପାରିଲେ ଦୁଈ ଦୈତ୍ଯ ଭଗବତୀଙ୍କ ଆଶ୍ରିବାଦ ଇଛାମୃତ୍ଯୁ ରେ ବଳିୟାନ । ମହାବିଷ୍ଣୁ ଭଗବତୀଙ୍କ ପ୍ରାଥନା କଲେ, ଯାହାଦ୍ବାରା ମାୟାର ପ୍ରଭାବରେ ଦୁଈ ଭାଇ ନିଜ ଆୟତ ହରାଈ ବସିଲେ । ଏଇ ସମୟରେ ବିଷ୍ଣୁ ଦୁଇ ଦୈତ୍ଯ ଙ୍କୁ କହିଲେ ମୁ ତମ ଯୁଦ୍ଧ କୌଶଳରେ ତୃପ୍ତ ମନଇଛା ବର ମାଗିନିଅ । ଯୋଗମାୟାଙ୍କ ମାୟରେ ଅଧିନରେ ଥିବା ମଧୁ କୈଟଭ ବିଷ୍ଣୁଙ୍କ ବର ଦେବା ପାଇଁ ଅଡିବସିଲେ । ମହାବିଷ୍ଣୁ ମଧୁ କୈଟଭ ଙ୍କୁ ମୋ ହାତରେ ମର ବୋଲି ବର ମାଗିଲେ ଏବଂ ମଧୁ କୈଟଭ ତଥାସ୍ତ କହିବା କ୍ଷଣି ସୁଦର୍ଶନ ଚକ୍ର ଦ୍ବାରା ମଧୁ କୈଟଭ ନିଧନ ହୋଈପାରିଥିଲା ।

ଜୟ ମାଁ।

error: Content is protected !!