0
Your Cart
0
Your Cart
2,942

ଶ୍ରୀପୁରୁଷୋତ୍ତମ ମାସ ମାହାତ୍ମ୍ୟ – କବିତା ପାଠ

ଶ୍ରୀପୁରୁଷୋତ୍ତମ ମାସ ମାହାତ୍ମ୍ୟ ସମ୍ପର୍କରେ ଆଲୋଚନାକୁ ରବିବାର ଶ୍ରୀଗୁଣ୍ଡିଚା ଆଧ୍ୟାମ୍ତିକ ଟ୍ରଷ୍ଟ ପକ୍ଷରୁ ଅନୁଷ୍ଠିତ ହୋଇଛି । ଓଡ଼ିଆ ଭାଷା ପ୍ରତିଷ୍ଠାନ ପ୍ରାକ୍ତନ ନିର୍ଦ୍ଦେଶକ ଡଃ ହରପ୍ରସାଦ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ସେ କହିଲେ ୯ମ ଶତାବ୍ଦୀରୁ ପୁରୁଷୋତ୍ତମ ମାସ ଓ ବିଗ୍ରହ ପୂଜନ ସମ୍ପର୍କରେ ସୂଚନା ମିଳେ । ମହର୍ଷି ବ୍ୟାସଦେବକୃତ ସ୍କନ୍ଧପୁରାଣରେ ପୁରୁଷୋତ୍ତମ କ୍ଷେତ୍ର ମାହାତ୍ମ୍ୟ ସମ୍ପର୍କରେ ବର୍ଣ୍ଣନା କରାଯାଇଛି । ରାଜା ଇନ୍ଦ୍ରଦ୍ୟୁମ୍ନ ପଟୁଆରରେ ପ୍ରଥମେ ଶୈବକ୍ଷେତ୍ରରେ ପହଞ୍ଚି ବିନ୍ଦୁସାଗରରେ ସ୍ନାନ କରିବା ସହ ସହସ୍ରା ଲିଙ୍ଗେଶ୍ଵରଙ୍କୁ ଦର୍ଶନ କରିଥିଲେ । ଏହାପରେ ପୁରୁଷୋତ୍ତମ କ୍ଷେତ୍ର ଯାଇଥିଲେ । ସମ୍ମାନିତ ଅତିଥି ଭାବେ ଯୋଗଦେଇ ଡଃ ଅଭିମନ୍ୟୁ ଭୂୟାଁ କହିଲେ ମଳମାସକୁ ପୁରୁଷୋତ୍ତମ ମାସ କୁହାଯାଏ । ଏହି ମାସର ଏକାଦଶୀ ତିଥିକୁ କୃଷ୍ଣ ଏକାଦଶୀ କୁହାଯାଉଛି । ଏହି ମାସରେ ଦେବଦେବୀ ପୂଜା ଏବଂ ଦାନରୁ ମହାପୁଣ୍ୟ ମିଳେ । ସୁଲେଖା ସମ୍ପାଦକ ସଦାଶିବ ମିଶ୍ର, ଜ୍ୟୋତିବିଦ ଅନାମ ଚନ୍ଦ୍ର ସାହୁ, ପଣ୍ଡିତ ରମାକାନ୍ତ କର, ଅଧାପକ ଡଃ । ବଳରାମ ଦାସ, ଭାଗୀରଥ ମହାନ୍ତି, ଅଧ୍ୟାପକ ଦୟାନିଧ ପଣ୍ଡା, ଅଧାପକ ବାଳମୁକୁନ୍ଦ ଦାସ, ଗବେଷକ । ନାରାୟଣ ନନ୍ଦ, ହଟ୍ଟକିଶୋର ମଲିକ, ଚାରୁଲତା ମିଶ୍ର, ଜୟନ୍ତୀ ମହାପାତ୍ର, ହେମାଙ୍ଗିନୀ ମହାନ୍ତି, କ୍ରିଷ୍ଣା ମହାପାତ୍ର, ଅଶୋକ କୁମାର ଆଜ୍ୟ, ଶିବାନୀ ମିଶ୍ର ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ବରିଷ୍ଠ ପ୍ରଶାସକ ବିନୋଦ କୁମାର ପଣ୍ଡା ସଭାରେ ଅଧ୍ୟକ୍ଷତା କରିଥିବା ବେଳେ ସମ୍ପାଦକ ଲକ୍ଷ୍ମୀନାରାୟଣ ପଟ୍ଟନାୟକ ଓ ଶିକ୍ଷାବିତ ଶିବସୁନ୍ଦର ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।
error: Content is protected !!