0
Your Cart
0
Your Cart
1,879

ନନ୍ଦିଘୋଷରେ ଗୋବର୍ଦ୍ଧନଧାରି ଶ୍ରୀକୃଷ୍ଣ

ଗୋବର୍ଦ୍ଧନଧାରି ଶ୍ରୀକୃଷ୍ଣଙ୍କର ଏହା ଏକ ମନମୋହନ ପ୍ରତିକୃତି । ତ୍ରିଭଙ୍ଗୀ ଛନ୍ଦରେ ଶ୍ରୀକୃଷ୍ଣ ଦଣ୍ଡାୟମାନ । ଲଗୁଡ଼ ହସ୍ତରେ ଦୁଇପାଖରେ ଦୁଇ ଗୋପ , ବାଳକ ଦଣ୍ଡାୟମାନ । ବାମହସ୍ତର କାଣି ଆଙ୍ଗୁଠିରେ କୃଷ୍ଣ ଗୋବର୍ଦ୍ଧନ ପର୍ବତକୁ ଧାରଣ କରିଥିବା ବେଳେ ଦକ୍ଷିଣ ହସ୍ତରେ ବେଣୁ ଧାରଣ କରିଛନ୍ତି । ଶ୍ରୀକୃଷ୍ଣଙ୍କର ମର୍ତାବରଣ ଲୀଳାର ଏହା ଏକ ଅଭୂତପୂର୍ବ ଅଧ୍ୟାୟ। ଏଥୁରେ କୃଷ୍ଣ ଚାରିବର୍ଣ୍ଣ ମହତ୍ୱ ପ୍ରକାଶନ ସହିତ ଏହି ଚାରିବର୍ଣ୍ଣ ନିଜର ଜାତ କର୍ମ ଗୁଣ ଅନୁସାରେ ପୂଜ୍ୟପୂଜା କରିବାର ବିଧାନ ସଂପର୍କରେ ଗୋପୀବାସୀଙ୍କୁ ସଚେତନ କରି ଇନ୍ଦ୍ର ବଦଳରେ ଗୋବର୍ଦ୍ଦନ ଗିରିକୁ ପୂଜନ କରିବା ନିମିତ୍ତ ଉପଦେଶ ଦେଇଥିଲେ ।

ଗ୍ରାମ ପାଟଣା ଦେଶ ପୁରେ ।
ଇନ୍ଦ୍ରଙ୍କୁ ପୂଜିଲେ ବେଭାରେ ।

ବନ ଗହନେ ଆମ୍ଭ ଘର ।
ଗୋରୁ ଚରାଉ ନଦୀତୀର ।
ପୂଜିବା ଗୋବର୍ଦ୍ଧନ ଶିରେ ।
ଯେ ଇନ୍ଦ୍ର ଯଜ୍ଞର ସଂଭାରେ ।।

ଏଥିରେ ଉତକ୍ଷିପ୍ତ ହୋଇ ଇନ୍ଦ୍ର ସପ୍ତମେଘକୁ ଏକତ୍ର କରାଇ ଗୋପର ପ୍ରବଳ ବର୍ଷା କରାଇଥିଲେ । ଏଥିରେ ଗୋପ, ଗୋପାଳ ଗୋ ସକଳ ପ୍ରବଳ କଷ୍ଟ ଭୋଗ କଲେ । ଇନ୍ଦ୍ରଙ୍କର ଗର୍ବ ଖର୍ବ କରିବା ଉଦ୍ଦେଶ୍ୟରେ ଶ୍ରୀକୃଷ୍ଣ ଗୋବର୍ଦ୍ଧନ ଗିରି ଧାରଣ କରି ଇନ୍ଦ୍ରଙ୍କ ବର୍ଷ କୋପରୁ ଗୋପପୁରକୁ କରିଥିଲେ । ପ୍ରକୃତି ଚିର ଉପାସ୍ୟ ।

ପ୍ରକୃତିର ଯଥାଯଥା ପୂଜନ ବା ସୁରକ୍ଷା କଲେ ପଶୁପକ୍ଷୀ ଜୀବଜନ୍ତୁ ସହିତ, ମନୁଷ୍ୟ ମଧ୍ୟ ନିରାପଦରେ ରହିପାରିବ । ଯେଉଁ ବାଣି ହଜାର ହଜାର ବର୍ଷ ତଳେ ଶ୍ରୀକୃଷ୍ଣ ପ୍ରଚାର କରିଥିଲେ ଆଜି କିଛି ଜାଗ୍ରତ ମନୁଷ୍ୟ ପରିବେଶବିତ୍ ଭାବରେ ତା’ର ପ୍ରଚାର ଓ ପ୍ରସାର କରୁଛନ୍ତି  । ଗୋପବାଳକଙ୍କ ସହ ଗୋବଦ୍ଧନଧାରୀ କରିବାର ଉଦ୍ୟମ କରିବା କରି ଇନ୍ଦ୍ର ବଦଳରେ ଗୋବଦ୍ଧନ ଗିରିକୁ ବନ ପର୍ବତ ପରିବେଶ ସୁରକ୍ଷାରେ ଏକ ପୂଜନ କରିବା ନିମିତ୍ତ ଉପଦେଶ ମହତ୍ଵପୂର୍ଣ୍ଣ ସ୍ଥାନ ଗ୍ରହଣ କରେ । ଆଜି ଅସୁରକ୍ଷିତ ବନ ପର୍ବତ ଅନାୟାସରେ ଅନାବୃଷ୍ଟି, ମରୁଡ଼ି ଓ ବନ୍ୟାକୁ ଡାକିଆଣୁଛି ।

ଗଣଦେବତା ହେଉଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ ଗଣଧର୍ମ ପ୍ରଚାର ନିମିତ୍ତ ତାଙ୍କର ରଥଯାତ୍ରା । ମାନବ ସମାଜକୁ ସଚେତନ କରିବା ଲକ୍ଷ୍ୟରେ ତାଙ୍କର ୯ ୧ ଯାତ୍ରା । ଏହା ସହିତ ମାନବ ସମାଜକୁ ସଚେତନ କରିବା ଲକ୍ଷ୍ୟରେ ତାଙ୍କ ରଥରେ ଗୋବର୍ଦ୍ଧନଧାରି ଗୋବିନ୍ଦ ଅବସ୍ଥାନ ।

ଲେଖା – ଡକ୍ଟର ତୁଳସି ଓଝା

error: Content is protected !!