ଓଡିଆ ଗଦ୍ୟସାହିତ୍ୟର ଅମୁଲ୍ୟ କୃତି – ମାଦଳା ପାଞ୍ଜି

feature-article

PAGE VIEWS: 740

 

ପୂଜିତ ମାଦଳା ପାଞ୍ଜି
ଓଡ଼ିଆ ପଦ୍ୟସାହିତ୍ୟ ତା’ର ସୁବର୍ଣ ଯୁଗରେ ଉପନୀତ ହେଲାବେଳକୁ ଗଦ୍ୟ କିନ୍ତୁ ଥିଲା ସେ ବୁଳନାରେ ଅବହେଳିତ । ତଥାପି ହାତଗଣତି କେତୋଟି ଗଦ୍ୟକୃତିକୁ ନେଇ ଅଗ୍ରଗତି କରିଥିଲା ଓଡ଼ିଆ ସାହିତ୍ୟ । ଯଦ୍ୟପି ସୋମନାଥ ବ୍ରତ କଥା, ଶିବ ବାସଙ୍କ ବତ୍ରିଶସିଂହାସନ, ନାରାୟଣ ନନ୍ଦ ଅବଧୂତ ସ୍ଵାମୀଙ୍କ ରୁଦ୍ର ସୁଧାନିଧି ଓଡ଼ିଆ ଗଦ୍ୟସାହିତ୍ୟର ଏକ ଏକ ମାଇଲଖୁଣ୍ଟ ରୂପେ ଉଭା ହୋଇସାରିଥିଲା । ମାଦଳାପାଞ୍ଜି ଥିଲା କିନ୍ତୁ ଏ ସମସ୍ତ କୃତିଠାରୁ ସ୍ବତନ୍ତ୍ର । ଏହି ଅମ୍ବାନ କୃତିଟରେ ସାହିତ୍ୟିକତା ଯେତିକି ପରିମାଣରେ ଭରପୂର ହୋଇରହିଥିଲା ସେ ତୁଳନାରେ ଇତିହାସ ମଧ୍ୟ ଥିଲା ଏହାର କଳେବରର ମୁଖ୍ୟ ବିଭବ । ବୋଧହୁଏ ମାଦଳାପାଞ୍ଜି ହେଉଛି ଓଡ଼ିଆ ଗଦ୍ୟ ସାହିତ୍ୟର ପ୍ରଥମ ଐତିହାସିକ ସାହିତ୍ୟ କୃତି । ଇତିହାସ ପରି ଓଡ଼ିଶାର ବିଭିନ୍ନ ନରପତିଙ୍କ ଶାସନ ସମୟ, କୃତିତ୍ବ, କେଶରୀ ବଂଶ (ଖ୍ରୀ.ଅ. ୮୮୨ – ୧୧୧୦)ଠାରୁ ଭୋଇବଂଶ ( ୧୮୦୩) ପର୍ଯ୍ୟନ୍ତ ରାଜାମାନଙ୍କ କ୍ରମାନ୍ୱୟରେ  ରାଜ୍ୟ ଶାସନର ସମ୍ପୂର୍ଣ୍ଣ ବିବରଣୀକୁ ନେଇ ଏହି କୃତିଟି କଳା ରୂପ ଦେଇ ଗଦ୍ୟ ସାହିତ୍ୟ କ୍ଷେତ୍ରରେ ସୃଷ୍ଟି କରିପାରିଛି ଏକ ଉଚ୍ଚ ଆସନ । ‘ମାଦଳାପାଞ୍ଜି’ ପ୍ରକୃତରେ ଓଡ଼ିଶାର ଗଜପତି ରାଜାମାନଙ୍କର ରାଜଭୋଗ ବିବରଣୀ, ଶ୍ରୀଜଗନ୍ନାଥଙ୍କ ରୀତି, ନୀତି, ପରମ୍ପରା, ମନ୍ଦିରର ଦୈନିକ ପରିଚାଳନା ପଦ୍ଧତିକୁ ନେଇ ସୁଶୋଭିତ ଏକ ଅମୁଲ୍ୟ ସାହିତ୍ୟ କୃତି । ପୁନଶ୍ଚ ଏହାର ଲେଖକମାନେ କୌଣସି କବି/ସାହିତ୍ୟ ସ୍ରଷ୍ଠାମାନେ ନୁହନ୍ତି । ଶ୍ରୀଜଗନ୍ନାଥଙ୍କ ଦେଉଳ କରଣ, ତଡ଼ପକରଣ, କୋଷ୍ଠକରଣଙ୍କ ଦ୍ବାରା ଲିଖୁତ ହୋଇଛି ମାଦଳାପାଞ୍ଜି । ଏହି କୃତିର ନାମକରଣ ମଧ୍ୟ ଅତି ବିଚିତ୍ର । ଏହାର ନାମକରଣ ସମ୍ପର୍କରେ ଅନେକ ଗବେଷକ ଭିନ୍ନ ଭିନ୍ନ ମଚ ପ୍ରଦାନ କରନ୍ତି । ବିଶିଷ୍ଟ ଐତିହାସିକ ରାଖାଲ ଦାସ ବାନାର୍ଜୀ ତାଙ୍କର “History of Orissa’ ପୁସ୍ତକରେ ଲେଖୁଛନ୍ତି-“Madala means a drum and the records of the temple of Jagannath are called so, because they are tied together in form of round boundle resembling the drum, called madala in India.” ତେବେ ଏ କଥା ସତ୍ୟ ଯେ, ତାଳପତ୍ର ଖେଦାଗୁଡ଼ିକରେ ଲେଖାଗୁଡ଼ିକ ଥିବାରୁ ମୃଗଛାଲ ଦେଇ ଆଲୋ ଗୋଲାକାର ଭାବରେ ବନ୍ଧାଯିବା ହେବୁ ଏହିଁ ବାଦ୍ୟଯନ୍ତ୍ର ମର୍ଦ୍ଦଳ ପରି ଦେଖା ଯାଉଥିଲା । ଏହି କାରଣରୁ କୃତିର ନାମକରଣ ଜ୍ଞାନ ର ମାଦଳାପାଞ୍ଜି ହୋଇଥିବାର ଅନୁମାନ କରାଯାଏ।ପୁନଶ୍ଚ ଏହାର ସମୟକାଳ ନିର୍ଦ୍ଦିଷ୍ଟ କରିବା ମଧ୍ୟ ଗବେଷକଙ୍କ ପକ୍ଷରେ ହୋଇଛି ବିତର୍କର ବିଷୟ । କେହି କେହି ଏହାକୁ ଏକାଦଶ-ଦ୍ବାଦଶ ଶତାବ୍ଦୀର କହୁଥିଲାବେଳେ ଆଉ କେହି ପଞ୍ଚଦଶ-ପୋଡଶ ଶତାବ୍ଦୀର କହିଥାନ୍ତି । ଷ୍ଟଲିଙ୍ଗ୍ ସାହେବ, ଡକ୍ଟର ଆର୍ତ୍ତବଲ୍ଲଭ ମହାନ୍ତି ପ୍ରମୁଖଙ୍କ ମତରେ ମାଦଳାପାଞ୍ଜିର ରଚନା ସମୟ ଏକାଦଶ- ଦ୍ଵାଦଶ ଶତାବ୍ଦୀ । ଡକ୍ଟର ହରେକୃଷ୍ଣ ମହତାବ, ଡକ୍ଟର କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ପ୍ରମୁଖଙ୍କ ମତରେ ଏହାର ରଚନାକାଳ ଷୋଡ଼ଶ ଶତାବ୍ଦୀ । ତେଣୁ ମାଦଳାପାଞ୍ଜିର ନିର୍ଦ୍ଦିଷ୍ଟ ରଚନାକାଳ ନିରୂପଣ କରିବା ଏକ କଷ୍ଟକର ବ୍ୟାପାର । ମାଦଳାପାଞ୍ଜିରି ପାଞ୍ଜିକାରଗଣ ଯଥାର୍ଥ ସାହିତ୍ୟିକ ନ ହୋଇଥିଲେ ହେଁ ସେମାନଙ୍କର କଳ୍ପନାବିଳାସ ଓ କାହାଣୀ କହିବାର କଳା ଏଯାବତ୍ ଓଡ଼ିଶା ସାହିତ୍ୟ ସ୍ରଷ୍ଟାଙ୍କୁ ଆକର୍ଷିତକରିଆସୁଥିବା କାରଣରୁ ଏହାର ସାହିତ୍ୟିକ ମୂଲ୍ୟକୁ ଅସ୍ବୀକାର କରାଯାଇ ନ ପାରେ । ଏହା ଓଡ଼ିଶାର ସେ ସମୟର ଏକ ଐତିହାସିକ ଉପାଦାନ ଗ୍ରନ୍ଥ ହୋଇଥିବା ହେତୁ ଏଥିରେ ତତ୍କାଳିକ ସମାଜ ଜୀବନ, ସଂସ୍କୃତି ଓ ସାହିତ୍ୟର ପ୍ରଭାବ ପଡିବା ସ୍ଵାଭାବିକ । ପୁନଶ୍ଚ ଅନେକ ଲୋକକଥା (ଯଥା-ବୌଦ୍ଧ ବ୍ରାହ୍ମଣ ପରୀକ୍ଷା, ନେତେଇ ଧୋବଣୀ ପ୍ରସଙ୍ଗ) ସହ ଅନେକ କିମ୍ବଦନ୍ତୀ (ଯଥା-କପିଳେନ୍ଦ୍ରଙ୍କୁ ରାଜା ହେବା, କାଞ୍ଚିଯୁଦ୍ଧ ପ୍ରସଙ୍ଗ)ର ସମାହାରରେ ସୁଶୋଭିଚ ମାଦଳାପାଞ୍ଜିର ସାହିତ୍ୟିକ କଳେବର । ଏହି । ପାଞ୍ଜି ପରବର୍ତ୍ତୀକାଳରେ ପାଇଟିଛି ଓଡ଼ିଆ ସାହିତ୍ୟ ସ୍ରଷ୍ଠାଙ୍କ ଲାଗି ପ୍ରେରଣାର ଉତ୍ସ । ଚାନ୍ଦ୍ ଦାସଙ୍କ ଗୋପୀ ଚନ୍ଦନ, ରାମଶଙ୍କର ରାୟଙ୍କ କାଞ୍ଚି କାବେରୀ, ରାଧାନାଥ ରାୟକ ପାର୍ବତୀ, ଅଶ୍ୱିନୀ ଘୋଷଙ୍କ କଳାପାହାଡ, ସୁରେନ୍ଦ୍ର ମହାନ୍ତିଙ୍କ  ନୀଳଶୈଳ, ନୀଳାଦ୍ରି ବିଜୟର ପ୍ରକୃତ କଙ୍କାକଟି ହିଁ ମାଦଳାରୁ ସଂଗୃହୀତ । ଓଡ଼ିଆ ଭାଷାର ବିକାଶକ୍ରମରେ ମାଦଳାପାଞ୍ଜିର ଭାଷା ନିର୍ବାହ କରିଛି ଗୁରୁତ୍ଵପୂର୍ଣ୍ଣ ଭୂମିକା । ତାଳପତ୍ର ପୋଥିରେ ଲିଖୁତ ହେଉଥିବା ଏ କୃତିର ଭାଷା ମୁଖ୍ୟତଃ ତିନୋଟି ଭିନ୍ନ ଧରଣର । ଯଥା (କ) ସାଧାରଣ ଭାଷା ର- ଯାହା ସରଳ ଓ ସୁବୋଧଗମ୍ୟ, (ଖ) ମୁଦଲର ଭାଷା ଯାହ ସଂସ୍କୃତ ଶବ୍ଦ ବହୁଳ ଓ ଦୀର୍ଘ ତଥା ଜଟିଳ ବାକ୍ୟରେ ବ୍ୟବହୃତ, (ଗ) ଘୋଷଣାର ଭାଷା ଯାହା ଅନେକଗୁଡ଼ିଏ କ୍ଷୁଦ୍ର ବାକ୍ୟର ସମିଶ୍ରଣ, ଆଳଙ୍କାରିକ ସଂଯୋଜନା ଓ ଶବ୍ଦ ସଂଯୋଜନାରେ ସେପରି ସ୍ଵାତନ୍ତ୍ର୍ୟ ନୁହେଁ, ଏହାର ଭାଷା । ଏଥିରେ ବାକ୍ୟ ଗଠନ ପ୍ରଣାଳୀ ଅନୁସରଣ କରିନାହିଁ କୌଣସି ନିର୍ଦ୍ଦିଷ୍ଟ ନିୟମକୁ କର୍ତା, କର୍ମ, କ୍ରିୟା ବ୍ୟବହାରରେ କୌଣସି ଶୃଙ୍ଖଳା ନାହିଁ ଏଥିରେ  ।ତେଣୁ ଦୀର୍ଘବାକ୍ୟ, କ୍ଷୁଦ୍ରବାକ୍ୟ, କ୍ରିୟାହୀନ ବାକ୍ୟ, କର୍ତାହୀନ ବାକ୍ୟ, ଅସମାପିକା କ୍ରିୟାର ପ୍ରୟୋଗ ପ୍ରତି ଦୁଟି-ବିଚ୍ୟୁତି ମାଦଳାପାଞ୍ଜିରେ ଦେଖାଯିବା ସ୍ଵାଭାବିକ । ମାଦଳାପାଞ୍ଜିର ବ୍ୟାକରଣଗତ, ଭାଷାଗତ ରେ ଶବ୍ଦଗତ ଦୋଷଦୁଟି ପରିଲକ୍ଷିତ ହେଲେ ହେଁ ଯଥାସମ୍ଭବ ଲୋକଭାଷାକୁ ଓ ଲୋକସାହିତ୍ୟର ପ୍ରଚଳନ କରିବା କାରଣରୁ ଏହାର ଲିଖନକାରମାନେ ଏ ଜାତି ନିକଟରେ ଚିରସ୍ମରଣୀୟ । ଅତଏବ ସେ ଯାହଦେଉନା କାହିଁକି, ଶତ ତୃଟି ଥାଉନା କାହିଁକି, ଏକଥା ସତ ଯେ ଶ୍ରୀଜଗନ୍ନାଥଙ୍କୁ ଦୈନନ୍ଦିନ କାର୍ଯ୍ୟ ବିବରଣୀକୁ ଲିପିବଦ୍ଧ କରୁଥିବା ଏ କୃତିଟିର ଭାଷା ସୁମଧୁର, ସୁଶ୍ରାବ୍ୟ ସାହିତ୍ୟର ଭାଷା ସହିତ ସମକକ୍ଷ । କାଳ ନ ହେଲେ ବି ଏହାର ଭାଷା ଆଧୁନିକ ଓଡ଼ିଆଗଦ୍ୟର ଭାଷା ସହ ନିକଟବର୍ତ୍ତୀ ହୋଇପାରିଛି ଏବଂ ପାଇଛି କଳାତ୍ମକ ରୂପରେ ଏକ ଅମୁଲ୍ୟ ସାହିତ୍ୟକୃତିର ସମାନ । ଓଡିଆ ଗଦ୍ୟସାହିତ୍ୟର ଅମୁଲ୍ୟ କୃତି
ଜ୍ଞାନ ରଞ୍ଜନ ପଣ୍ଡା
ଉତ୍କଳ ବିଶ୍ଵବିଦ୍ୟାଳୟ, ବାଣୀବିହାର



flag Lord Jagannath


Festival in Puri

UPCOMING FESTIVAL



Weather Puri  am24-10-2020
Temperature:31°C
Cloudy
Wind: 3.73km/h
South West
Humidity: 67%



    LOOKING AHEAD Puri Weather
  • 25-10-2020 [ Sun]
    Thunderstorms
    High:29°C Low:27°C
  • 26-10-2020[ Mon]
    Thunderstorms
    High:29°C Low:27°C
  • 27-10-2020[ Tue]
    Thunderstorms
    High:31°C Low:27°C
  • 28-10-2020[ Wed]
    Sunny
    High:31°C Low:26°C

RT : With a vision of making Puri NOW (No Open Waste) with people’s involvement, EO , DFO, SP Puri and Collector, P…
https://t.co/VbGKOSM5UM ଯୁକ୍ତିବାଦୀ ଅଭିଯୋଗ କରନ୍ତି, ଚଣ୍ଡୀ କେବଳ ଅସୁର ନିଧନ ପାଇଁ ଅବତୀର୍ଣ୍ଣ ହୁଅନ୍ତି।ଏହା ସତ୍ୟ ନୁହେଁ ମନୁ… https://t.co/VbGKOSM5UM
https://t.co/2d7R3PmMQN 27 km to the south-west of Puri is the temple of Baliharachandi. Situated on a sandy hill… https://t.co/2d7R3PmMQN