0
Your Cart
0
Your Cart
2,436

ଅତିତର ରଘୁନନ୍ଦନ ଲାଇବ୍ରେରୀ

ପୁରୀ ଏମାର ମଠର ସବୁଠାରୁ ବଡ଼ କୃତିତ୍ବ ‘ ରଘୁନନ୍ଦନ ଲାଇବ୍ରେରୀ’ । ମହନ୍ତ ଗଦାଧର ରାମାନୁଜ ଦାସ 1921 ମସିହା ଅଗଷ୍ଟ 14 ତାରିଖ ଦିନ ନିଜର ଗୁର ସ୍ବର୍ଗତ ରଘୁନନ୍ଦନ ରାମାନୁଜ ଦାସଙ୍କ ସ୍ମୃତି ଉଦ୍ଦେଶ୍ୟରେ ମଠର ବିଜେସ୍ଥଳୀ ଠାରେ ଏକ ପାଠାଗାର ପ୍ରତିଷ୍ଠା କରିଥିଲେ । ୧୯୩୬ ମସିହା ଅପ୍ରେଲ ୩୦ ତାରିଖ ଦିନ ଏମାର ମଠ ତରଫରୁ ରଘୁନନ୍ଦନ ପାଠାଗାର, ସଂସ୍କୃତ ଟୋଲ, ଦାତବ୍ଯ ଚିକିତ୍ସାଳୟ ଓ ପ୍ରିଣ୍ଟଙ୍ଗ ପ୍ରେସ ପରିଚାଳନା ସଂପର୍କରେ ଏକ ବାର୍ଷିକ ବିବରଣୀ ପ୍ରକାଶ ପାଇଥିଲା ।


ତହିଁରୁ ଜଣାଯାଏ ଯେ, ତତକାଳୀନ ସମୟରେ ଉକ୍ତ ପାଠାଗାରରେ ଦୈନିକ ଷ୍ଟେଟସମ୍ୟାନ, ଅମୃତବଜାର ପତ୍ରିକା, ନିଉ ଓଡିଶା, ଦୈନିକ ବସୁମତୀ, ଉକ୍ତଳ ଦୀପିକା, ସମାଜ, ଆଶା, ବିଶ୍ବାମିତ୍ର ପ୍ରଭୁତି ସମ୍ବାଦପତ୍ର ରହୁଥିଲା । ଏହା ବ୍ୟତୀତ ପ୍ରାୟ ୧୩ଟି ସାପ୍ତାହିକ ଓ ୨୦ଟି ମାସିକ ପତ୍ରିକା ପାଠକଙ୍କ ଉଦ୍ଦେଶ୍ୟରେ ନିୟମିତ ଭାବେ ପାଠାଗାରକୁ ଆସୁଥିଲା । ଭାରତର ବିଭିନ୍ନ ସ୍ଥାନରୁ ବହୁ ଦୃଷ୍ପ୍ରାପ୍ୟ ପୂସ୍ତକ ସଂଗୃହିତ ହୋଇ ରଘୁନନ୍ଦନ ପାଠାଗାରରେ ରଖାଯାଇଥିଲା । ସେହି ସମୟରେ ଦୈନିକ ପ୍ରାୟ ୬୦ ଜଣ ପାଠକ ନିୟମିତ ଭାବେ ପାଠାଗାରକୁ ଆସୁଥିଲେ । ଏହି ପାଠାଗାରକୁ ଏହାର ଦ୍ବିତାଲା ବିଶିଷ୍ଟ ଛାତ ଉପରୁ ଶ୍ରୀମନ୍ଦିରର ଆଭ୍ୟନ୍ତରିଣ ଦୃଶ୍ୟ ଦେଖିବା ନିମନ୍ତେ ତତକାଳିନ ସମୟରେ ଭାରତ ଓ ଇଂଲଣ୍ଡର ବହୁ ବିଶିଷ୍ଟ ଅଣହିନ୍ଦୁ ଅତିଥବର୍ଗମାନେ ବିଭିନ୍ନ ସମୟରେ ଏହି ମଠ ପରିସରକୁ ଆସିଥିଲେ ।


error: Content is protected !!