1,570

ଜଗନ୍ନାଥପୁରୀ ଓ ଅବନ୍ତୀପୁରୀ

ଜଗନ୍ନାଥପୁରୀ କହିଲେ ଶ୍ରୀଜଗନ୍ନାଥଧାମ, ନୀଳାଚଳ ଓ ନୀଳାଦ୍ରି ପ୍ରଭୃତି । ୪୬ଟି ନାମରେ ପରିଚିତ ଥିବା ଓଡ଼ିଶାର ପୁରୁଷୋତ୍ତମ କ୍ଷେତ୍ର ପୁରୀକୁ ବୁଝାଯାଏ । ମହାରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ପ୍ରସଙ୍ଗକୁ ନେଇ ଅବନ୍ତୀପୁରୀ ଖୁବ୍ ନିକଟତ୍ତର ହୋଇଛି ଜଗନ୍ନାଥପୁରୀ ସହିତ ।  ବାସ୍ତବରେ ଅବନ୍ତୀପୁରୀ ଥିଲା ମାଳବ ରାଷ୍ଟ୍ରର ଏକ ଅଂଶ । ମାଳବ ତିନି ଭାଗରେ ବିଭକ୍ତ ଥିଲା ଦଶାଏଁ, ଅବନ୍ତୀ, ଓ ଦଶପୁର । ଦଶାର ରାଜଧାନୀ ଥିଲା ବିଦିଶା । ଅବନ୍ତୀର ରାଜଧାନୀ ଥିଲା ଉଜ୍ଜୟିନୀ ଏବଂ ମାନ୍ଦାସୋର ବା ମନ୍ଦାସୋର ଥୁଲା ଦଶପୁରର ରାଜଧାନୀ । ମହାରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ପ୍ରସଙ୍ଗରେ ମାଳବ ଦେଶ ଓ ଅବନ୍ତୀପୁରୀ ଦୁଇଟିଯାକ ଶବ୍ଦ ଆମକୁ ମିଳେ । ଇତିହାସରୁ ଜଣାପଡ଼େ ଅବନ୍ତୀ ଦେଶ ମାଳବ ରାଷ୍ଟ୍ରର ଏକ ଅଂଶବିଶେଷ ହେଲେ ମଧ୍ୟ । ଅବନ୍ତୀରାଜା ସମଗ୍ର ମାଳବ ସାମ୍ରାଜ୍ୟକୁ କିଛି ବର୍ଷ ଶାସନ କରିଥିଲେ । ଠିକ୍ ଯେପରି ଉତ୍କଳ, ଓଡୁ, ତୋଷାଳୀକୁ ମିଶାଇ କଳିଙ୍ଗ ସାମ୍ରାଜ୍ୟ ପ୍ରତିଷ୍ଠା କରି । ବାଲ୍ଲୀକି ରାମାୟଣ ରଚନା ହେବା ପୂର୍ବରୁ କଳିଙ୍ଗ ଯେପରି ଗୋଟିଏ ରାଷ୍ଟ୍ର ଭାବରେ ପରିଚିତ ଥିଲା, ଠିକ୍ ସେହିପରି ମାଳବ ମଧ୍ୟ ଗୋଟିଏ ରାଷ୍ଟ୍ର ଭାବରେ ପରିଚିତ ଥିଲା । ରାମାୟଣ ବର୍ଣ୍ଣନାନୁସାରେ ସୀତାଙ୍କୁ ଠାବ କରିବା ପାଇଁ ମାଳବକୁ ଶ୍ରୀସୁଗ୍ରୀବ ପଠାଇଥିଲେ ‘ବିନତ’ଙ୍କୁ । ଆଉ କଳିଙ୍ଗକୁ ପଠାଇଥିଲେ ଶ୍ରୀଅଙ୍ଗଦଙ୍କୁ । କଳିଙ୍ଗ ସହିତ ଉତ୍କଳ ଏପରି ଭାବରେ ଜଡ଼ିତ ଥୁଲା ଯେ ଉତ୍କଳକୁ ଶ୍ରୀଅଙ୍ଗଦ ଆସି ଥିଲେ ବୋଲି (୪.୪୧.୯.) ବର୍ଣ୍ଣନା ମଧ୍ୟ ଅଛି । କଳିଙ୍ଗ ଏବଂ ଉତ୍କଳ ଯେପରି ଅଭିନ୍ନ ଭାବରେ ବାହାରେ ପରିଚିତ ଥିଲେ, ମାଳବ ଓ ଅବନ୍ତୀ ମଧ୍ୟ ଅଭିନ୍ନ ଭାବରେ ବିଭିନ୍ନ ଗ୍ରନ୍ଥରେ ବର୍ଣ୍ଣିତ ହୋଇଛନ୍ତି । ଆମେ ଜାଣିଛେ ରାମାୟଣରେ କଳିଙ୍ଗ ଗୋଟିଏ ଦେଶ ଭାବରେ ବଣ୍ଡିତ ହୋଇଥିବାବେଳେ, କଳିଙ୍ଗ ମଧ୍ୟ ଏକ ‘ନଗର’ ଭାବରେ ବର୍ଣ୍ଣିତ ହୋଇଛି । କଳିଙ୍ଗ ନଗରଟି ଶାଳବନ ନିକଟରେ ଥିଲା ବୋଲି ବର୍ଣ୍ଣନା ମିଳେ । । ଠିକ୍ ସେହିପରି ଅବନ୍ତୀ ଗୋଟିଏ ଦେଶ ଭାବରେ ବଷ୍ଠିତ ହୋଇଥିବାବେଳେ, ଗୋଟିଏ ନଗରୀ ବା ପୁରୀ ଭାବରେ ସ୍ଥାନ ପାଇଛି । ଏହି ଅବନ୍ତୀପୁରୀ କଥା ମହାକବି କାଳିଦାସଙ୍କର ‘ମେଘଦୂତ’ରେ ସ୍ଥାନ ପାଇଛି । ବହୁ ପ୍ରସିଦ୍ଧ ଉଦୟନଙ୍କ ପ୍ରସଙ୍ଗକୁ ଅବନ୍ତୀ ଲୋକେ ଜାଣିଥିଲେ ବୋଲି ଲେଖୁଛନ୍ତି ମହାକବି । କଳିଙ୍ଗ ଲୋକେ ମଧ୍ୟ ଉଦୟନଙ୍କ କଥାକୁ ଜାଣିଥିଲେ । ଭୁବନେଶ୍ଵର ଉଦୟଗିରିର ଗଣେଶ ଗୁମ୍ଫାରେ କଳିଙ୍ଗଶିଳ୍ପୀ ଉଦୟନଙ୍କ କଥା ପଥରରେ ଆଙ୍କିସାରିଥିଲେ ମହାକବି କାଳିଦାସଙ୍କ ସମୟବେଳକୁ । ବାସ୍ତବରେ ଜଗନ୍ନାଥପୁରୀ ବହୁ ପ୍ରାଚୀନ କାଳରୁ ପହଞ୍ଚି ସାରିଥିଲା ଅବନ୍ତୀପୁରୀରେ ।

ଡଃ. ସୁରେନ୍ଦ୍ର କୁମାର ମିଶ୍ର, ଗବେଷଣା ଅଧୁକାରୀ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ବବିଦ୍ୟାଳୟ, ଶ୍ରୀବିହାର, ପୁରୀ

error: Content is protected !!