0
Your Cart
0
Your Cart
1,081

ବୋଲ୍ ବମ୍ ଅର୍ଥ ‘ଶିବ କୁହ’ ବା ‘ଶିବ ନାମ ଉଚ୍ଚାରଣ କର

ବୋଲ୍ ବମ୍ । ଘଣ୍ଟା ପରେ ଘଣ୍ଟା, ଦିନ ପରେ ଦିନ ମାଇଲ୍ ମାଇଲ୍ ଧରି ଚାଲିଥିବେ ସେମାନେ ପାଦର ଯନ୍ତ୍ରଣା, ଦେହର ଥକ୍କାକୁ ପଛରେ ପକାଇ ଯେଉଁ ଧ୍ବନି ସେମାନଙ୍କୁ ମନରେ ଉତ୍ସାହ ଦେଉଥିବ, ତାହା ‘ବୋଲ୍ ବମ୍, ହର ହର ବମ୍’ । ଏହା ସହ ଯୋଡି ସେମାନେ ଦେଉଥିବେ ଆଉ ନା କେତେ ଡାକା ଭୋଲାବାବା, ଜଟିଆବାବା, ଡମ୍ବରୁଧାରୀ ପାର କରିବେ ଏହି ବିଶ୍ବାସ ନେଇ ଆଗକୁ ବଢ଼ାଉଥବେ ପାଦ ମନରେ ଭକ୍ତି, ବିଶ୍ବାସ ଓ

‘ବୋଲ୍ ବମ୍ ଅର୍ଥ ‘ଶିବ କୁହ’ ବା ‘ଶିବ ନାମ ଉଚ୍ଚାରଣ କର’ । ହେଲେ ‘ବମ୍ ର ଅନ୍ୟ ଏକ ଅର୍ଥ ଅଛି ବୋଲି କୁହାଯାଏ । ବ୍ରହ୍ମା, ବିଷ୍ଣୁ ଓ ମହେଶ୍ୱର ଏହି ତିନୋଟି ପବିତ୍ରମୟ ନାମ ରହିଛି ଏହି ‘ବମ୍ ଶବ୍ଦଟି ମଧ୍ୟରେ । ‘ବ’ରେ ବ୍ରହ୍ମା ଓ ‘ବ’ରେ ବିଷ୍ଣୁ ଓ ‘ମ’ ରେ ମହେଶ୍ବର । ଏଣୁ ‘ବୋଲ୍ ବମ୍ ଅର୍ଥ ବ୍ରହ୍ମା, ବିଷ୍ଣୁ ଓ ଶିବଙ୍କ ନାମକୁ ଜପ କର’ସେଥିପାଇଁ କାଉଁରିଭାର ବହନ କରି ଚାଲିଥିବା ଭକ୍ତମାନଙ୍କ ପାଇଁ ବୋଲ୍ ବମ ମନ୍ତ୍ରଶକ୍ତି ତୁଲ୍ୟ । ଏଥିରୁ ମିଳୁଥିବା ମାନସିକ ଶକ୍ତି ସେମାନଙ୍କର ପଥଶ୍ରମ କ୍ଲାନ୍ତି ଅନେକାଂଶରେ ଲାଘବ କରିଥାଏ । ସାରା ଶ୍ରାବଣ ମାସକୁ ନିଷ୍ଠାର ସହ ପାଳନ କରି ଆଇଁଷ ଖାଉନଥିବା, କ୍ଷୀର ହେଉନଥିବା ଓ ସାଧୁପରି ଗୈରିକ ବସନ ଧାରଣ କରୁଥିବା କାଉଁଡ଼ିଆମାନଙ୍କର ‘ବୋଲ୍ ବମ୍ ଉଚ୍ଚାରଣରେ ସାରା ମାସ ପବିତ୍ରମୟ ହୋଇଯାଏ।

error: Content is protected !!