3,752

ଜଗାର ଯାଜପୁରିଆ ବନ୍ଧୁ

ବନ୍ଧୁ ! ହୋ ବନ୍ଧୁ ! କ’ଣ ଶୋଇ ପଡ଼ିଲ କି ? ଆରେ ମୁଁ ଡାକୁଛି, ଉଠ ଉଠ…|

ନିଶା ଗରଜୁଥାଏ । ଜନଶୁନ୍ୟ ରାଜପଥ । ଚାରିଆଡ଼େ ନିରାଶାର ଅମା ଅନ୍ଧକାର । ଚାରିଦିନ କାଳ ଭୋକ ଉପାସରେ ବାଟ ଚାଲି ଚାଲି ଆସିବା ପରେ ଭାଗ୍ୟକୁ ମିଳିଯାଇଥିଲା ମୁନ୍ଦେ ପେଜ ତୋରାଣି । ସେଇତକ ପେଟକୁ ନେଇ ପଥଶ୍ରାନ୍ତ ଅବଶ ଦେହକୁ ମେଘନାଦ ପାଚେରି କାନ୍ଥରେ ଆଉଜାଇ ଦେବା ବେଳକୁ ସମୁଦ୍ର ପଠାର ଦଲକାଏ ଥଣ୍ଡା ପବନରେ ଲାଗି ଯାଇଥିଲା ଆଖିପତା । କିନ୍ତୁ ଶୁନଶାନ୍ ନିଶାର୍ଦ୍ଧରେ କାହାର ମର୍ମଭେଦୀ ଡାକରେ ଚମକି ଚେଇଁ ଉଠିଲେ ଦୂରଦେଶରୁ ଆସିଥିବା ପଥିକ ଜଣକ ।ଯଦିବା ସେ କଣ୍ଠସ୍ବର ଚିହ୍ନା ଚିହ୍ନା ଲାଗୁଥିଲା ତଥାପି ଏ ଅଜଣା ଅଶୁଣା ଯାଗାରେ କିଏ ଚିହ୍ନା ଲୋକ ଅଛି ଯେ ମୋ’ ଦୁର୍ଦ୍ଦଶା ଜାଣି ରାତି ଅଧରେ ଡାକି ଆସିବ । ଶେଯ ପାରିଥିବା ଗାମୁଛା ଖଣ୍ଡିକୁ ଝାଡ଼ି ପୁଣି ଶୋଇବାକୁ ଗଲେ ପଥିକ । ପେଟର ଭୋକ ଜ୍ୱାଳାରେ ଆଉ ନିଦ ଆସୁନଥିଲା ।
ପୁଣି ଶୁଭିଲା ଡାକ ‘ବନ୍ଧୁ ! ହୋ ଯାଜପୁରିଆ ବନ୍ଧୁ !

ପେଜନଳା ପାଖେ ଶୋଇ ପଡ଼ିଲଣି କି ? ମୁଁ ତୁମକୁ ଡାକୁଛି ଆସ, ମୋ’ ଠାରୁ ଏ ଖାଦ୍ୟ ସାମଗ୍ରୀ ନେଇ ଶୀଘ୍ର ନିଜ ପିଲାଙ୍କୁ ଖୁଆଅ ।” ଏଥର ଖୁବ୍ ଜୋରରେ ଚମକି ପଡ଼ିଲେ ପଥିକ ଜଣକ । ତାଙ୍କରି ନାଁ ବନ୍ଧୁ ମହାନ୍ତି ଆଉ ଘର ଯାଜପୁର । ତେବେ କିଏ ଏଠି ତାଙ୍କର ବନ୍ଧୁ ଅଛି ସେ ଅଧରାତିରେ ଖାଇବାକୁ ଆଣିଛି । ମହାନ୍ତିଙ୍କର ନିଦ ଭାଙ୍ଗିଲା- ରାଜ୍ୟରେ ଅକାଳ ପଡ଼ିଛି, ଦୁର୍ଭିକ୍ଷରେ ଲୋକେ ଖାଇବାକୁ ପାଉ ନାହାନ୍ତି । ଥିଲା ବାଲାଏ ଯେଉଁଠି ଭୋକ ଉପାସରେ ସଢୁଛନ୍ତି ସେତେବେଳେ ନିଃସ୍ବ ବନ୍ଧୁ ମହାନ୍ତିଙ୍କ ଅବସ୍ଥାକ’ଣ ନହୋଇଥିବ । ହେଲେ ଘରେ ପତ୍ନୀଙ୍କୁ ମିଶାଇ ୪ ପ୍ରାଣୀ କୁଟୁମ୍ବ । ଏମାନଙ୍କ ତୁଣ୍ଡରେ କ’ଣ ଦେବେ ? ଘରେ ଖାଦ୍ୟର ଅଭାବ ଦେଖୁ ପନୀ କହିଥିଲେ ତମର କ’ଣ କେହି ବନ୍ଧୁ ବାନ୍ଧବ ନାହାନ୍ତି । ଚାଲ ପଳାଇବା ସେମାନଙ୍କ ଘରେ କିଛିଦିନ ଆଶ୍ରୟ ମାଗିବା । ସ୍ତ୍ରୀଙ୍କ କଥାଶୁଣି କେବଳ ଦୀର୍ଘଶ୍ବାସଟିଏ ପକାଇଲେ ବନ୍ଧୁ ମହାନ୍ତି । ଦରିଦ୍ର ନିଃସ୍ବ ବ୍ୟକ୍ତିର କିଏ ଆଉ ଏ ଦୁନିଆରେ ବନ୍ଧୁ ଅଛି । ଦୀନବନ୍ଧୁ ଜଗନ୍ନାଥ ହିଁ ଏକମାତ୍ର ବନ୍ଧୁ । ହେଲେ ତାଙ୍କ ନିବାସ ତ ଏଠାରୁ ବହୁଦୂର । ଖୁସିରେପାଗଳୀ ହୋଇପଡ଼ିଲେ ମହାନ୍ତିଙ୍କ ସ୍ତ୍ରୀ । ଯେତେବାଟ ହେଉ ପଛେ ପିଲାଙ୍କୁ ବଞ୍ଚାଇବା ପାଇଁ ଚାଲ ବନ୍ଧୁଙ୍କ ଘରକୁ ଯିବା । ତାଙ୍କ ଆଗେ ଆମଦୁଃଖ କହିବା । ତମେ ଶୀଘ୍ର ଚାଲ । ପୁଅ ଝିଅଙ୍କୁ କାନ୍ଧରେ ବସାଇ ମହାନ୍ତି ଏ ଯାଜପୁର ଛାଡ଼ି ବାହାରିଲେ ଶ୍ରୀକ୍ଷେତ୍ର । ବାଟରେ କ’ଣ ଦିଟା ପିଲାଙ୍କ ତୁଣ୍ଡରେ ଦେଇ ନିଜେ ଓପାସ ଥିଲେ । ବନ୍ଧୁଙ୍କ ଘରକୁ ଗଲେ ସ୍ଵାମୀ ସ୍ତ୍ରୀ ଖାଇବାକୁ ପାଇବେ ବୋଲି ସ୍ଥିର କରିଥିଲେ । ହେଲେ ବନ୍ଧୁଙ୍କ ବଡ଼ଦେଉଳ ସିଂହଦ୍ୱାରେ ପହଞ୍ଚିଲା ବେଳକୁ ରାତି ହେଲାଣି । ଦୁଆରେ ବେତୁଆ ମାନେ ଜଗି ରହିଛନ୍ତି । କ’ଣ କରିବେ; ପିଲାଙ୍କୁ ଡାକିନେଲେ ଦକ୍ଷିଣ ଦ୍ଵାର ପାଚେରି କଡ଼କୁ ଥିବା ଏକ ବରଗଛ ମୂଳକୁ । ସେଇଠି ବନ୍ଧୁ ଙ୍କ ରୋଷଘର ପେଜନଳାରୁ ମୁଠେ ମୁନ୍ଦେ ପେଜ ପିଇ ଶୋଇ ପଡ଼ିଥିଲେ ମହାନ୍ତିଙ୍କ ପରିବାର ।

ଦକ୍ଷିଣ ଦ୍ବାର ଆଡୁ ଏ ଯାଜପୁରିଆ ବନ୍ଧୁ ଡାକ ଶୁଣି ଶିହରୀ ଉଠିଲେ ବନ୍ଧୁ ମହାନ୍ତି । ଦଉଡ଼ି ଗଲେ ଦୁଆର ଆଡକୁ । ଜଣେ ବ୍ରାହ୍ମଣ ବେଶଧାରୀ ସୌମ୍ୟ ପୁରୁଷ ହାତରେ ରତ୍ନଥାଳିରେ ସୁସ୍ବାଦୁ ଅନ୍ନ ବ୍ୟଞ୍ଜନ ଧରି ଅପେକ୍ଷା କରିଛନ୍ତି । ଆରେ ଶୋଇ ପଡ଼ିଲ କି କହି ସେ ଥାଳିଟିକୁ ବଢ଼ାଇ ଦେଇ ହଠାତ୍ କୁଆଡ଼େ ଉଭାନ ହୋଇଗଲେ । ନିଦରୁ ଉଠାଇ ପିଲାଙ୍କୁ ଖାଇବାକୁ ଦେଲେ ମହାନ୍ତି ଏ । ସ୍ତ୍ରୀ ପଚାରିଲାରୁ କହିଲେ ବନ୍ଧୁ ଦେଇଛନ୍ତି । | ଖାଇବା ସରିଲା ହେଲେ ରନ୍ ଥାଳି ଫେରାଇବାକୁ ଗଲାବେଳକୁ କେହି ନାହାନ୍ତି । ଦୁଆର ବାଡେଇ ଯେତେ ବନ୍ଧୁ ବନ୍ଧୁ ବୋଲି ଡାକିଲେ ବି କେହି ଶୁଣିଲେନି । ନିରାଶ ହୋଇ ଭୟ ଓ ସନ୍ତାପରେ ଥାଳିଟିକୁ କନା ଗୁଡ଼ାଇ ମୁଣ୍ଡରେ ଯାକି କୌଣସି ପ୍ରକାରେ ରାତି ବିତାଇଲେ । ହେଲେ ସକାଳର ସୂର୍ଯ୍ୟ ତେଜରେ ଛିଣ୍ଡା କନା ଭିତରୁ ଝଟକି ଦିଶିଲା ମହାପ୍ରଭୁଙ୍କ ରତ୍ନଥାଳି । ଚୋର ବୋଲି କହି ରାଜ ସେବକେ ଧରିନେଲେ ବନ୍ଧୁ ମହାନ୍ତିଙ୍କୁ । ପୁତ୍ର କନ୍ୟାକୁ ଭୋକରେ ପକାଇ ନିଜେ ପଡ଼ି ଗଲେ ବନ୍ଧନରେ । ତଥାପି ଅବିଚଳ ମନ, ସବୁ ସେଇ ଦୀନବାନ୍ଧବଙ୍କ ଇଚ୍ଛା। ଏଣେ କିନ୍ତୁ ସ୍ଥିର ଭାବେ ରହିପାରିଲେନି ଅଚଳ ମହାମେରୁ । ଖୋର୍ଦ୍ଧା ରଥୀପର ଗଡ଼ରେ ରାଜା ପ୍ରତାପରୁଦ୍ରଙ୍କୁ ସ୍ବପ୍ନରେ ଦେଖାଦେଇ ପ୍ରଭୁ କହିଲେ: ଗଜପତି ତୁମେ କ’ଣ ବନ୍ଧୁଙ୍କୁ ଅଭ୍ୟର୍ଥନା କରନାହିଁ । ତେବେ ମୋ’ ବନ୍ଧୁଙ୍କୁ ମୁଁ ଅଭ୍ୟର୍ଥନା କରିବାରେ ଅପରାଧ କ’ଣ ? ମୋର ବନ୍ଧୁଙ୍କୁ ମୁଁ ରଥାଳିରେ ଅନ୍ନ ଦେଲି, ତେବେ ସେ ଚୋର ହେଲେ କିପରି ? ପରଦିନ ପ୍ରତ୍ୟୁଷରୁ ଶ୍ରୀକ୍ଷେତ୍ରକୁ ଯାତ୍ରା କଲେ। ଗଜପତି । ବନ୍ଧନମୁକ୍ତି ପରେ ସାଷ୍ଟାଙ୍ଗ ପ୍ରଣିପାତ କରି ବନ୍ଧୁ ମହାନ୍ତିଙ୍କୁ ନେଇଗଲେ ସେଇ ପେଜନଳା ନିକଟକୁ । ଅନ୍ନ ବସ୍ତ୍ର ଖଞ୍ଜାକରି ନିଯୁକ୍ତ କଲେ ପ୍ରଭୁଙ୍କ ସେବକ ଭାବେ । ସେତେବେଳେ ଭକ୍ତ ବନ୍ଧୁ ମହାନ୍ତିଙ୍କ ମହିମା ସମସ୍ତେ ଜାଣିସାରିଥିଲେ । ଶ୍ରୀମନ୍ଦିର ଦକ୍ଷିଣ ଦ୍ଵାର ପେଜନାଳ ନିକଟରେ ତିଆରି ହେଲା ତାଙ୍କର ଆଶ୍ରମ ଏବେବି ଜରାଜୀର୍ଣ୍ଣ ଅବସ୍ଥାରେ ଥିବା ଏହି ଆଶ୍ରମକୁ ଅନେକ ଲୋକ ଦର୍ଶନ ପାଇଁ ଆସୁଥିବା ଦେଖାଯାଏ ।

error: Content is protected !!