6,039

ଶବର ପ୍ରେମର ପ୍ରତୀକ – ଶାବର ଶ୍ରୀକ୍ଷେତ୍ର – ଶ୍ରୀ ଜଗନ୍ନାଥ ମନ୍ଦିର କୋରାପୁଟ

ଶ୍ରୀ ଜଗନ୍ନାଥ ମନ୍ଦିର କୋରାପୁଟ

ଉତ୍କଳର ଆରାଧ ଦେବତା ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଶବର ପ୍ରେମର ପ୍ରତୀକ ସ୍ଵରୂପ କୋରାପୁଟରେ ଗଢ଼ି ଉଠିଛି ଶ୍ରୀ ଜଗନ୍ନାଥ ମନ୍ଦିର । ‘ଶାବର ଶ୍ରୀକ୍ଷେତ୍ର’ ଭାବରେ ପରିଚିତ ଏହି ଜଗନ୍ନାଥ ମନ୍ଦିର ପରିସରରେ ଶ୍ରୀଜୀଉଙ୍କ ଆଦିପୂଜକ ସଉରାମାନଙ୍କ ଇଷ୍ଟଦେବ ମାଭାରତ୍ନମ୍’କ ପୀଠ ରହିଛି । ଶାବର ଶ୍ରୀକ୍ଷେତ୍ରର ଚକବନରେ ଏହି ପୀଠ ରହିଛି ଓ ଏହାକୁ ସ୍ୱତନ୍ତ୍ର ଭାବେ ସଉରା ପରମ୍ପରାରେ ପୂଜା କରାଯାଏ । ବର୍ଷର ଯେ କୌଣସି ସମୟରେ ଜଣେ ଭକ୍ତ ଶାବର ଶ୍ରୀକ୍ଷେତ୍ର ଅଭିମୁଖେ ଯାତ୍ରା ଆରମ୍ଭ କଲେ ଏହି ମନ୍ଦିରର ବିଭିନ୍ନ ବେଶ ପରିକ୍ରମା କରି ଏଠାରେ ଅଧୁଷ୍ଠିତ ଦେବଦେବୀଙ୍କୁ ଦର୍ଶନ କରିବାରେ ସାନ୍ନିଧ୍ୟ ଲାଭ କରେ ।

ଶାବର ଶ୍ରୀକ୍ଷେତ୍ର - ଜଗନ୍ନାଥ ମନ୍ଦିର
ଶାବର ଶ୍ରୀକ୍ଷେତ୍ର – ଜଗନ୍ନାଥ ମନ୍ଦିର

ବେଢ଼ାକୁ ପ୍ରବେଶ ପୂର୍ବରୁ ସଉରାଙ୍କ ଇଷ୍ଟଦେବ ମା ମାତ୍ତରବ୍ନମଙ୍କୁ ଦର୍ଶନ କରି ଭାଗବତ ଘରେ ପହଞ୍ଚିବେ । ଏଠାରୁ ଦ୍ବିତୀୟ ବେଢ଼ା ପାହାଚରେ ଆସିଲେ ପ୍ରଥମେ ଶ୍ରୀଶବରେଶ୍ଵରଙ୍କ ଦର୍ଶନର ସୁଯୋଗ ମିଳେ । ଏହାପରେ ଏହି ବେଢ଼ାରେ ଭକ୍ତମାନେ ଭାରତର ବିଭିନ୍ନ ସ୍ଥାନରୁ ଆଣି ପ୍ରତିଷ୍ଠା କରାଯାଇଥିବା ପ୍ରମୁଖ ଦେବଦେବୀଙ୍କୁ ଦର୍ଶନ କରିପାରିବେ । ଦର୍ଶନ ପରେ ବାଇଶିପାହାଚ ଅତିକ୍ରମ କରି ଗରୁଡ଼ସ୍ତମ୍ଭ ନିକଟରେ ପହଞ୍ଚିବେ । ପାର୍ଶ ମନ୍ଦିର ମାନଙ୍କରେ ଶ୍ରୀମହାଜୀଉ, ଶ୍ରୀଗଣେଶ, ଶ୍ରୀସୂର୍ଯ୍ୟଦେବ,ଶ୍ରୀଲକ୍ଷ୍ମୀ ନୃସିଂହ, ଶ୍ରୀବିମଳା, ଶ୍ରୀ ସରସ୍ୱତୀ, ପତର ସଉରୁଣୀ, ଶ୍ରୀଲକ୍ଷ୍ମୀ ଓ ନବଗ୍ରହଙ୍କ ଦର୍ଶନ ପରେ ମୁଖ୍ୟ ମନ୍ଦିର ମଧ୍ୟରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ସହିତ ସୁଦର୍ଶନଙ୍କୁ ଦିବ୍ୟ ଦର୍ଶନର ସାନିଧ୍ୟ ମିଳିଥାଏ । ଏବଂ ଆଦିମ ସଂସ୍କୃତି ଅତି ପ୍ରାଚୀନ ଓ ପୁରାତନ । ଏହି ବିଶାଳ ତତ୍ତ୍ବର ଗବେଷଣା ଅସରନ୍ତି ଏବଂ ଏହି ଗବେଷଣାକୁ ଆଗେଇ ନେବା ପାଇଁ ଶାବର ଶ୍ରୀକ୍ଷେତ୍ର ପ୍ରକଳ୍ପ ମଧ୍ୟରେ ୧୯୮୪ ମସିହାରେ ତତ୍କାଳୀନ ରାଜ୍ୟପାଳ ଡ. ବିଶମ୍ବର ନାଥ ପାଣ୍ଡେଙ୍କ କର କମଳରେ ଶୁଭ ଉଦଘାଟନ ହୋଇଥିଲା ଶାବର ସଂସ୍କୃତି ଗବେଷଣା କେନ୍ଦ୍ର ଟି.ସି.ଆର.ସି । ଏହା ମଧ୍ୟରେ ଜ୍ଞାନ ମନ୍ଦିରର ପରିକଳ୍ପନା କରାଯାଇଛି ।

ସଉରାଙ୍କ ଇଷ୍ଟଦେବ ମା’ ମାତ୍ତରବ୍ନମ
ସଉରାଙ୍କ ଇଷ୍ଟଦେବ ମା’ ମାତ୍ତରବ୍ନମ

ଏହି କେନ୍ଦ୍ର ଅଧୁନା । ସଂପୂର୍ଣ୍ଣ ହେଉଥିବା ଅବସରରେ କୋରାପୁଟ ଅଞ୍ଚଳର ପ୍ରକୃତ ଚେତନା ଜଗନ୍ନାଥ ଚେତନା ଏବଂ ଶ୍ରୀ ଜଗନ୍ନାଥ । ଏବେ ବି ଶାବର ଦେବତା ଏଣୁ ବନବାସୀଙ୍କ ସଂସ୍କୃତି ଗବେଷଣାକୁ ଆଗେଇ ନେବା ପାଇଁ ଏଠାରେ ଗଢ଼ି ଉଠିଛି ‘ ଆଦିବାସୀ ସଂଗ୍ରହାଳୟ’ । ତେଣୁ ଭକ୍ତ ଶାବର ଶ୍ରୀକ୍ଷେତ୍ର ଦର୍ଶନରେ ଶ୍ରୀଜଗନ୍ନାଥ ଚେତନାରେ ଉଦ୍‌ବୁଦ୍ଧ ହେବାର ସୁଯୋଗ ପାଏ ।

ଅଣସରରେ ହେଉ କିମ୍ବା ରଥଯାତ୍ରା ସମୟରେ ତିନି ଠାକୁରଙ୍କ ଗୁଣ୍ଡିଚା ମନ୍ଦିରରେ ଆସ୍ଥାନ ସମୟରେ ହେଉ ଭକ୍ତଙ୍କ ଭିଡ଼ ଶ୍ରୀ ମନ୍ଦିର ଲାଗି ରହିଥାଏ । ଶାବର ଶ୍ରୀକ୍ଷେତ୍ର ବା କୋରାପୁଟ ସହରରେ ପହଞ୍ଚିବା ପାଇଁ ଆନ୍ଧ୍ରପ୍ରଦେଶ ଓଡ଼ିଶାର ଅନ୍ୟାନ୍ୟ ସ୍ଥାନରୁ ଗମନାଗମନ ସୁବିଧା ରହିଛି । କୋରାପୁଟ ସହରରେ ପହଞ୍ଚି ଯାତ୍ରୀ ରହିବା ପାଇଁ ସୁଲଭ ମୂଲ୍ୟରେ ଜଗନ୍ନାଥ ମନ୍ଦିର ଟ୍ରଷ୍ଟ ଦ୍ଵାରା ନିର୍ମିତ ଅତିଥି ଭବନକୁ ବାଛିପାରିବେ । ରୁମ୍ ପିଛା ୧୨୦ ଟଙ୍କାରୁ ଆରମ୍ଭକରି ୫୦୦ ଟଙ୍କାରେ ଶୀତତାପ ନିୟନ୍ତ୍ରିତ କରି ମଧ୍ୟ ଏଠାରେ ଉପଲବ୍ଧ । ଅତିଥ ଭବନର ରେସ୍ତୋରାଂରେ ଯାତ୍ରୀ ପ୍ରସାଦ ସେବନ କରି ପାରନ୍ତି । ନତୁବା ମନ୍ଦିର ପରିସରରେ କୁପନ ନେଇ ପ୍ରସାଦ ଭୋଜନ କରିପାରନ୍ତି ।

 

error: Content is protected !!