0
Your Cart
0
Your Cart
2,792

ମାଘର ଆରାଧ୍ଧ୍ୟ ଦେବତା ମାଧବ

ମାଘମାସ ପୂଣ୍ୟମାସ ଭାବେ ପରିଚିତ । ଏହି ମାସର ଆରାଧ୍ୟ ଦେବତା ମାଧବ । ଶ୍ରୀ ଜଗନ୍ନାଥ ମନ୍ଦିରରେ ଅନେକ ନିତିକାନ୍ତି ମାଘ ମାସରେ ହେବାର ବିଧି ରହିଛି । ଶ୍ରୀ ଜୀଉଙ୍କୁ ଆକର୍ଷଣୀୟ ପଦ୍ମବେଶ ସମେତ ଗଜଉଦ୍ଧାରଣ ବେଶ କରାଯାଏ । ଏହାଛଡ଼ା ମାଘସପ୍ତମୀ ତିଥିରେ ଚନ୍ଦ୍ରଭାଗା ବୁଡ ଅନୁଷ୍ଠିତ ହୁଏ । ଶ୍ରୀପଞ୍ଚମୀ ସରସ୍ବତୀ ପୂଜା,ଭୌମି ଏକାଦଶୀ ପାଳନ କରାଯାଏ । ମାଘ ଅମାବାସ୍ୟାଠାରୁ ବସନ୍ତ ପଞ୍ଚମୀ ମଧ୍ୟରେ ଶନିବାର କିମ୍ବା ବୁଧବାର ପଡିଲେ ଶ୍ରୀ ଜଗନ୍ନାଥଙ୍କୁ ପଦ୍ମବେଶ କରାଯାଏ । ଏହି ମାସରେ ମଘା ନକ୍ଷତ୍ର ଯୁକ୍ତ ପୂର୍ଣ୍ଣିମା ହେଉଥିବାରୁ ମାସର ନାମ ମାଘ ରହିଛି । ପୁଣ୍ୟ ଅର୍ଜନ ନିମନ୍ତେ ଏହି ମାସ ସର୍ବୋକୃଷ୍ଟ । ପଦ୍ମ ପୁରାଣରେ ମାଘ ମାସର ମାହାମ୍ତ୍ୟ ବର୍ଣ୍ଣନା କରାଯାଇଛି ।  ପ୍ରାତଃ ସ୍ନାନକରି ମାଧବଙ୍କୁ ଦର୍ଶନ କଲେ ମହାପୁଣ୍ୟ ମିଳେ । ଏହିମାସର ବୁଡକୁ ମାଘବୁଡ କୁହାଯାଏ । ଶ୍ରୀଦୋଳଗୋବିନ୍ଦ, ଶ୍ରୀ ଦେବୀ, ଭୁଦେବୀ ଶ୍ରୀ ମନ୍ଦିରରେ ବସନ୍ତ ଗୁଣ୍ଡିଚା ଯାତ୍ରା କରନ୍ତି । ଶ୍ରୀଜଗନ୍ନାଥ ବଲ୍ଲଭ ମଠରେ ବେଣ୍ଟବିନ୍ଧା ନୀତି ଅନୁଷ୍ଠିତ ହୁଏ । ସନ୍ଧ୍ୟାଧୂପ ପରେ ସରସ୍ୱତୀ ମନ୍ଦିରରେ ପାଞ୍ଜିପୂଜା କରାଯାଏ । ବସନ୍ତ ପଞ୍ଚମୀରେ ରଥ ନିର୍ମାଣ ନିମନ୍ତେ ୩ଟି କାଠ ରଖାଯାଇ ଅନୁକୁଳ ପୂଜା ହୁଏ । ଏହାକୁ ରଥଯାତ୍ରା ମହୋତ୍ସବ ଆଦ୍ୟପର୍ବ ବୋଲି କୁହାଯାଏ । ତିଳ ସପ୍ତମି ତଥା ମାଘ ସପ୍ତମିରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସନ୍ଧ୍ୟାଧୂପ ପରେ ବେଢ଼ାସ୍ଥିତ ସୂର୍ଯ୍ୟନାରାୟଣଙ୍କ ମନ୍ଦିରରେ ଠାକୁରଙ୍କୁ ନୂଆଲୁଗା ଲାଗି କରାଯାଏ । ମାଘପୂର୍ଣ୍ଣିମାରେ ମହାପ୍ରଭୁଙ୍କ ଗଜ ଉଦ୍ଧାରଣ ବେଶ ଅନୁଷ୍ଠିତ ହୋଇଥାଏ । ଏହି ବେଶ ଦର୍ଶନ କଲେ ପରିବାରର ମଙ୍ଗଳ ହୁଏ ବୋଲି ଶାସ୍ତ୍ର ପୁରାଣ କୁହାଯାଇଛି । ଏହି ବେଶରେ ଶ୍ରୀ ଜଗନ୍ନାଥ ଓ ଶ୍ରୀବଳଭଦ୍ର ଚତୁର୍ଭୁଜ ଧାରଣ କରନ୍ତି । ଶ୍ରୀ ଜଗନ୍ନାଥ ଗରୁଡ ପୃଷ୍ଠେ ବିଜେ କରିବାର ବି ରହିଛି । ମାଘମାସ ବିଭିନ୍ନ ସାମାଜିକ ଓ ଶୁଭକର୍ମ ପାଇଁ ଉପଯୋଗୀ ।

error: Content is protected !!