ମହାପ୍ରଭୁ ଏକକ ଭାବରେ ଉପାସିତ ହେବାର ପରମ୍ପରା ଅନେକ ପ୍ରାଚୀନ । ଏକକ ଭାବରେ ଶ୍ରୀପତିତପାବନ, ଶ୍ରୀଦଧି ବାମନ ଓ ଶ୍ରୀଭାଗବତ (ଗୋସେଇଁ , । ସ୍ଵାମୀ) ଏଇ ତିନୋଟି ନାମରେ ଉପାସିତ ହେବାର ବିଶେଷ ଭାବରେ ଓଡ଼ିଶାରେ ଦେଖାଯାଉଛି । ଶ୍ରୀପତିତପାବନ ବିଗ୍ରହ ଶ୍ରୀମନ୍ଦିରରେ ପାଞ୍ଚୋଟି ସ୍ଥାନରେ ଉପାସିତ ହେଉଛନ୍ତି । ପରବର୍ତ୍ତୀ କାଳରେ ନିର୍ମାଣ ହୋଇଥିବା ସିଂହଦ୍ଵାର ଗୁମୁଟରେ ଶ୍ରୀପତିତପାବନ ଅଛନ୍ତି । ଗଜପତି ରାମଚନ୍ଦ୍ର ଦେବ ଶ୍ରୀମନ୍ଦିର ପ୍ରବେଶ ନକରିବାରୁ । ଏହିଠାରେ ଶ୍ରୀମହାପ୍ରଭୁଙ୍କୁ ପତିତପାବନ ଭାବରେ ଦର୍ଶନ କରୁଥିଲେ ବୋଲି କଥା ଅଛି । କିନ୍ତୁ ପତିତପାବନ ଚେତନା ଶ୍ରୀମନ୍ଦିର ଉପାସନାରେ ଏହାର ୧୪୦୦ ବର୍ଷ ପୂର୍ବରୁ ରହିଥିବାର ଜଣାଯାଉଛି । ତାମିଲିନାଡୁରୁ ଆସିଥିବା ଆଲବାର ସନ୍ଥ ମହଯୋଗୀ ନୀଳାଦ୍ରି ଦର୍ଶନ କରିବା ପରେ ଘୋଷଣା କରିଥିଲେ ଶ୍ରୀପୁରୁଷୋତ୍ତମ ହେଉଛନ୍ତି ପତିତମାନଙ୍କର ପ୍ରଭୁ । ଶ୍ରୀମାନ୍ ପତିତପାବନ ଏଇ ସମୀକରଣ ସିଦ୍ଧାନ୍ତ । ସେ ଘୋଷଣା କଲାବେଳେ ବର୍ତ୍ତମାନର ସିଙ୍ଗିଦୁଆର ଗୁମୁଟ ତୋଳା ହୋଇ ନଥିଲା । ତୋଳା ହେବାର ହଜାରେ ବର୍ଷ ତଳର କଥା ଇୟେ । ସେ କିନ୍ତୁ ଶ୍ରୀମନ୍ଦିର ବେଢ଼ାରେ । ଚାରି ପତିତପାବନଙ୍କୁ ଦେଖୁଥିଲେ । ଉପାସନାର ଗଭୀର ରହସ୍ୟକୁ ତଉଲେଇଥିଲେ । । ନ ହେଲେ କ’ଣ କହିଥାନ୍ତେ ଜାତି ‘ପତିତ’ର ଭାବ ଏଇଠି ନାହିଁ, ଭାବ ରହିଛି । ମାନସିକ ବିକାଶ ପ୍ରକ୍ରିୟାରେ ପତିତ ! ସେ ଯେଉଁ ଚାରି ପତିତପାବନମାନଙ୍କୁ ବେଢ଼ାରେ ଭେଟିଥିଲେ ସେମାନେ ହେଲେ ବଟ ପତିତପାବନ, ଯେ କଳ୍ପବଟ ପରିଧିରେ ରହି ସାକ୍ଷୀଭୂତ ହୁଅନ୍ତି । ଆଉ ଜଣେ ହେଲେ ନାଟମଣ୍ଡପକୁ ଲାଗିଥିବା ପୁରାଣ ପଣ୍ଡାଙ୍କ । ଘରେ ବିଜେ କରିଥିବା ପୁରାଣ ପୁରୁଷୋତ୍ତମ ଶ୍ରୀପତିତପାବନ । ତୃତୀୟ ଜଣକ ବିଜେ କରିଛନ୍ତି ଶ୍ରୀନୀଳମାଧବଙ୍କ ମନ୍ଦିର ମଧ୍ୟରେ, ସେ ହେଉଛନ୍ତି ଆନନ୍ଦଦାତା ଶ୍ରୀପତିତପାବନ । ଚତୁର୍ଥ ବିଜେ କରିଛନ୍ତି ବେଢ଼ାରେ ଥିବା ଘୂରି ଧାମ ମନ୍ଦିରରେ ଶ୍ରୀପତିତପାବନ ।
ଡକ୍ଟର ସୁରେନ୍ଦ୍ର କୁମାର ମିଶ୍ର ଗବେଷଣାକାରୀ, ଶ୍ରୀବିହାର, ପୁରୀ-୩